ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼ ଜିଲା ବାଣୀଗୋଚ୍ଛା ଥାନା ଅଧୀନ ଘଞ୍ଚ ଜଙ୍ଗଲ ଦେଇଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ରବିବାର  ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଦୀପ ଲିଭି ଯାଇଛି।

ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନରେ ଭୁବନେଶ୍ବରରୁ ଆମ୍ବୁଲାନ୍ସଟି ଈଶ୍ବର ସାହୁଙ୍କ ମୃତଦେହ ଧରି ବଲାଙ୍ଗୀର ଜିଲା ଦେଓଗାଁ ଅଞ୍ଚଳକୁ ଯାଉଥିଲା। ଏଥିରେ ଈଶ୍ବରଙ୍କ ସଂପର୍କୀୟ ମଧ୍ୟ ଯାଉଥିଲେ। ହେଲେ ବାଣୀଗୋଛା ଥାନା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ କଲର୍ଭଟରେ ପିଟି ହୋଇଯାଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ସମ୍ପର୍କିୟମାନେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପ ବାଗ, ଶୀର୍ଷ ବାଗଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଈଶ୍ବର ସାହୁଙ୍କ ପୁଅ ରାଜୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସ ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଦୀପାବଳି ବୋନସ ଦେଲେ ବ୍ୟବସାୟୀ, ଥାଳିରେ ସଜାଇ….

ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍‌ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର…

ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ…

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

ବିହାରୀ ଯୁବକଙ୍କ ସହ ଫେରାର ହେଉଥିବା ଆଦିବାସୀ ୱାର୍ଡସଭ୍ୟାଙ୍କୁ ଅଟକ

ମହାକାଳପଡ଼ା, ୮।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଶବରପଡ଼ାର ଆଦିବାସୀ ମହିଳା ୱାର୍ଡ ସଭ୍ୟାଙ୍କୁ ବିହାର ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?