ବାପାଙ୍କ ମୃତଦେହ ସହ ୫ ଦିନ ଧରି ଗୋଟିଏ ଘରେ ରହିଲେ ପୁଅ, ଧନତେରସ୍‌ରେ ଝିଅ ପହଞ୍ଚିବା ପରେ….

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରେ ପ୍ରାୟ ୫ ଦିନ ଧରି ପଡ଼ି ରହିଥିଲା। ଆଶ୍ଚର୍ଯ୍ୟର କଥା, ତାଙ୍କ ପୁଅ ମଧ୍ୟ ସେହି ଘରେ ରହୁଥିଲେ, ହେଲେ ବାପାଙ୍କ ମୃତ୍ୟୁ ସମ୍ପର୍କରେ କାହାକୁ କିଛି ଜଣାଇ ନଥିଲେ । ଧନତେରସ୍‌ ଦିନ ଝିଅ ବାପାଙ୍କୁ ମିଠା ଦେବାକୁ ଆସିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

ସୂଚନା ଅନୁସାରେ, ହର୍ଷନଗରରେ ରହୁଥିବା ଅର୍ଚ୍ଚନା ଶ୍ରୀବାସ୍ତବ ନିକଟରେ ଏକ ନୂଆ କାର୍‌ କିଣିଥିଲେ । ଧନତେରସ୍‌ ଦିନ ସେ ନୂଆ କାର୍‌ରେ ପନକି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପ୍ରସାଦ ଓ ନୂଆ କାର୍‌ କିଣିବାର ଖୁସି ବାଣ୍ଟିବା ପାଇଁ ଅମନ ଏନକ୍ଲେଭ୍‌ସ୍ଥିତ ଫ୍ଲାଟ୍‌ରେ ରହୁଥିବା ନିଜ ବାପା ଡାକ୍ତର ପ୍ରେମ ପ୍ରକାଶ ଶ୍ରୀବାସ୍ତବ (୮୨)ଙ୍କ ପାଖକୁ ଯାଇଥିଲେ। କିନ୍ତୁ ଫ୍ଲାଟ୍‌ର କବାଟ ଖୋଲିବା ମାତ୍ରେ ଭିତରୁ ପ୍ରବଳ ଦୁର୍ଗନ୍ଧ ଆସିଥିଲା। ଘର ଭିତରକୁ ଯାଇ ଦେଖିବା ବେଳକୁ ତାଙ୍କ ବାପାଙ୍କ ମୃତଦେହ ପଚିସଢ଼ି ଯାଇଥିବା ଅବସ୍ଥାରେ ପଡ଼ିଥିଲା। ଏହି ଦୃଶ୍ୟ ଦେଖି ଅର୍ଚ୍ଚନାଙ୍କ ହୋସ୍‌ ଉଡ଼ିଯାଇଥିଲା।

ପୋଲିସ ଓ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ସୂଚନା ଅନୁସାରେ, ଡାକ୍ତର ପ୍ରେମ ପ୍ରକାଶଙ୍କ ସହ ତାଙ୍କ ପୁଅ ବିଜୟ ଶ୍ରୀବାସ୍ତବ ମଧ୍ୟ ସେହି ଫ୍ଲାଟ୍‌ରେ ରହୁଥିଲେ । ପ୍ରାୟ ୫ ଦିନ ପୂର୍ବରୁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ଏତେ ଦିନ ଧରି ପୁଅ ମୃତଦେହ ସହ ଘରେ ରହିଥିଲେ ମଧ୍ୟ କୌଣସି ସମ୍ପର୍କୀୟ କିମ୍ବା ପଡ଼ୋଶୀଙ୍କୁ ଏନେଇ ଜଣାଇ ନଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଅର୍ଚ୍ଚନା ଆପାର୍ଟମେଣ୍ଟର ଲୋକଙ୍କୁ ଓ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପନକି ଥାନା ପୋଲିସ ଓ ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଫରେନ୍ସିକ୍‌ ଟିମ୍‌ ଫ୍ଲାଟ୍‌ରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିବା ବେଳେ ମୃତଦେହର ପଞ୍ଚନାମା ପରେ ପୋଷ୍ଟମର୍ଟମ୍‌ ପାଇଁ ପଠାଯାଇଛି।

ପନକି ଥାନା ଅଧିକାରୀଙ୍କ କହିବା ଅନୁସାରେ, ମୃତକଙ୍କ ପୁଅ ବିଜୟ ଶ୍ରୀବାସ୍ତବଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା । ପୋଲିସ ତାଙ୍କୁ ପଚରାଉଚରା କରିବା ସମୟରେ ସେ ହୋହଲ୍ଲା କରିବା ସହ ଯୁକ୍ତିତର୍କ କରିଥିଲେ। ପୋଲିସ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।ପରେ ସେ ଆପାର୍ଟମେଣ୍ଟରୁ ବାହାରି ଏକ ଗଛ ତଳେ ବସି ପୋଲିସ ସହ ପୁଣି ଯୁକ୍ତିତର୍କ କରିଥିଲେ । ଶେଷରେ ଭଉଣୀ ଅର୍ଚ୍ଚନା ବୁଝାଇବା ପରେ ସେ ଶାନ୍ତ ହୋଇଥିଲେ । ଏହାପରେ ପୋଲିସ ମୃତଦେହର ପଞ୍ଚନାମା ପ୍ରକ୍ରିୟା ଶେଷ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲା। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

ବିହାରୀ ଯୁବକଙ୍କ ସହ ଫେରାର ହେଉଥିବା ଆଦିବାସୀ ୱାର୍ଡସଭ୍ୟାଙ୍କୁ ଅଟକ

ମହାକାଳପଡ଼ା, ୮।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଶବରପଡ଼ାର ଆଦିବାସୀ ମହିଳା ୱାର୍ଡ ସଭ୍ୟାଙ୍କୁ ବିହାର ରାଜ୍ୟର…

ଦୀପାବଳିରେ ପୁଅ ବିହାନଙ୍କ ମୁହଁ ଦେଖାଇଲେ କ୍ୟାଟ୍ରିନା-ଭିକି, କ୍ୟୁଟ୍‌ ଲୁକ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଲେ ଷ୍ଟାର୍‌କିଡ୍‌!

ମୁମ୍ବାଇ,୮ା୧୧: ବଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍‌ । ଦୀର୍ଘ…

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

ଭବାନୀପାଟଣା,୮ା୧୧(ଉତ୍ତମ କୁମାର ଦାଶ): ବିକ୍ରି କରିବା ବାହାନାରେ ନକଲି ସୁନା ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ରବିବାର ଭବାନୀପାଟଣା ସଦର…

ଚମକାଇଦେଲା BCCIର ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୮ା୧୧: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଆହତ ସମସ୍ୟା ଯୋଗୁଁ ଟୁର୍ନାମେଣ୍ଟରୁ ଓହରିଛନ୍ତି ରଜତ ପାଟିଦାର ।…

ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ…

ଇସ୍ରାଏଲ୍‌ ରାଜନୀତିରେ ବଡ଼ ହଲଚଲ୍‌; ୧୯ ବର୍ଷ ପରେ ନେତାନ୍ୟାହୁଙ୍କ ହାତରୁ ଖସିବ ପ୍ରଧାନମନ୍ତ୍ରୀ ଆସନ! ସରକାର ଗଢ଼ିବେ….

ଜେରୁଜେଲମ୍,୮।୧୧: ଇସ୍ରାଏଲ୍‌ ରାଜନୀତିରେ ବଡ଼ ରାଜନୈତିକ ହଲଚଲ୍‌ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଲାଗିଛି ବଡ଼ ଝଟକା। ପ୍ରାୟ ୧୯ ବର୍ଷର ରାଜନୈତିକ ପ୍ରଭାବ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?