Posted inଖେଳ

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟି୨୦ ଲିଗ୍‌ ଆଇପିଏଲ୍‌ ୨୦୨୪। ଏହାକୁ ନେଇ ସମସ୍ତ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟ୍‌କା। ଦଳର ଜଣେ ପ୍ରମୁଖ ବୋଲର୍‌ ପ୍ରାରମ୍ଭିକ ମ୍ୟାଚ୍‌ ଲାଗି ଉପଲବ୍ଧ ରହିବେ ନାହିଁ। ଅର୍ଥାତ ଦଳ ତାଙ୍କ ବିନା ମଇଦାନକୁ ଓହ୍ଲାଇବ।

ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାର ଦ୍ରୁତ ବୋଲର୍‌ ମଥିଶା ପାଥିରାନା ଆଇପିଏଲ୍‌ର ପ୍ରାରମ୍ଭିକ ମୁକାବିଲା ଖେଳିପାରିବେ ନାହିଁ। ସେ ଅତିକମ୍‌ରେ ୪ ରୁ ୫ ସପ୍ତାହ ଲାଗି ବାହାରେ ରହିବେ। ସେ କେବେ ଦଳ ସହ ଯୋଡ଼ି ହେବେ ସେନେଇ ଶ୍ରୀଲଙ୍କା ବୋର୍ଡ ସହ ଆଲୋଚନା କରାଯିବ। ସେ ଦଳର ପ୍ରମୁଖ ବୋଲର ହୋଇଥିବାରୁ ଦଳର ଏବେ ଚିନ୍ତା ବଢ଼ିଛି।

ଷ୍ଟାର ବୋଲର ମଥିଶାଙ୍କୁ ଗତ ସପ୍ତାହରେ ବାଲାଂଦେଶ ବିପକ୍ଷ ସିରିଜ ଖେଳିବା ସମୟରେ ଆଘାତ ଲାଗିଛି। ଏହାପରେ ସେ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ସୁସ୍ଥ ହେବା ଲାଗି ୪ରୁ ୫ ସପ୍ତାହ ସମୟ ଲାଗିପାରେ। ତେବେ ତାଙ୍କ ଅନୁପସ୍ଥିତି ସିଏସ୍‌କେ ପାଇଁ ବଡ଼ ଝଟ୍‌କା ହେବ, କାରଣ ସେ ସିଏସ୍‌କେ ପାଇଁ ଡେଥ୍‌ ଓଭର୍‌ ସ୍ପେଶାଲିଷ୍ଟ ସାବ୍ୟସ୍ତ ହୋଇଥିଲେ। ଗତ ବର୍ଷ ସେ ୧୨ ମ୍ୟାଚ୍‌ରେ ୧୯ ଉଇକେଟ ନେଇ ଟାଇଟଲ ଜିତିବାରେ ପ୍ରମୁଖ ଯୋଗଦାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri