Posted inଖେଳ

‘ଦିନକୁ ମିଳୁଥିଲା ୨୫ ଲକ୍ଷ ଟଙ୍କା…’ କମେଣ୍ଟ୍ରିକୁ ଫେରି ଏଭଳି ଖୁଲାସା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଏକ ଦଶକ ଧରି କ୍ରିକେଟ୍‌ କମେଣ୍ଟ୍ରିରୁ ଦୂରରେ ରହିବା ପରେ ପୁଣିଥରେ ଫେରୁଛନ୍ତି ନବଜୋତ ସିଂ ସିଦ୍ଧୁ। ରାଜନୀତିକୁ ବାଏ ବାଏ କହିବା ପରେ ସେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୪)ରେ ଷ୍ଟାର ସ୍ପୋଟ୍ସ ପାଇଁ କମେଣ୍ଟ୍ରି କରିବେ। ଗୋଟିଏ ପଟେ ଲକ୍ଷ ଲକ୍ଷ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିବାକୁ ସେ ଚେଷ୍ଟା କରିବେ ବୋଲି କହିଥିବା ବେଳେ ପୁରୁଣା ଦିନକୁ ମନେ ପକାଇବାକୁ ଭୁଲିନାହାନ୍ତି।

ସିଦ୍ଧୁ କହିଛନ୍ତି, ଆଇପିଏଲ୍‌ ବିଶ୍ୱକପ୍‌ ପାଇଁ ପରିବେଶ ସୃଷ୍ଟି କରିବ। ଏହି ସମୟରେ ଅନ୍ୟ କୌଣସି କ୍ରିକେଟ ଟୁର୍ନାମେଣ୍ଟ ହେବ ନାହିଁ। ଦୁନିଆର ନଜର ଆଇପିଏଲ୍‌ ଉପରେ ରହିବ। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କଲେ କେବଳ ଭାରତରେ ନୁହେଁ ବରଂ ବିଦେଶୀ ଖେଳାଳି ମଧ୍ୟ ଟି୨୦ ବିଶ୍ୱକପ୍‌ ଲାଗି ନିଜ ଦଳରେ ସ୍ଥାନ ପାଇପାରିବେ। ରୋହିତ ଏବଂ ବିରାଟଙ୍କୁ ଆଗାମୀ ବିଶ୍ୱକପ୍‌ ଲାଗି ଭାରତୀୟ ଟିମ୍‌ରେ ଚୟନ କରିବାର ସମ୍ଭାବନା ରହିଛି। କହିବାକୁ ଗଲେ ଉଭୟଙ୍କ ଆବଶ୍ୟକତା ରହିଛି। ଉଭୟ ବରିଷ୍ଠ ଖେଳାଳି। ସେମାନଙ୍କର କୌଶଳ ହିଁ ଟୁର୍ନାମେଣ୍ଟ ଜିତିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ତେବେ ଏହି ଅବସରରେ ସେ ନିଜର ଦରମା ବିଷୟରେ ଉଲ୍ଲେଖ କରିଛନ୍ତି। ଏକ ସମୟ ଥିଲା ଦିନକୁ ତାଙ୍କୁ ୨୫ ଲକ୍ଷ ଟଙ୍କା ଯାଏ ମିଳୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

ଜୁଭେଣ୍ଟିକା ସେଲ୍‌ ଉଦ୍‌ଘାଟିତ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ

ପୁରୁଷୋତ୍ତମପୁର/ଶେରଗଡ଼/ଛତ୍ରପୁର/ ଆସିକା ୮ା୫ (ସବିତା ମିଶ୍ର/ ସୂର୍ଯ୍ୟ ନାରାୟଣ ଦାଶ/ଦିଲୀପ ମିଶ୍ର/ ସୁରେନ୍ଦ୍ର ନାଥ ସାହୁ) ଓଡିଶା ପୋଲିସ ପକ୍ଷରୁ ଶିଶୁଙ୍କ ସୁରକ୍ଷା ଲାଗି ଜୁଭେଣ୍ଟିକା ସେଲ୍‌କୁ…

ବିରଳ ଅସ୍ତ୍ରୋପଚାର: ଶିଶୁ ମୁଣ୍ଡରୁ କଢ଼ାଗଲା କାଠଖଣ୍ଡ, ଶିଶୁଙ୍କୁ ବଞ୍ଚାଇଦେଲେ…

ବ୍ରହ୍ମପୁର/ଦିଗପହଣ୍ଡି, ୮।୫(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ନବରଙ୍ଗପୁର ଜିଲା ଉମରକୋଟ ଗ୍ରାମର ସଞ୍ଜିତ ହରିଜନଙ୍କ ପୁଅ ଓମ (୩) ଗତ ୨୮ ତାରିଖ ଅପରାହ୍ନରେ ଘର…

କାରୁଆନାଙ୍କୁ ହରାଇଲେ ଗୁକେଶ

ଓ୍ବାର୍‌ସ,୮ା୫: ବିଶ୍ୱ ଚାମ୍ପିୟନ ଡି. ଗୁକେଶ ଏଠାରେ ଚାଲିଥିବା ସୁପର ରାପିଡ ଓ ବ୍ଲିଜ୍‌ ଟୁର୍ନାମେଣ୍ଟର ରାପିଡ୍‌ ପ୍ରତିଯୋଗିତାର ୯ମ ତଥା ଫାଇନାଲ ରାଉଣ୍ଡରେ ଆମେରିକୀୟ ଗ୍ରାଣ୍ଡମାଷ୍ଟର…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

ମା’ ବାମଦେଇ ଠାକୁରାଣୀ ଯାତ୍ରା ଆରମ୍ଭ ଉତ୍ସବମୁଖର ବମକୋଇ

ଦିଗପହଣ୍ଡି,୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନିଆ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି…

ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା: ଓଡ଼ିଶାବାସୀଙ୍କ ପାଇଁ ଦ୍ବିତୀୟ ଘର କୋଲକାତା କହିଲେ…

ଭୁବନେଶ୍ୱର,୮।୫: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି,୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍‌ ଏକ ଅବିସ୍ମରଣୀୟ ଯାତ୍ରା।…

ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ: ଶାହା

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri