ନୂଆଦିଲ୍ଲୀ,୨୭।୧୧: ସଂସଦର ମୌସୁମୀ ଅଧିବେଶନର ଆଗାମୀ କାର୍ଯ୍ୟାନୁଷ୍ଠାନ ବଢ଼ାଇବା ପାଇଁ ସରକାର ଅନୁରୋଧ କରିଛନ୍ତି। ସଂସଦୀୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଅନୁଯାୟୀ, ଏହି ପଦକ୍ଷେପ ଜରୁରୀ କାମକାଜ ପାଇଁ ନିଆଯାଇଛି। ଯେଉଁଠାରେ ଲୋକସଭାର ବୈଠକ ୩୦ ନଭେମ୍ୱର ଏବଂ ରାଜ୍ୟସଭାର ବୈଠକ ୨ ଡିସେମ୍ୱର ଦିନ ଅନୁଷ୍ଠିତ ହେବ। ଉଭୟ ସଦନର ସଚିବାଳୟ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ଅଧିବେଶନ ବିଧାୟୀ କାମକାଜ ପାଇଁ ଡକାଯାଇଛି। କିନ୍ତୁ ସମସ୍ତଙ୍କ ନଜର ଗୋଟିଏ ପ୍ରସଙ୍ଗରେ ଲାଗି ରହିଛି, ଯାହା ହେଉଛି ସୀମା ର୍ନିଦ୍ଧାରଣ (delimitation) ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ। ମନେ କରାଯାଉଛି ଯେ ଏହି ବୈଠକଗୁଡ଼ିକରେ ସରକାର ଏହି ବିଲ ଆଣିପାରନ୍ତି। ଏଭଳି ପରିସ୍ଥିତିରେ ଯଦି ସୀମା ର୍ନିଦ୍ଧାରଣ ବିଲ ଆସେ, ତେବେ ଲୋକସଭା ଏବଂ ରାଜ୍ୟସଭାରେ ସାଂସଦମାନଙ୍କ ସ୍ଥିତି କ’ଣ ଅଛି ଏବଂ କ’ଣ ସମୀକରଣ ସୃଷ୍ଟି ହେଉଛି?
ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ସରକାର ଅଧିବେଶନରେ ସୀମା ର୍ନିଦ୍ଧାରଣ ଏବଂ ମହିଳା ସଂରକ୍ଷଣ ବିଲ ସହ ଜଡ଼ିତ ସମ୍ୱିଧାନ ସଂଶୋଧନ ଆଣିବା ପ୍ରସ୍ତୁତିରେ ଅଛନ୍ତି। ଯାହାର କଳ୍ପନାଜଳ୍ପନା ବହୁ ଦିନରୁ ଚାଲିଆସୁଛି। ଏହି ବିଲ ଅନୁଯାୟୀ ଦେଶରେ ବର୍ତ୍ତମାନର ୫୪୩ ଲୋକସଭା ଆସନ ସଂଖ୍ୟା ବଢ଼ି ୮୫୦ ପର୍ଯ୍ୟନ୍ତ ହୋଇପାରେ, ଏହା ପରେ ହିଁ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ୨୦୨୯ ଲୋକସଭା ର୍ନିବାଚନ ପୂର୍ୱରୁ ଲାଗୁ ହୋଇପାରିବ। ଏଭଳି ପରିସ୍ଥିତିରେ ଏହି ବିଲ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ମହିଳା ସଂରକ୍ଷଣ ଆଇନ ଅର୍ଥାତ ’ନାରୀ ଶକ୍ତି ବନ୍ଦନ ଅଧିନିୟମ’ ୨୦୨୩ ମସିହାରେ ହିଁ ପାସ ହୋଇସାରିଛି। କିନ୍ତୁ ସେଥିରେ ସର୍ତ୍ତ ଥିଲା ଯେ ସଂରକ୍ଷଣ ଜନଗଣନା ଏବଂ ସୀମା ର୍ନିଦ୍ଧାରଣ ପରେ ହିଁ ଲାଗୁ ହେବ। ସରକାର ଏବେ ସେହି ପ୍ରକ୍ରିୟାକୁ ତ୍ୱରାନୱିତ କରିବାକୁ ଚାହୁଁଛନ୍ତି।
ଯଦି ସରକାର ଏହି ବିଲ ଆଣନ୍ତି ଏବଂ ସେଥିରେ ଭୋଟିଂ ହୁଏ, ତେବେ ଲୋକସଭାରେ ନମ୍ୱର ଗେମ କ’ଣ ଅଛି? ଏହା ମଧ୍ୟ ଜାଣିବା ଜରୁରୀ। ଅର୍ଥାତ ପ୍ରଭାବୀ ସାଂସଦ ଲୋକ ସଭାର ମୋଟ ୫୪୩ ଆସନ ମଧ୍ୟରୁ ଏବେ ୩ଟି ଖାଲି ଅଛି, ଅର୍ଥାତ ବର୍ତ୍ତମାନ ପ୍ରଭାବୀ ସାଂସଦଙ୍କ ସଂଖ୍ୟା ୫୪୦ ଅଛି। ଯଦି ସମସ୍ତ ସାଂସଦ ଉପସ୍ଥିତ ରହି ଭୋଟ ଦିଅନ୍ତି, ତେବେ ଦୁଇ-ତୃତୀୟାଂଶ ପାଇଁ ୩୬୦ ଭୋଟ ଆବଶ୍ୟକ ହେବ।
ଶାସକ NDAର ସ୍ଥିତି କଥା କହିଲେ, ଭାଜପା ପାଖରେ ୨୪୧ ଆସନ, ଟିଡିପି ୧୬, ଶିବସେନା ୧୩, ଜେଡିୟୁ ୧୨, ଏନସିପିଆଇ ୨୦, ଏଲଜେପି-ରାମବିଳାସ ୫, ଆରଏଲଡି ୨, ଜନସେନା ପାର୍ଟି ୨, ଜେଡିଏସ ୨, ଅକାଳୀ ଦଳ ୧, ଆସମ ଗଣ ପରିଷଦ, ଆଜସୁ, ଅପନା ଦଳ, ହମ ଏବଂ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାର ୧-୧ ଆସନ ମିଶାଇ ୭ଟି ଆସନ ଅଛି। ଯାହାଫଳରେ ଏନଡିଏର ମୋଟ ସଂଖ୍ୟା ୩୨୦ ପର୍ଯ୍ୟନ୍ତ ପହଞ୍ଚୁଛି। ଏଭଳି ପରିସ୍ଥିତିରେ ଯଦି ଭୋଟିଂ ହୁଏ, ତେବେ NDAକୁ ୪୦ ଜଣ ସାଂସଦଙ୍କ ଆବଶ୍ୟକତା ପଡ଼ିବ।
ଯଦି DMK, NCP-SP ଏବଂ YSRCP ବିଲ ସମର୍ଥନରେ ସାଥ ଦିଅନ୍ତି, ତେବେ DMKର ୨୨, NCP (ଶରଦ ପାୱାର)ର ୮ ଏବଂ YSRCPର ୪ ସାଂସଦ ମିଶି ସଂଖ୍ୟା ୩୫୩ ପର୍ଯ୍ୟନ୍ତ ପହଞ୍ଚିପାରେ। ଏହା ପୂର୍ଣ୍ଣ ଉପସ୍ଥିତି ଥିବା ୩୬୦ ସଂଖ୍ୟାଠାରୁ ମାତ୍ର ୬ କମ ଅଛି।
ଭୋଟିଂ ସମୟରେ ଯଦି DMK ସଦନରୁ ବାହାରେ ରୁହେ, ତେବେ ବହୁମତର ସଂଖ୍ୟା ୩୪୫ ହୋଇଯିବ। ଏହି ସ୍ଥିତିରେ ଏନଡିଏର ୩୨୦ ସାଂସଦ ଏବଂ NCP (ଶରଦ ପାୱାର)ର ୮ ଓ YSRCPର ୪ ସାଂସଦ ମିଶି ସଂଖ୍ୟା ୩୩୨ ପର୍ଯ୍ୟନ୍ତ ହୋଇଯିବ। ଏହି ସ୍ଥିତିରେ ମଧ୍ୟ ବହୁମତଠାରୁ ୧୨ ଭୋଟ କମ ରହିଯିବ।
ସେହିପରି ତୃତୀୟ ସ୍ଥିତିରେ ଯଦି DMK ଏବଂ ଶରଦ ପାୱାରଙ୍କ ଦଳର ସାଂସଦ ସଦନରୁ ବାହାରେ ରୁହନ୍ତି, ତେବେ ବହୁମତର ସଂଖ୍ୟା ୩୪୦ ପର୍ଯ୍ୟନ୍ତ ଆସିଯିବ। ଏହି ସ୍ଥିତିରେ ଯଦି YSRCPର ୪ ସାଂସଦ ସମର୍ଥନ କରିବେ, ତେବେ ମଧ୍ୟ ୧୬ ଭୋଟ ପଛରେ ରହିଯିବ।
ସୀମା ର୍ନିଦ୍ଧାରଣରେ DMKର ଭୂମିକା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ DMKର କହିବା କଥା ହେଉଛି ଯଦି ତାମିଲନାଡୁରେ ଲୋକସଭା ଆସନର ବର୍ତ୍ତମାନର ସ୍ଥିତି ୭.୨ ପ୍ରତିଶତ ଅଂଶଧନ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ, ତେବେ ସେ ସୀମା ର୍ନିଦ୍ଧାରଣ ବିଲ୍କୁ ସମର୍ଥନ ଦେଇପାରେ। ଅନ୍ୟପଟେ ଶରଦ ପାୱାର ଗୋଷ୍ଠୀ ମଧ୍ୟ ବିଲ ସମର୍ଥନରେ ସଙ୍କେତ ଦେଇସାରିଛି। ମନେ କରାଯାଉଛି ଯେ ଲିଖିତ ଗ୍ୟାରେଣ୍ଟି ସ୍ଥିତିରେ DMK ଏବଂ NCP-SP ଭଳି ଦଳ ସମର୍ଥନ ଉପରେ ପୁନର୍ୱିଚାର କରିପାରନ୍ତି। NCP-SP ନେତ୍ରୀ ସୁପ୍ରିୟା ସୁଲେ ପୂର୍ୱରୁ ହିଁ ଏହାର ସଙ୍କେତ ଦେଇସାରିଛନ୍ତି। DMK ମଧ୍ୟ ଇଣ୍ଡିଆ ମେଣ୍ଟରୁ ବାହାରେ ଅଛି, ତେଣୁ ଏହି ଉଭୟ ଦଳର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ଅଛି।
ଦୁଇ-ତୃତୀୟାଂଶ ସଂଖ୍ୟା ଉପସ୍ଥିତ ଏବଂ ମତଦାନ କରୁଥିବା ଲୋକମାନଙ୍କ ଆଧାରରେ ସ୍ଥିର ହୁଏ, ଯଦି ୩୫୪ ସାଂସଦ ପକ୍ଷରେ ରୁହନ୍ତି ଏବଂ ମୋଟ ମତଦାନ ୫୨୮ ବା ତା’ଠାରୁ କମ ହୋଇଯାଏ, ତେବେ ବିଲ ପାସ ହୋଇପାରେ। ଅର୍ଥାତ୍ ବିରୋଧୀ ଦଳର ୧୦-୧୫ ସାଂସଦ ମଧ୍ୟ ସଦନରୁ ବାହାରେ ରହିଲେ ସରକାର ବିଲ ପାସ କରାଇପାରନ୍ତି। ଏହି କାରଣରୁ ବିଲ୍ରେ ବିରୋଧୀ ଦଳର ସାଂସଦମାନଙ୍କ ଅନୁପସ୍ଥିତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
ରାଜ୍ୟ ସଭାର ଆକଳନ
ସେହିପରି କଥା ଯଦି ରାଜ୍ୟସଭାର ଆକଳନର କରାଯାଏ, ତେବେ ଏଠାରେ ରାଜ୍ୟସଭାରେ ମୋଟ ୨୪୩ ସାଂସଦ ଭୋଟ ଦେବେ। ଯେଉଁଥିରେ ବିଲ ପାସ କରାଇବାର ସଂଖ୍ୟା ୧୬୨ ହେବ। ବର୍ତ୍ତମାନ ରାଜ୍ୟସଭାରେ NDA ପାଖରେ ୧୫୧ ସାଂସଦ ଅଛନ୍ତି। ଅର୍ଥାତ୍ ଏଠାରେ ସରକାର ବିଲ୍କୁ ପାସ କରାଇବାଠାରୁ ୧୧ ଭୋଟ ପଛରେ ଅଛନ୍ତି। ଯାହାଫଳରେ ରାଜ୍ୟସଭାରେ ମଧ୍ୟ ଅନ୍ୟ ଦଳଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।
ଲୋକ ସଭାର ସଂଖ୍ୟା ଗଣିତ
ଲୋକସଭାର ମୋଟ ଆସନ:୫୪୩
ବର୍ତ୍ତମାନ ପ୍ରଭାବୀ ସଂଖ୍ୟା: ୫୪୦
ଦୁଇ-ତୃତୀୟାଂଶ ବହୁମତର ସଂଖ୍ୟା: ୩୬୦

