Posted inTrending, ଖେଳ

MI ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କ ପ୍ରଥମ ବୟାନ, ମୋ ପାଇଁ ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ,୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦୨୭ ସଂସ୍କରଣ ପୂର୍ୱରୁ, ଅଭିଜ୍ଞ ବ୍ୟାଟର୍‌ ରୋହିତ ଶର୍ମାଙ୍କୁ ତିନି ବର୍ଷର ବ୍ୟବଧାନ ପରେ ଶୁକ୍ରବାର ପୁଣି ଥରେ ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ରୋହିତ, ଯାହାଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ପାଞ୍ଚଟି IPL ଟ୍ରଫି ଜିତିଛି, ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ। ହାର୍ଦ୍ଦିକ ପାଣ୍ଡ୍ୟା ଏକ ଟ୍ରେଡ ଜରିଆରେ ପଞ୍ଜାବ କିଙ୍ଗ୍ସକୁ ଚାଲିଯାଇଛନ୍ତି, ଯେଉଁଥିରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମଧ୍ୟ ସାମିଲ ଅଛନ୍ତି। ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଜାରି ଏକ ବିବୃତିରେ ରୋହିତ କହିଛନ୍ତି, “ମୁଁ IPLର ୨୦ତମ ସିଜିନ ପାଇଁ, ଆଗକୁ ଆସୁଥିବା ଚ୍ୟାଲେଞ୍ଜ ପାଇଁ ଏବଂ ମୋ ଫ୍ୟାନ୍ସଙ୍କୁ ଉତ୍ସବ ମନାଇବାର ଅନେକ ସୁଯୋଗ ଦେବା ପାଇଁ ପ୍ରସ୍ତୁତ ଅଛି। ଆମର ସମ୍ପୂର୍ଣ୍ଣ ଧ୍ୟାନ ନିଜ ଶୈଳୀରେ କ୍ରିକେଟ ଖେଳିବା, ଏକ ଦଳ ଭାବେ ଲଢ଼େଇ କରିବା ଏବଂ ଖେଳର ଆନନ୍ଦ ନେବା ଉପରେ ରହିବ।”

ରୋହିତ ୨୦୧୩ରେ ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ। IPL ୨୦୨୩ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ IPL ଟ୍ରଫି ଜିତିଥିଲା। ୨୦୨୦ରେ ଟ୍ରଫି ଜିତିବା ପରେ, ଲିଗ୍ରେ ମୁମ୍ୱାଇର ପ୍ରଦର୍ଶନ ବେଶ ଖରାପ ରହିଥିଲା। ସେମାନେ ୨୦୨୧ରେ ପଞ୍ଚମ ଏବଂ ୨୦୨୨ରେ ୧୦ମ ସ୍ଥାନରେ ରହିଥିଲେ, ଯେତେବେଳେକି ୨୦୨୩ରେ କ୍ୱାଲିଫାୟର ୨ରୁ ବାଦ ପଡ଼ିଥିଲେ। ଏହି କାରଣରୁ ମୁମ୍ୱାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଅଧିନାୟକ ବଦଳାଇବାକୁ ନିଷ୍ପତ୍ତି ନେଇଥିଲା।

ତେବେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମଧ୍ୟ ମୁମ୍ୱାଇର ପ୍ରଦର୍ଶନ ଭଲ ହୋଇନଥିଲା; ସେମାନେ ୨୦୨୪ରେ ୧୦ମ ଏବଂ ୨୦୨୬ରେ ନବମ ସ୍ଥାନରେ ରହିଥିଲେ। ୨୦୨୫ରେ, ସେମାନେ କ୍ୱାଲିଫାୟର ୨ ପର୍ଯ୍ୟନ୍ତ ତ ପହଞ୍ଚିଥିଲେ, କିନ୍ତୁ ତା’ପରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ରୋହିତ ନିଜ IPL କ୍ୟାରିୟରର ଆରମ୍ଭ ଡେକାନ ଚାର୍ଜର୍ସ ସହିତ କରିଥିଲେ। ସେ ଏପର୍ଯ୍ୟନ୍ତ ୨୮୧ଟି ମ୍ୟାଚରେ ୭,୩୨୯ ରନ କରିଛନ୍ତି, ଯେଉଁଥିରେ ଦୁଇଟି ଶତକ ଏବଂ ୪୯ଟି ଅର୍ଦ୍ଧଶତକ ସାମିଲ ଅଛି।

ଡାହାଣହାତୀ ବ୍ୟାଟର୍‌ ରୋହିତ IPLରେ ସର୍ୱାଧିକ ରନ ସଂଗ୍ରହକାରୀ ଖେଳାଳିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଆଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି ଅଛନ୍ତି, ଯିଏ ୨୮୩ଟି ମ୍ୟାଚରେ ୯,୩୩୬ ରନ କରିଛନ୍ତି, ଯେଉଁଥିରେ ନଅଟି ଶତକ ଏବଂ ୬୮ଟି ଅର୍ଦ୍ଧଶତକ ସାମିଲ ଅଛି।

Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ୱାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ପୁଣି ଅଧିନାୟକ ପଦକୁ ଫେରିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ (IPL) ୨୦୨୭ ସିଜିନ ପୂର୍ୱରୁ ମୁମ୍ୱାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ମୁମ୍ୱାଇ ଇଣ୍ଡିଆନ୍ସ ପୁଣି ଥରେ ନିଜର ସବୁଠାରୁ ସଫଳ ଅଧିନାୟକଙ୍କ ଉପରେ…

ମହାକାଳପଡ଼ାରେ ବିଜେଡିର ଶକ୍ତି ପ୍ରଦର୍ଶନ: ଆଗାମୀ ନିର୍ବାଚନକୁ ନେଇ ଅତନୁ କହିଦେଲେ ଏହି ବଡ଼ କଥା…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପଦଯାତ୍ରା ମହାକାଳପଡ଼ା କେନାଲ ଛକଠାରୁ ଆରମ୍ଭ ହୋଇ ଗହ୍ମା ଛକ,…

ବାଲିଯାତ୍ରାରୁ ହଟିଲା ଦୋଳି କଟକଣା: SOP ମାନି ଚାଲିବ ଦୋଳି

କଟକ,୨୭।୧୧ ବାଲିଯାତ୍ରାରେ ଦୋଳି ଚାଳନା ଉପରେ ଲାଗିଥିବା କଟକଣା ହଟାଇଛି ପ୍ରଶାସନ। ଏଣିକି ନିର୍ଦ୍ଧାରିତ ନିୟମ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁପାଳନ କରି ଦୋଳି…

ଗୋପାଳପୁର ବନ୍ଦରରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ

ଛତ୍ରପୁର,୨୭ା୧୧(ଦିଲ୍ଲୀପ ସାମଲ): ଭାରତୀୟ ନୌସେନାର ଯୁଦ୍ଧଜାହାଜ ‘ଆଇଏନଏସ ଦୁନାଗିରି’ ବିଶାଖାପାଟଣାରୁ ଆସି ଗୋପାଳପୁର ବନ୍ଦରରେ ପହଞ୍ଚିଛି। ଏହି ଅବସରରେ ଆସନ୍ତା ଦୁଇଦିନ ଧରି ସାଧାରଣ ଜନତାଙ୍କୁ ଯୁଦ୍ଧଜାହାଜଟିକୁ…

ଜଳୁଥିବା କାର୍‌ ନିକଟରେ ଅର୍ଦ୍ଧଦଗ୍ଧ ମୃତଦେହ, ମିଳିନି ପରିଚୟ

ବାରଙ୍ଗ,୨୭ା୧୧(ଲିଙ୍ଗରାଜ ରାଉତ): କଟକ ଉପକଣ୍ଠ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ଅତ୍ୟନ୍ତ ଲୋମହର୍ଷଣକାରୀ ତଥା ସନ୍ଦେହଜନକ ଘଟଣା ଘଟିଛି। ଏକ କାର୍‌ରେ…

ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା! ୨୦୧୩ ପରେ ସବୁଠାରୁ ବଡ଼ ହ୍ରାସ

ନୂଆଦିଲ୍ଲୀ,୨୭।୧୧: ୨୦୨୬ରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ ହୋଇଛି। ଜୁନ ୨୦୧୩ ପରଠାରୁ ଏହାକୁ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି।…

୧୪୫ ଟେଷ୍ଟ, ୫୭୭ ଉଇକେଟ୍‌; ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିବେ ଏହି ଅଭିଜ୍ଞ ଖେଳାଳି! ଟେଷ୍ଟ କ୍ୟାରିୟରକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଅଷ୍ଟ୍ରେଲିଆର ଅଭିଜ୍ଞ ଅଫ ସ୍ପିନର ନାଥନ ଲାୟନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ପର୍ଥରେ ହେବାକୁ ଥିବା ପ୍ରଥମ ଟେଷ୍ଟରୁ ବାଦ୍‌ ଦିଆଯାଇପାରେ। ରିପୋର୍ଟ ଅନୁସାରେ, ଶନିବାର ଘୋଷଣା…

ମଞ୍ଚ ଉପରେ ଜିଅନ୍ତା କୁଚିଆ ଗିଳିଲେ କଳାକାର, ସାପ ଭାବି ଦର୍ଶକ ଛାନିଆ, ଭାଇରାଲ୍ ଦୃଶ୍ୟକୁ ନେଇ ହଇଚଇ

ବ୍ରହ୍ମପୁର, ୨୭।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମରେ କୋଠିଶାଳ ଯାତ୍ରା ଅବସରରେ ଜଣେ କଳାକାର ମଞ୍ଚ ଉପରେ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?