Posted inTrending, ଖେଳ

୬ ଦଳର ଅଧିନାୟକ ଫାଇନାଲ, ୩ ଟିମ ଖୋଜୁଛନ୍ତି ନୂଆ କ୍ୟାପ୍ଟେନ

ଆଇପିଏଲ ୨୦୨୭ ପାଇଁ ମିନି ଅକ୍ସନ ଆସନ୍ତା ମାସ ୧୬ ତାରିଖରେ ଗୋଆରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ ନିଜ ନିଜ ରିଟେନ୍ସନ ତାଲିକା ଘୋଷଣା କରିସାରିଛନ୍ତି। ଏବେ ଦଳଗୁଡ଼ିକର ଅଧିନାୟକ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ୬ଟି ଦଳର ଅଧିନାୟକ ପ୍ରାୟ ନିଶ୍ଚିତ ଥିବାବେଳେ ୩ଟି ଦଳର କ୍ୟାପ୍ଟେନ କିଏ ହେବେ, ତାହା ସ୍ପଷ୍ଟ ହୋଇନାହିଁ। ଏହି ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ରହିଛି।

ଗତ କିଛି ସିଜିନରେ ଦିଲ୍ଲୀର ନେତୃତ୍ୱ ନେଉଥିବା ଅକ୍ଷର ପଟେଲଙ୍କୁ ଦଳ ରିଟେନ କରିଛି। କିନ୍ତୁ ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କ ଦଳକୁ ଫେରିବା ପରେ ନେତୃତ୍ୱ କାହା ହାତକୁ ଯିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଆଜି ନିଜ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବାକୁ ଯାଉଛି। ରୋହିତ ଶର୍ମା ପୁଣିଥରେ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମୁମ୍ବାଇ ଇଣ୍ଡିଆନ୍ସ ଆଜି ନିଜ ଅଧିନାୟକଙ୍କ ନାମ ଘୋଷଣା କରିବ। ଘୋଷଣାର ଏହି ସମୟକୁ ନେଇ ରୋହିତ ଶର୍ମା ପୁଣିଥରେ ମୁମ୍ବାଇର ନେତୃତ୍ୱ ନେବେ ବୋଲି ଅନୁମାନ କରାଯାଉଛି। ରୋହିତଙ୍କ ଜର୍ସି ନମ୍ବର ୪୫ ଏବଂ ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ଜିତିଛି।

୧. ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)
ରଜତ ପାଟିଦାରଙ୍କ ନେତୃତ୍ୱରେ ଆରସିବି ୧୮ ବର୍ଷ ପରେ ପ୍ରଥମ ଆଇପିଏଲ ଟାଇଟଲ ଜିତିଥିଲା। ୨୦୨୫ ପରେ ୨୦୨୬ରେ ମଧ୍ୟ ପାଟିଦାରଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ ହୋଇଥିବା ଦାବି କରାଯାଇଛି। ତେଣୁ ତାଙ୍କୁ ଅଧିନାୟକ ପଦରୁ ହଟାଇବାର ସମ୍ଭାବନା କମ। ୨୦୨୭ରେ ମଧ୍ୟ ସେ ଦଳର ନେତୃତ୍ୱ ନେଇପାରନ୍ତି।

୨. ଚେନ୍ନାଇ ସୁପର କିଙ୍ଗ୍ସ (CSK):

ମହେନ୍ଦ୍ର ସିଂ ଧୋନୀ ଦଳରେ ରହି ନୂଆ ଅଧିନାୟକଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଖେଳୁଥିଲେ ବୋଲି ଆଲୋଚନା ହେଉଥିଲା। ଏବେ ଧୋନି ଆଇପିଏଲରୁ ଅବସର ନେଇଥିବା କୁହାଯାଇଛି। ତାଙ୍କ ଉପସ୍ଥିତିରେ ପ୍ରସ୍ତୁତ ହୋଇଥିବା ଋତୁରାଜ ଗାଏକୱାଡ ଦଳର ଅଧିନାୟକ ଅଛନ୍ତି। ସଞ୍ଜୁ ସାମସନ ଦଳକୁ ଆସିବା ପରେ ଅଧିନାୟକ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାଙ୍କୁ ଗାଏକୱାଡଙ୍କ ନେତୃତ୍ୱରେ ଖେଳିବାକୁ ପଡ଼ିଥିଲା। ତେଣୁ ଗାଏକୱାଡ ହିଁ ଅଧିନାୟକ ରହିବା ସମ୍ଭାବନା ଅଧିକ।

ଗୁଜରାଟ ଟାଇଟନ୍ସ (GT):
ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡ଼ିବା ପରେ ଶୁଭମନ ଗିଲଙ୍କୁ ଦଳର ଅଧିନାୟକ କରାଯାଇଥିଲା। ପରବର୍ତ୍ତୀ ସମୟରେ ଗିଲ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ମଧ୍ୟ ହୋଇଛନ୍ତି। ତେଣୁ ତାଙ୍କୁ ହଟାଇବାର କୌଣସି ବିଶେଷ କାରଣ ଦେଖାଯାଉନାହିଁ। ୨୦୨୭ରେ ମଧ୍ୟ ଗିଲ ଗୁଜରାଟର ନେତୃତ୍ୱ ନେଇପାରନ୍ତି।

ପଞ୍ଜାବ କିଙ୍ଗ୍ସ (PBKS):
ଟ୍ରେଡ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଆସିବା ପରେ ସେ ଦଳର ଅଧିନାୟକ ହେବେ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ହାର୍ଦ୍ଦିକ ନିଜେ ସ୍ପଷ୍ଟ କରିଥିବା ଦାବି କରାଯାଇଛି ଯେ, ଶ୍ରେୟସ ଆୟର ହିଁ ଦଳର ଅଧିନାୟକ ରହିବେ।

ରାଜସ୍ଥାନ ରୟାଲ୍ସ (RR):
ଗତ ସିଜିନରେ ସଞ୍ଜୁ ସାମସନ ଦଳ ଛାଡ଼ିବା ପରେ ରିୟାନ ପରାଗଙ୍କୁ ରାଜସ୍ଥାନ ରୟାଲ୍ସର ପୂର୍ଣ୍ଣକାଳୀନ ଅଧିନାୟକ କରାଯାଇଥିଲା। ସେ ଜଣେ ଯୁବ ଖେଳାଳି ହୋଇଥିବାରୁ ଭବିଷ୍ୟତକୁ ନଜରରେ ରଖି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ତେଣୁ ୨୦୨୭ରେ ମଧ୍ୟ ସେ ଅଧିନାୟକ ରହିବା ସମ୍ଭାବନା ଅଧିକ।

୬. ସନରାଇଜର୍ସ ହାଇଦ୍ରାବାଦ (SRH)
ପ୍ୟାଟ କମିନ୍ସ ଆଇପିଏଲ ୨୦୨୭ ଖେଳିବା ପାଇଁ ଭାରତ ଆସିବେ ବୋଲି ସ୍ପଷ୍ଟ କରିଥିବା କୁହାଯାଉଛି। ଏପରିକି ସେ ଅଧା ସିଜିନ ପାଇଁ ଆସିଲେ ମଧ୍ୟ ଦଳର ଅଧିନାୟକ ରହିପାରନ୍ତି। ତାଙ୍କ ଅନୁପସ୍ଥିତିରେ ଈଶାନ କିଶନ ଦଳର ନେତୃତ୍ୱ ନେଇପାରନ୍ତି।

୭. ଦିଲ୍ଲୀ କ୍ୟାପିଟାଲ୍ସ (DC)
ଅକ୍ଷର ପଟେଲ ଗତ ସିଜିନ୍ରେ ଦିଲ୍ଲୀର ଅଧିନାୟକ ଥିଲେ। କିନ୍ତୁ ଟ୍ରେଡ ଜରିଆରେ ପୂର୍ବତନ ଅଧିନାୟକ ଋଷଭ ପନ୍ତ ଦଳକୁ ଫେରିବା ପରେ ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ଏହା ସହିତ ଦଳର କୋଚିଂ ଷ୍ଟାଫ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି। ସୌରଭ ଗାଙ୍ଗୁଲି ମୁଖ୍ୟ କୋଚ ଏବଂ ଯୁବରାଜ ସିଂ ବ୍ୟାଟିଂ କୋଚ ହୋଇଥିବା କୁହାଯାଉଛି। ଏବେ ଦିଲ୍ଲୀର ଅଧିନାୟକ କିଏ ହେବେ, ତାହା ସ୍ପଷ୍ଟ ହୋଇନାହିଁ।

୮. କୋଲକାତା ନାଇଟ ରାଇଡର୍ସ (KKR)
ଗତ ସିଜିନରେ ଅଜିଙ୍କ୍ୟ ରାହାଣେ କୋଲକାତାର ଅଧିନାୟକ ଥିଲେ। ସେ ଅବସର ନେଇଥିବାରୁ ଏବେ ଦଳକୁ ନୂଆ ଅଧିନାୟକ ଖୋଜିବାକୁ ପଡ଼ିବ। କୋଲକାତା ପକ୍ଷରୁ ଏପର୍ଯ୍ୟନ୍ତ ନୂଆ ଅଧିନାୟକଙ୍କ ନାମ ଘୋଷଣା ହୋଇନାହିଁ। ରିଙ୍କୁ ସିଂ ଏହି ଦୌଡ଼ରେ ଆଗରେ ଥିବା କୁହାଯାଉଛି।

୯. ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG)
ରିଷଭ ପନ୍ତ ଦଳ ଛାଡ଼ିବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟ ଏପର୍ଯ୍ୟନ୍ତ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିନାହିଁ। ତେଣୁ ଆଗାମୀ ସିଜିନରେ କିଏ ଦଳର ନେତୃତ୍ୱ ନେବେ, ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଗସ୍ତରେ ଯିବ ଭାରତ-ଏ ଟିମ, ଖେଳିବ ୩ଟି ଟି-୨୦ ମ୍ୟାଚ; ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିପାରେ ସୁଯୋଗ! ଜାଣନ୍ତୁ ପୂରା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୭।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଭାରତୀୟ-ଏ ଦଳର ଅଭିଯାନ ଶେଷ ହୋଇଛି। ସେମିଫାଇନାଲରେ ଶ୍ରୀଲଙ୍କାଠାରୁ ପରାଜୟ ବରଣ କରିବା ପରେ ଟୁର୍ନାମେଣ୍ଟରୁ ବିଦାୟ ନେଇଛି…

ଶନିଙ୍କ ମାର୍ଗୀ ଚଳନ ବଦଳାଇବ ବୃଷ ସମେତ ୩ ରାଶିଙ୍କ ଭାଗ୍ୟ! ଅଜସ୍ର ଧନପ୍ରାପ୍ତି ସହ ମିଳିବ ନୂଆ ଚାକିରି

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳ ପ୍ରଦାନକାରୀ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। ବିଶ୍ୱାସ ଅନୁସାରେ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ…

ନିଜ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେଲେ ଦୁଇ ଭାଇ, ଏମିତି ସାମ୍ନାକୁ ଆସିଲା ପ୍ରକୃତ ଘଟଣା…

ରାଞ୍ଚି,୨୭ା୧୧: ଝାଡ଼ଖଣ୍ଡର ଗୁମଲା ଜିଲାରେ ଦୁଇ ଯାଆଙ୍କ ମଧ୍ୟରେ ଥିବା ପୁରୁଣା ବିବାଦକୁ କେନ୍ଦ୍ର କରି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦୁଇ ଭାଇଙ୍କୁ ଗିରଫ…

ଡିଜେ ଗୀତରେ ନାଚୁଥିବା ବେଳେ ଟଳିପଡ଼ିଲେ ସେନା କର୍ମଚାରୀ, ତାପରେ…

ଲକ୍ଷ୍ନୌ,୨୭ା୧୧: ବିବାହ ଉତ୍ସବର ଖୁସି ମୁହୂର୍ତ୍ତକରେ ଶୋକରେ ପରିଣତ ହୋଇଗଲା। ଡିଜେ ଗୀତରେ ପତ୍ନୀଙ୍କ ସହ ନାଚୁଥିବା ବେଳେ ହଠାତ୍‌ ଟଳିପଡ଼ିଲେ ଭାରତୀୟ ସେନାର ଜଣେ କର୍ମଚାରୀ।…

କାହିଁକି ଟେଷ୍ଟ କୁ ବାଏ ବାଏ କହିଲେ ମହମ୍ମଦ ଶାମି: କଲେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମକୁ ଫେରିବା ନେଇ ଆଉ ଚିନ୍ତା କରୁନାହାନ୍ତି ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମି। ଏବେ ତାଙ୍କର ସମ୍ପୂର୍ଣ୍ଣ ଫୋକସ ନିଜ ଖେଳ,…

ଗଜକେଶରୀ ଯୋଗ: ଡିସେମ୍ବର ପହିଲାରୁ ତୁଳା ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ପ୍ରବଳ ଧନଲାଭ ସହ…

ନୂଆଦିଲ୍ଲୀ,୨୭।୧୧: ଡିସେମ୍ବର ମାସର ଆରମ୍ଭରୁ ଜ୍ୟୋତିଷ ଦୃଷ୍ଟିକୋଣରୁ କିଛି ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଡିସେମ୍ବର ଆରମ୍ଭରେ ଶୁକ୍ର ଓ ବୁଧଙ୍କ ଯୁତିରୁ ଲକ୍ଷ୍ମୀ ନାରାୟଣ…

ଦୀର୍ଘଦିନର ଦାବି ପୂରଣ: ବିଡିଓ-ଏଇଇଙ୍କୁ ଧନ୍ୟବାଦ ଜଣାଇଲେ ପଡ଼ାବାସୀ

କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନର ଦାବି ପୂରଣ ହୋଇଛି। କାଦୁଆ ରାସ୍ତାରେ ଯାତାୟାତର ସମସ୍ୟା ଭୋଗୁଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତର ଧରଣୀ…

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ଅଫତାବ: ପ୍ରଥମ ଥର ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ

ପୁରୀ,୨୭।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହେଲେ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ଅଫତାବ ଶିବଦାସାନୀ। ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?