Posted inଜାତୀୟ

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ବିକାନେରର ଜେଏନ୍‌ ବ୍ୟାସ କଲୋନୀ ଥାନା ଅଞ୍ଚଳର ଘଡ଼ସିସର ରେଳ ଧାରଣାରେ ଘଟିଛି ।

ପ୍ରାଥମିକ ସୂଚନା ଅନୁସାରେ, କୌଣସି କଥାକୁ ନେଇ ରେଳ ଧାରଣା ଉପରେ ଜଣେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇ ଜଣ ଯୁବକ ଦମ୍ପତିଙ୍କୁ ବଞ୍ଚାଇବା ପାଇଁ ରେଳ ଧାରଣା ଉପରକୁ ଯାଇଥିଲେ। ହଠାତ୍‌ ଟ୍ରେନ୍‌ ଆସିଯିବାରୁ ଚାରି ଜଣକୁ ଧକ୍କା ଦେଇଥିଲା ଟ୍ରେନ । ଏହି ଦୁର୍ଘଟଣାରେ ତିନି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରେନ୍‌କୁ ଘଟଣାସ୍ଥଳରେ ଅଟକାଇ ଦିଆଯାଇଥିଲା। ଖବର ପାଇ ରାଜକୀୟ ରେଳ ପୋଲିସ (ଜିଆରପି) ଏବଂ ସ୍ଥାନୀୟ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି।

ଥାନା ଅଧିକାରୀ ଦେବେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ସେ ହେଉଛନ୍ତି ବିହାରର ଦରଭଙ୍ଗା ନିବାସୀ ସଞ୍ଜିତ ମୋଚି । ଅନ୍ୟ ଦୁଇ ମୃତକଙ୍କ ପରିଚୟ ଏଯାଏ ମିଳିନାହିଁ । ଆହତ ବ୍ୟକ୍ତିଙ୍କ ପରିଚୟ ଜାଣିବାକୁ ମଧ୍ୟ ପୋଲିସ ଉଦ୍ୟମ ଚଳାଇଛି । ଦୁର୍ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣାର ସାମ୍ନାକୁ ଆସିଛି । ନୟାଗଡ଼…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଦୀପାବଳି ବୋନସ ଦେଲେ ବ୍ୟବସାୟୀ, ଥାଳିରେ ସଜାଇ….

ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍‌ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର…

ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ…

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

ବିହାରୀ ଯୁବକଙ୍କ ସହ ଫେରାର ହେଉଥିବା ଆଦିବାସୀ ୱାର୍ଡସଭ୍ୟାଙ୍କୁ ଅଟକ

ମହାକାଳପଡ଼ା, ୮।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଶବରପଡ଼ାର ଆଦିବାସୀ ମହିଳା ୱାର୍ଡ ସଭ୍ୟାଙ୍କୁ ବିହାର ରାଜ୍ୟର…

ବାପାଙ୍କ ମୃତଦେହ ସହ ୫ ଦିନ ଧରି ଗୋଟିଏ ଘରେ ରହିଲେ ପୁଅ, ଧନତେରସ୍‌ରେ ଝିଅ ପହଞ୍ଚିବା ପରେ….

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରେ ପ୍ରାୟ ୫ ଦିନ ଧରି…

ଦୀପାବଳିରେ ପୁଅ ବିହାନଙ୍କ ମୁହଁ ଦେଖାଇଲେ କ୍ୟାଟ୍ରିନା-ଭିକି, କ୍ୟୁଟ୍‌ ଲୁକ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଲେ ଷ୍ଟାର୍‌କିଡ୍‌!

ମୁମ୍ବାଇ,୮ା୧୧: ବଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍‌ । ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?