ଆମ ସମ୍ୱିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

୯୪୯ ମସିହା ନଭେମ୍ୱର ୨୬ ତାରିଖରେ ସମ୍ୱିଧାନ ସଭା ଆମ ସମ୍ୱିଧାନକୁ ଗ୍ରହଣ କରିଥିଲା। ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ୱେଡକର ଏବଂ ସମ୍ୱିଧାନ ସଭାର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ମରଣ କରୁଛୁ। ସେମାନେ ଭାରତର ସମୃଦ୍ଧ ପରମ୍ପରା ଏବଂ ସଭ୍ୟତାଗତ ଜ୍ଞାନରୁ ପ୍ରେରଣା ନେଇ ଏକ ଆଧୁନିକ ସମ୍ୱିଧାନ ପ୍ରସ୍ତୁତ କରିଥିଲେ। ଏହା ହିଁ ଥିଲା ସେମାନଙ୍କର ମହାନତା।
ଅନେକ ଧର୍ମ, ଭାଷା, ରୀତିନୀତି ଏବଂ ବିଚାରଧାରା ଥିବା ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ ସମ୍ୱିଧାନର ପ୍ରଭାବ କେବଳ ସଂସଦ ଓ ନ୍ୟାୟାଳୟ ମଧ୍ୟରେ ସୀମିତ ନ ରହି ଆହୁରି ଅଧିକ ବିସ୍ତାରିତ ହେବା ଅତ୍ୟନ୍ତ ଜରୁରୀ। ଆମ ନାଗରିକ, ବିଶେଷ କରି ଯୁବପିଢ଼ିିଙ୍କ ସାମୂହିକ ଚେତନା ସହ ଏହାର ସମ୍ପର୍କକୁ ଅଧିକ ଗଭୀର କରିବା ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆବଶ୍ୟକ ଏକତା ଭାବନାକୁ ମଜଭୁତ କରିବା ଲାଗି ଆମେ ନିରନ୍ତର ପ୍ରୟାସ କରିଆସୁଛୁ। ସେଥିପାଇଁ ଗୋଟିଏ ଦଶନ୍ଧି ପୂର୍ୱରୁ ହିଁ ଆମ ସରକାର ନଭେମ୍ୱର ୨୬ ତାରିଖକୁ ସମ୍ୱିଧାନ ଦିବସ ରୂପେ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲା।
ମୋ ଭଳି କୋଟି କୋଟି ଭାରତୀୟଙ୍କ ପାଇଁ ଭାରତର ସମ୍ୱିଧାନ ଆମ ଜୀବନଯାତ୍ରାର ଏକ ଅଭିନ୍ନ ଅଙ୍ଗ। ମୋ ପିଲା ଦିନ, ମୁଁ ଯେଉଁ ସାଧାରଣ ପରିସ୍ଥିତିରେ ବଡ଼ ହୋଇଛି ଏବଂ ଦୈନନ୍ଦିନ ଜୀବନର ସଂଘର୍ଷକୁ ସ୍ମରଣ କଲେ, ସମ୍ୱିଧାନ ପ୍ରତି ମୋ ମନରେ ଗଭୀର କୃତଜ୍ଞତା ଭାବନା ଜାଗ୍ରତ ହୋଇଥାଏ। ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ପିଲାଟିଏ, ଯାହାକୁ ଜନ୍ମରୁ କୌଣସି ବିଶେଷ ସୁବିଧା କିମ୍ୱା ଲାଭ ମିଳି ନ ଥିଲା, ସେ ଦିନେ ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ରର ସେବା କରିବା ଲାଗି ଦାୟିତ୍ୱ ପାଇ ପାରିବ, ଏହା ଅବିଶ୍ୱାସ ଲାଗୁଥିଲେ ବି ଆମ ସମ୍ୱିଧାନରେ ଥିବା ଅସାଧାରଣ ଶକ୍ତି କାରଣରୁ ସମ୍ଭବ ହୋଇପାରିଛି। ଆମ ସମ୍ୱିଧାନର ଶକ୍ତି ବଳରେ ହିଁ ଜଣେ ବ୍ୟକ୍ତିଙ୍କ ଜନ୍ମଗତ ପରିସ୍ଥିତି ଆଉ ତା’ ଭବିଷ୍ୟତର ସୀମା ନିର୍ଦ୍ଧାରଣ କରୁନାହିଁ।
ଆମର ନମ୍ର ପ୍ରୟାସ ମାଧ୍ୟମରେ, ଆମେ ଆମ ସମ୍ୱିଧାନକୁ ସୁଦୃଢ଼ କରି ଏହି କୃତଜ୍ଞତାର ଋଣ ପରିଶୋଧ କରିବାକୁ ଚେଷ୍ଟା କରିଛୁ।
ବିଶିଷ୍ଟ ସମ୍ୱିଧାନ ବିଶେଷଜ୍ଞ ଗ୍ରାନଭିଲ୍‌ ଅଷ୍ଟିନ୍‌ ଆମ ସମ୍ୱିଧାନକୁ ସର୍ୱପ୍ରଥମେ ଏବଂ ମୁଖ୍ୟତଃ ଏକ ସାମାଜିକ ଦସ୍ତାବିଜ ବୋଲି ବର୍ଣ୍ଣନା କରିଛନ୍ତି। ସାମାଜିକ ଓ ଆର୍ଥିକ ନ୍ୟାୟ ପାଇ ଁଉଦ୍ୟମ ଆମ ସମ୍ୱିଧାନର ମୂଳ ଆଧାରରେ ସମାହିତ ହୋଇରହିଛି। ତେଣୁ ଆମ ସମ୍ୱିଧାନ ନିର୍ମାତାମାନଙ୍କର ଏହି ବହୁମୂଲ୍ୟ ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରୟାସ କରିବା ଠାରୁ ଅଧିକ ସନ୍ତୋଷଜନକ ଆଉ କ’ଣ ହୋଇପାରେ?
ପ୍ରାୟ୫୦କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକ୍ତିପାଇଥିବା ବିଶ୍ୱବ୍ୟାଙ୍କର ଏକ ସାମ୍ପ୍ରତିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନେକ ପିିଢ଼ି ଧରି ଲାଗିରହିଥିବା ଅଭାବରୁ ମୁକ୍ତି ପାଇ କୋଟି କୋଟି ପିତାମାତା ଏବେ ସେମାନଙ୍କ ପିଲାଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିପାରୁଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ପରିବାର ଚାଳଛପର ଘରୁ ପକ୍କାଘରକୁ ସ୍ଥାନାନ୍ତରିତ ହେଲେ ସମ୍ୱିଧାନ ପ୍ରଦତ୍ତ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ପ୍ରତିଶ୍ରୁତି ସାର୍ଥକ ହୋଇଥାଏ।
ଉଜ୍ଜ୍ୱଳା ଯୋଜନା ଜଣେ ମା’କୁ ଧୂଆଁ ଭର୍ତ୍ତି ରୋଷେଇ ଘରର କଷ୍ଟରୁ ମୁକ୍ତି ଦେଲେ, ଆମେ ଯଥାର୍ଥରେ ସମାନତା ଏବଂ ଜନକଲ୍ୟାଣର ଆଦର୍ଶକୁ ଆଗକୁ ବଢ଼ାଇଥାଉ। ‘ଆୟୁଷ୍ମାନ ଭାରତ’ ଏକ ଗରିବ ପରିବାରକୁ ଋଣର ଭୟ ବିନା ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବାର ସୁଯୋଗ ଦେଲେ ସାମାଜିକ ନ୍ୟାୟ ଏକ ବାସ୍ତବତାର ରୂପ ନିଏ।
ମୁଦ୍ରା ଏବଂ ପିଏମ୍‌-ସ୍ୱନିଧି କ୍ଷୁଦ୍ର ଉଦ୍ୟୋଗୀ ଓ ରାସ୍ତାକଡ଼ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ପ୍ରଦାନ କଲେ ଆର୍ଥିକ ନ୍ୟାୟାର ସ୍ୱପ୍ନ ସାକାର ହୋଇଥାଏ। ପୂର୍ୱରୁ କେବଳ ବିଶେଷାଧିକାର ପ୍ରାପ୍ତ କିଛି ଲୋକଙ୍କ ମଧ୍ୟରେ ସୀମିତ ରହିଥିବା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ୟୁପିଆଇ ଭଳି ପ୍ଲାଟଫର୍ମ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚତ୍ଲେ ସମ୍ୱିଧାନର ସମାବେଶୀ ଭାବନା ସାକାର ହୋଇଥାଏ।
ଏହି ସାମ୍ୱିଧାନିକ ଦୃଷ୍ଟିକୋଣର ଆହୁରି ଅନେକ ଅଭିବ୍ୟକ୍ତି ରହିଛି। ଆମେ ଆଣିଥିବା ସଂଶୋଧନଗୁଡ଼ିକର ତାଲିକାକୁ ମଧ୍ୟ ସେହି ଦୃଷ୍ଟିକୋଣରୁ ଦେଖାଯାଇ ପାରେ। ଜିଏସ୍‌ଟିରେ ଅଣାଯାଇଥିବା ୧୦୧ତମ ସଂସ୍କାର ବହୁ ପ୍ରତୀକ୍ଷିତ ଥିଲା।
୧୦୨ତମ ସମ୍ୱିଧାନ ସଂଶୋଧନ ‘ଜାତୀୟ ପଛୁଆବର୍ଗ ଆୟୋଗ’କୁ ସାମ୍ୱିଧାନିକ ମାନ୍ୟତା ପ୍ରଦାନ କରିଛି। ଏହା ସମାଜର ଅବହେଳିତ ବର୍ଗଙ୍କ ଏକ ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିଛି।
୧୦୩ତମ ସଂଶୋଧନକୁ ବ୍ୟାପକ ସାମାଜିକ ସ୍ୱୀକୃତି ମିଳିଛି। ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ବର୍ଗକୁ ସଂରକ୍ଷଣ ପ୍ରଦାନକରି ଏହା ବର୍ତ୍ତମାନର ସଂରକ୍ଷଣ ଢାଞ୍ଚା ବାହାରେ ଥିବା ସମ୍ପ୍ରଦାୟର ଆର୍ଥିକ ଭାବରେ ପଛୁଆ ପରିବାରଗୁଡ଼ିକର ଦୀର୍ଘଦିନ ଧରି ଅଣଦେଖା କରାଯାଇଥିବା ଆକାଂକ୍ଷାକୁ ପୂରଣ କରିଛି।
୧୯୫୦ ମସିହା ପରଠାରୁ ପ୍ରଥମଥର ପାଇଁ ଆମ ସମ୍ୱିଧାନର ଏକ ସଦ୍ୟତମ ସଂସ୍କରଣ ବର୍ତ୍ତମାନ ଅଷ୍ଟମ ଅନୁସୂଚୀରେ ଥିବା ସମସ୍ତ୨୨ଟି ଭାଷାରେ ଉପଲବ୍ଧ ହୋଇଛି। ଏହା ଆମ ସମ୍ୱିଧାନକୁ ଲୋକମାନଙ୍କ ନିକଟତର କରିଛି।
୧୯୫୦ ମସିହାରେ ଆମ ସମ୍ୱିଧାନ ଲାଗୁ ହେବା ପରେ ମଧ୍ୟ ଆମେ ୧୮୬୦ ସମୟରୁ ଚାଲିଆସିଥିବା ଔପନିବେଶିକ ଦଣ୍ଡ ସଂହିତା ଦ୍ୱାରା ପରିଚାଳିତ ହେଉଥିଲୁ। ଭାରତୀୟ ନ୍ୟାୟସଂହିତା ମାଧ୍ୟମରେ ଆମେ ଆମର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଏକ ମୌଳିକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିଛୁ। ଏଥିରେ କେବଳ ‘ଦଣ୍ଡ’ଉପରେ ଗୁରୁତ୍ୱଦେବା ଲାଗି ଔପନିବେଶିକ ଯୁଗର ମନୋଭାବରୁ ବାହାରି ନାଗରିକ-କୈନ୍ଦ୍ରିକ ‘ନ୍ୟାୟ’ପ୍ରଦାନ ଆଭିମୁଖ୍ୟ ଉପରେ ଧ୍ୟାନ ଦିଆଯାଇଛି।
ଗତ ଏକ ଦଶନ୍ଧି ମଧ୍ୟରେ ଆମେ ନାଗରିକଙ୍କ କର୍ତ୍ତବ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଇଛୁ। ଆମ ସଭ୍ୟତା ସର୍ୱଦା ସମାଜରେ ପ୍ରତ୍ୟେକ ଭୂମିକା ସହ ଜଡ଼ିତ ଦାୟିତ୍ୱଗୁଡ଼ିକ ଉପରେ ଜୋର ଦେଇଆସିଛି। ସ୍ୱଚ୍ଛ ଭାରତଠାରୁ ଆରମ୍ଭ କରି ଜଳ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ଜନଆନ୍ଦୋଳନରେ ଏହି କର୍ତ୍ତବ୍ୟ ଭାବନା ପ୍ରତିଫଳିତ ହୋଇଛି।
ତେବେ, ଆଉ ଏକ ବାସ୍ତବତା ବିଷୟରେ ମୁଁ ଏଠାରେ କହିବାକୁ ଚାହୁଁଛି। ଆମ ଇତିହାସରେ ଏପରି କିଛି ସମୟ ଆସିଥିଲା, ଯେତେବେଳେ ସମ୍ୱିଧାନର ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ହିଁ ଏହାକୁ ଦୁର୍ୱଳ କରିବାକୁ ବାଛିନେଇଥିଲେ। ବିଡ଼ମ୍ୱନାର ବିଷୟ ହେଉଛି, ଏମାନେ ସେହି ଲୋକ ଯେଉଁମାନଙ୍କୁ ଭାରତରେ ପାଞ୍ଚ ଦଶନ୍ଧିଧରି ଶାସନ କରିବାର ସୁଯୋଗ ମିଳିଥିଲା।
ଚଳିତ ବର୍ଷ, ୧୯୫୧ ମସିହାରେ ହୋଇଥିବା ପ୍ରଥମ ସାମ୍ୱିଧାନିକ ସଂଶୋଧନର ୭୫ ବର୍ଷ ପୂରଣ ହୋଇଛି। ସେତେବେଳେ ଦେଶରେ ଏପରି ଏକ ସରକାର ଥିଲା ଯାହାକୁ ନାଗରିକମାନେ ନିର୍ୱାଚିତ କରି ନ ଥିଲେ। ସେହି ସରକାର ଅନ୍ତରୀଣ ସଂସଦରେ ଥିବା ନିଜର ବହୁମତକୁ ବ୍ୟବହାର କରି ନାଗରିକଙ୍କ ମୌଳିକ ଅଧିକାରକୁ ଛଡ଼େଇ ନେଇଥିଲା। ଏହି ସଂଶୋଧନ ଦେଶର ପ୍ରଥମ ସାଧାରଣ ନିର୍ୱାଚନର କିଛି ମାସ ପୂର୍ୱରୁ କରାଯାଇଥିଲା। ତେଣୁ ନିର୍ୱାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଏବଂ ବିରୋଧ କରୁଥିବା ଲୋକଙ୍କ ସ୍ୱରକୁ ଚାପିଦେବା ତତ୍କାଳୀନ ସରକାରଙ୍କ ଉଦ୍ଦେଶ୍ୟ ଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉଛି। ସେହିପରି ଜରୁରିକାଳୀନ ପରିସ୍ଥିତି ସମୟରେ କରାଯାଇଥିବା ୪୨ତମ ସମ୍ୱିଧାନ ସଂଶୋଧନକୁ ମଧ୍ୟ ୫୦ ବର୍ଷ ପୂରଣ ହେଉଛି। ଏହା ନ୍ୟାୟିକ ସମୀକ୍ଷାକୁ ସଙ୍କୁଚିତ କରିଥିଲା ଏବଂ ସଂସ୍ଥାଗତ କ୍ଷମତାର ସନ୍ତୁଳନକୁ ମୌଳିକ ଭାବରେ ପରିବର୍ତ୍ତନ କରିଥିଲା। ୩୮ତମ ଏବଂ ୩୯ତମ ସଂଶୋଧନ ଅଧ୍ୟୟନ କରିବାକୁ ମଧ୍ୟ ମୁଁ ଯୁବପିିଢ଼ିଙ୍କୁ ଅନୁରୋଧ କରିବି। ଗୋଟିଏ କ୍ଷମତାଲୋଭୀ ଏବଂ ସମ୍ୱିଧାନ ବିରୋଧୀ ନେତୃତ୍ୱ କ’ଣ କରିପାରିବ ତାହା ଏଥିରୁ ସ୍ପଷ୍ଟ ହୋଇଥାଏ।
ନିର୍ୱାଚିତ ରାଜ୍ୟସରକାରମାନଙ୍କୁ ବରଖାସ୍ତ କରିବା ପାଇଁ ଧାରା ୩୫୬ର ବାରମ୍ୱାର ଅପବ୍ୟବହାର ଏକ ଚିନ୍ତାଜନକ ଅଧ୍ୟାୟ ସୃଷ୍ଟିକରିଥିଲା। ଗୋଟିଏ ରାଜନୈତିକ ଦଳ ନାମରେ ଧାରା ୩୫୬କୁ ପ୍ରାୟ ଶହେଥର ଲାଗୁ କରିବାର ଏକ ଅପକୀର୍ତ୍ତିପୂର୍ଣ୍ଣ ରେକର୍ଡ ରହିଛି ଏବଂ ଜଣେ ପୂର୍ୱତନ ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ଅର୍ଦ୍ଧଶତକ ପୂରଣ କରିଛନ୍ତି।
ସମଗ୍ର ଭାରତରେ ସମ୍ୱିଧାନକୁ ଏହାର ମୂଳ ସ୍ୱରୂପ ଏବଂ ମୂଳ ଭାବନା ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ଆମ ସମ୍ୱିଧାନର ପ୍ରଣେତାମାନେ ଆଶା କରିଥିଲେ। କିନ୍ତୁ ୭୦ବର୍ଷରୁ ଅଧିକ ସମୟଧରି ଧାରା ୩୭୦ ଏବଂ ୩୫-ଏ ଯୋଗୁ ଜମ୍ମୁ ଓ କଶ୍ମୀରରେ ସମ୍ପୂର୍ଣ୍ଣ ସମ୍ୱିଧାନ ଲାଗୁ ହୋଇପାରି ନ ଥିଲା। ଫଳ ସ୍ୱରୂପ, ସେଠାକାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ ସମ୍ପ୍ରଦାୟ ଏବଂ ମହିଳାମାନଙ୍କ ଅଧିକାର କ୍ଷୁଣ୍ଣ ହୋଇଥିଲା। କେବଳ ୨୦୧୯ରେ ଯାଇ ଏହି ଐତିହାସିକ ଭୁଲ୍‌ର ସୁଧାର କରାଯାଇ ପାରିଲା।
ବହୁ ଦଶନ୍ଧିଧରି ଭାରତର ବିଭିନ୍ନ କ୍ଷେତ୍ରରେ, ବିଶେଷକରି ଆଦିବାସୀ ଅଞ୍ଚଳଗୁଡ଼ିକରେ, ମାଓବାଦୀମାନେ ବନ୍ଧୁକ ମୁନରେ ଅତି ଗରିବ ଲୋକମାନଙ୍କୁ ସେମାନଙ୍କର ସାମ୍ୱିଧାନିକ ଅଧିକାରରୁ ବଞ୍ଚତ୍ତ କରିରଖିଥିଲେ। ଚଳିତବର୍ଷ ନକ୍ସଲବାଦ୍‌ର ସଫଳ ବିଲୋପ ବିଶେଷଭାବରେ ଖୁସିର ବିଷୟ। ଏହା ଦ୍ୱାରା ସବୁଠାରୁ ଦରିଦ୍ର ଲୋକମାନେ ମଧ୍ୟ ଏବେ ନିର୍ଭୟରେ ନିଜର ସାମ୍ୱିଧାନିକ ଅଧିକାର ଉପଭୋଗ କରିପାରୁଛନ୍ତି। ଏବେ କେବଳ ‘ଦିମାଗି ନକ୍ସଲ’ ଅଛନ୍ତି, ଯେଉଁମାନେ ବର୍ତ୍ତମାନର ବାସ୍ତବତାଠାରୁ ବହୁ ଦୂରରେ ଥାଇ ମଧ୍ୟ ଆମର ବିକାଶଯାତ୍ରାରେ ବାଧା ଦେବା ଲାଗି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।
ସବୁଠାରୁ ବଡ଼ ବିରୋଧୀ ଦଳ ଓବିସି ସଂରକ୍ଷଣକୁ ହ୍ରାସ କରି ମୁସଲମାନଙ୍କ ପାଇଁ ସଂରକ୍ଷଣ ଆଣିବାକୁ ଚାହିଁବା ଅତି ଚିନ୍ତାର ବିଷୟ। ଆମ ସମ୍ୱିଧାନ ନିର୍ମାତାମାନେ, ବିଶେଷକରି ଡ. ବାବାସାହେବ ଆମ୍ୱେଡକର ଏହାର ସମ୍ପୂର୍ଣ୍ଣ ବିରୋଧୀ ଥିଲେ।
ଆମ ସମ୍ୱିଧାନର ଯାତ୍ରା ସେହି ଅସାଧାରଣ ମହିଳାମାନଙ୍କୁ ସ୍ୱୀକୃତି ନ ଦେଲେ ଅସମ୍ପୂର୍ଣ୍ଣ ରହିଯିବ, ଯେଉଁମାନେ ଏହାର ଗଠନରେ ସହାୟକ ହୋଇଥିଲେ। କିନ୍ତୁ ଚଳିତବର୍ଷ ଆରମ୍ଭରେ ଯାହା ଘଟିଲା, ତାହା ଅତି ଲଜ୍ଜାଜନକ ବିଷୟ। ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ପ୍ରଦାନ କରିବା ଲକ୍ଷ୍ୟରେ ଅଣାଯାଇଥିବା ଏକ ବିଧେୟକକୁ ଗୋଟିଏ ବିରୋଧୀଦଳ ଗୃହୀତହେବାକୁ ଦେଲାନାହିଁ। ଏହା ପୁଣିଥରେ ସାମ୍ୱିଧାନିକ ମୂଲ୍ୟବୋଧ ପ୍ରତି ସେମାନଙ୍କର ଅବଜ୍ଞାକୁ ପ୍ରଦର୍ଶିତ କଲା। ମୁଁ ଭାରତର ‘ନାରୀଶକ୍ତି’ଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ, ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଆମକୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ।
ଆମ ସାମ୍ୱିଧାନିକ ଗଣତନ୍ତ୍ରରେ ବିରୋଧୀ ଦଳର ଏକ ସ୍ପଷ୍ଟ ରୂପେ ପରିଭାଷିତ ଭୂମିକା ରହିଛି। ଦୁଃଖର ବିଷୟ, ପ୍ରମୁଖ ବିରୋଧୀଦଳ ବିରୋଧ ପକ୍ଷ ହେବା ପରିବର୍ତ୍ତେ ଏକ ଅବରୋଧ ପକ୍ଷ ପାଲଟି ଯାଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସାମ୍ୱିଧାନିକ ଦାୟିତ୍ୱ ନିର୍ୱାହର ବିକଳ୍ପ ନୁହେଁ ବୋଲି ସେମାନେ ଜାଣିବା ଉଚିତ।
ଆଜି ଭାରତ ଏକ ନିର୍ଣ୍ଣାୟକ ମୋଡ଼ରେ ଛିଡ଼ା ହୋଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଆମେ କାର୍ଯ୍ୟ କରୁଥିବା ବେଳେ ଦୁଇଟି ସରଳ କିନ୍ତୁ ଶକ୍ତିଶାଳୀ ନୀତି ଆମର ସାମୂହିକ ପ୍ରୟାସକୁ ଦିଗ୍‌ଦର୍ଶନ ଦେଇପାରିବ। ପ୍ରଥମ ନୀତି ହେଉଛି ‘ଇଣ୍ଡିଆ ଫାର୍ଷ୍ଟ’ (ଭାରତ ପ୍ରଥମ) ଚିନ୍ତାଧାରା ଏବଂ ଦ୍ୱିତୀୟଟି ହେଉଛି କର୍ତ୍ତବ୍ୟ ଭାବନା ନେଇ କାମ କରିବା। ଏହି ଦୁଇଟି ନୀତିକୁ ଆମର ମାର୍ଗଦର୍ଶକ ଭାବେ ଗ୍ରହଣକରି ଏବଂ ସମ୍ୱିଧାନକୁ ଆମ ଶକ୍ତିର ଉତ୍ସଭାବେ ମାନି ଆମେ ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହୋଇନି ଧାନ କିଣାବିକା, ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼/ଅତାବିରା, ୨୬।୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଚାଷୀଙ୍କ କ୍ଷେତ, ଖଳା ସମେତ ବିଭିନ୍ନ ରାସ୍ତାଘାଟରେ ତାହା ପଡ଼ିରହିଛି।…

ଦିନରେ ଟାୱାର ଚଢ଼ିଲେ, ରାତିରେ ମୋବାଇଲ ଜଳେଇ ପ୍ରତିବାଦ କଲେ

ଭୁବନେଶ୍ୱର, ୨୫୬ା ୧୧(ସୌମ୍ୟରଞ୍ଜନ ରାଉତ): ଦୀର୍ଘଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ବିଦ୍ୟୁତ୍‌ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ…

ସେମିଫାଇନାଲରେ ବଡ଼ ପରିବର୍ତ୍ତନ: ପ୍ରଭସିମରନ OUT, ବୈଭବଙ୍କ ସହ ଓପନିଂ କରିବେ ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୬।୧୧: ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ (ACC Men’s Asia Cup Rising Stars 2026) ର ସେମିଫାଇନାଲରେ ଗୁରୁବାର ଭାରତ-ଏ (India…

ମୋକ୍ଷ ପାଇଁ ଦେୟ

ପାଞ୍ଚଶତାବ୍ଦୀ ପୂର୍ୱେ ଆପଣ ଟଙ୍କା ଦେଇ ନିଜ ମା’ଙ୍କୁ ପାୟଶ୍ଚିତ୍ତର ନର୍କ ଯନ୍ତ୍ରଣାରୁ ମୁକ୍ତ କରିପାରୁଥିଲେ। ଚର୍ଚ୍ଚକୁ ଏକ ନିର୍ଦ୍ଦିଷ୍ଟ ଦେୟ ଦେଲେ ତାଙ୍କର ନର୍କରେ ରହିବାର…

ଆଜି ପୁଣି ଗର୍ଜିବ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ! IND A vs SL A ସେମିଫାଇନାଲ ମହାମୁକାବିଲା ଉପରେ ନଜର

ବୈଭବ ସୂର୍ଯ୍ୟବଂଶୀ ନିକଟରେ ୟୁଏଇ (UAE) ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଛନ୍ତି। ସେ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ…

WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ! ଦକ୍ଷିଣ ଆଫ୍ରିକାଠାରୁ ହାରି ଟପ୍‌-୫ରୁ ବାଦ୍‌ ପଡ଼ିଲା ବାଂଲାଦେଶ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଶେଷ ହୋଇଛି। ସେଞ୍ଚୁରିଅନର ସୁପରସ୍ପୋର୍ଟ…

କଂଗ୍ରେସରେ ସବୁ କିଛି ଠିକ୍‌ ନାହିଁ

ଭୁବନେଶ୍ୱର, ୨୬।୧୧(ସୁନିତ୍‌ ମିଶ୍ର): କଂଗ୍ରେସ ବିଧାୟକ ଦଳ ମଧ୍ୟରେ ସବୁକିଛି ଠିକ୍‌ ଅଛି ନା ନାହିଁ ତାକୁ ନେଇ ବୁଧବାର ବିଧାନସଭାରେ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ଅପରାହ୍ନ…

ଡିସେମ୍ୱର ପହିଲାରୁ LPG କୁ ନେଇ ଆସିଲା ବଡ଼ ଅପଡେଟ୍‌? ବଢିଯିବ ଗ୍ୟାସ ସିଲିଣ୍ଡର ରେଟ୍‌!

ନୂଆଦିଲ୍ଲୀ,୨୬।୧୧: ପ୍ରତ୍ୟେକ ଘରର ରୋଷେଇ ବଜେଟ ଅନେକାଂଶରେ ଏଲପିଜି (LPG) ଗ୍ୟାସ ସିଲିଣ୍ଡର ଉପରେ ର୍ନିଭରଶୀଳ ହୋଇଥାଏ । ଯଦି ଆପଣ ଇଣ୍ଡିଆନ (Indane), ଏଚପି ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?