ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ ଯୋଗୁ ଅତିରିକ୍ତ ଗରମ ବଢ଼ିବା ସହିତ ସାରା ବିଶ୍ୱରେ ୪ ଲକ୍ଷ ୫୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ।  ଶିକାଗୋ ବିଶ୍ୱବିଦ୍ୟାଳୟର କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍ ପକ୍ଷରୁ ଏହି ଆକଳନ ସମ୍ପର୍କରେ ସୂଚନା ଦିଆଯାଇଛି । ବୈଜ୍ଞାନିକଙ୍କ ଅନୁସାରେ, ଏଲ୍ ନିନୋର ପ୍ରଭାବ ଇଣ୍ଡୋନେସିଆ, ଭାରତ ଓ ନାଇଜେରିଆଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ। ଏହା ସହ ମରୁଡ଼ି, ଜଙ୍ଗଲ ନିଆଁ ଓ ବନ୍ୟା ଭଳି ଘଟଣା ମଧ୍ୟ ବଢ଼ିବାର ଆଶଙ୍କା ରହିଛି।

ରିପୋର୍ଟରେ ବିଭିନ୍ନ ଅଞ୍ଚଳରେ ଅତିରିକ୍ତ ଗରମ ଯୋଗୁ ହେବାକୁ ଥିବା ମୃତ୍ୟୁର ଆକଳନ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି, କେଉଁ ଅଞ୍ଚଳରେ ସମୟ ପୂର୍ବରୁ ପଦକ୍ଷେପ ନେଇ ଅଧିକ ଜୀବନ ବଞ୍ଚାଯାଇପାରିବ, ତାହା ଚିହ୍ନଟ କରିବା। ବୈଜ୍ଞାନିକମାନେ ଅତ୍ୟଧିକ ଗରମ ପାଇଁ ଆଗୁଆ ସତର୍କତା ବ୍ୟବସ୍ଥା, କୁଲିଂ ସେଣ୍ଟର ସ୍ଥାପନ, ହିଟ୍‌ୱେଭ୍ ସମୟରେ ହସ୍ପିଟାଲରେ ଅଧିକ କର୍ମଚାରୀ ନିୟୋଜନ ଏବଂ ବାହାରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ଭଳି ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି।

ଜଳବାୟୁ ବୈଜ୍ଞାନିକଙ୍କ ଅନୁସାରେ, ପ୍ରଶାନ୍ତ ମହାସାଗରର ଟ୍ରପିକାଲ୍ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ବହୁତ ଅଧିକ ହୋଇଯାଇଛି । ଏହା ଏମିତି ଏକ ସମୟରେ ଘଟୁଛି, ଯେତେବେଳେ ମାନବୀୟ କାର୍ଯ୍ୟକଳାପ ଯୋଗୁ ବିଶ୍ୱର ତାପମାତ୍ରା ପୂର୍ବରୁ ହିଁ ବଢ଼ିଛି । ଫଳରେ ଏଲ ନିନୋ ସହ ଜଡ଼ିତ ପ୍ରଭାବ ଆହୁରି ଗମ୍ଭୀର ହୋଇପାରେ।ଶିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍‌ର ସହ-ପ୍ରତିଷ୍ଠାତା ମାଇକେଲ୍ ଗ୍ରୀନଷ୍ଟୋନ୍ କହିଛନ୍ତି ଯେ ୪ ଲକ୍ଷ ୫୧ ହଜାର ଲୋକଙ୍କ ସମ୍ଭାବ୍ୟ ମୃତ୍ୟୁର ଆକଳନ ଏତେ ବଡ଼ ଯେ ଏହାର ପରିମାଣ ବୁଝିବା ମଧ୍ୟ କଷ୍ଟକର । ଏହି ସଂଖ୍ୟାରେ ପରିବାରର ସଦସ୍ୟ, ଶିଶୁ, ବୟସ୍କ, ପଡ଼ୋଶୀ ଓ ସାଧାରଣ ଜୀବନ ବିତାଉଥିବା ଲୋକମାନେ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି।

ଏଲ୍ ନିନୋ ହେଉଛି ଏକ ପ୍ରାକୃତିକ ଜଳବାୟୁ ଘଟଣା। ଏଥିରେ ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ବଢ଼ିଯାଏ । ଏହାର ପ୍ରଭାବରେ ବିଶ୍ୱର ବିଭିନ୍ନ ଅଞ୍ଚଳର ବର୍ଷା, ତାପମାତ୍ରା ଓ ପବନର ସାଧାରଣ ପାଟର୍ନରେ ପରିବର୍ତ୍ତନ ଆସିଥାଏ।କେତେକ ଅଞ୍ଚଳରେ ଏଲ୍ ନିନୋ ଯୋଗୁ ଅତ୍ୟଧିକ ଗରମ ଓ ମରୁଡ଼ିର ବିପଦ ବଢ଼ିପାରେ । ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା, ବନ୍ୟା ଓ ଝଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଏହାର ପ୍ରଭାବ କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୀତି ଉପରେ ମଧ୍ୟ ପଡ଼ିପାରେ।

ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ୪ ଲକ୍ଷ ୫୧ ହଜାର ମୃତ୍ୟୁର ଆକଳନ କୌଣସି ନିଶ୍ଚିତ ଭବିଷ୍ୟବାଣୀ ନୁହେଁ । ଏହା ସମ୍ଭାବ୍ୟ ବିପଦର ଏକ ଆକଳନ। ଏହାକୁ ଆଧାର କରି ସରକାର ଓ ସ୍ଥାନୀୟ ପ୍ରଶାସନ ଆଗୁଆ ପ୍ରସ୍ତୁତି ନେଇପାରିବେ। ଏଲ୍ ନିନୋର ପ୍ରଭାବକୁ ସମ୍ପୂର୍ଣ୍ଣ ରୋକିବା ସମ୍ଭବ ନୁହେଁ । କିନ୍ତୁ ସଠିକ୍ ପ୍ରସ୍ତୁତି, ସମୟ ପୂର୍ବରୁ ଜଳବାୟୁ ବିପଦ ଚିହ୍ନଟ ଏବଂ ଅତ୍ୟଧିକ ଗରମ ସମୟରେ ଆବଶ୍ୟକ ପଦକ୍ଷେପ ନେଇ ଏହାର ମାନବୀୟ କ୍ଷତିକୁ କମାଇହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?