କଲମ ହାତରେ କୋଡ଼ି କୋଦାଳ

ଖମାର,୨୭ା୬ – କୋଡି କୋଦାଳ ଧରି ମାଟି ହାଣିବା ପରି ଶରୀର ହୋଇନି। ମୂଲ ଖଟିବାର ବୟସ ଆସିନାହିଁ। ପରିବାର ବୋଝ ଉଠାଇବାର ସମୟ ମଧ୍ୟ ନୁହେଁ। ହେଲେ ସେକଥା ଭାବିବାକୁ ବେଳ ନାହିଁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଶଙ୍ଖମୁର ପଞ୍ଚାୟତ ରଞ୍ଜା ଗ୍ରାମର ନାବାଳିକା ସଞ୍ଜୁ ମୁଣ୍ଡା (୧୨)ଙ୍କ ନିକଟରେ। ହଜିଯାଇଥିବା ପୁଅ, ଝିଅ ଓ ଜ୍ୱାଇଁଙ୍କ ବିୟୋଗ ପରେ ରୋଗଣା ହୋଇଯାଇଥିବା ଆଈ ଅଜାଙ୍କ ପେଟକୁ ମୁଠାଏ ଦାନା ଦେବାକୁ ସେ ଖଟୁଛନ୍ତି ମଜୁରି। ତାଙ୍କ ପରି ପିଲା କଲମ ଧରିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ଆଇନ କହୁଥିବା ବେଳେ ଅଜାଙ୍କ ପରିବାର ପ୍ରତି ସେହି ସରକାରଙ୍କ ଅବହେଳା ହିଁ ତାଙ୍କୁ କୋଡି କୋଦାଳ ଧରିବାକୁ ବାଧ୍ୟ କରିଥିବା ସଞ୍ଜୁ କ୍ଷୋଭର ସହ ପ୍ରକାଶ କରିଛନ୍ତି।


ସଞ୍ଜୁଙ୍କ ଅଜା ସାଗର ମୁଣ୍ଡା (୬୪)ଙ୍କ କହିବା ଅନୁଯାୟୀ, ପନ୍ଦର ବର୍ଷ ହେବ କାମ କରିବାକୁ ଘରୁ ଯାଇଥିବା ଏକମାତ୍ର ପୁଅ ଏଯାଏ ଫେରିନି। କେଉଁଠି ସେ ହଜିଗଲା ତାହା ଆଜିଯାଏ କେହି କହିପାରୁ ନାହାନ୍ତି। ବିବାହିତ ଝିଅ ଓ ଜ୍ୱାଇଁ ହିଁ ଥିଲେ ଆଶା ଭରସା। ହେଲେ ଦଇବ ସେ ଦୁହଁଙ୍କୁ ମଧ୍ୟ ଛଡ଼ାଇନେଲା। ଡକାଡକି ହୋଇ ଯିବାଭଳି ଝିଅ ଓ ଜ୍ୱାଇଁଙ୍କ ମୃତ୍ୟୁ ପରେ ୨ ନାତୁଣୀ ଓ ଗୋଟିଏ ନାତିର ବୋଝ ତାଙ୍କୁ ଉଠାଇବାକୁ ପଡ଼ିଲା। କିନ୍ତୁ ପୁଅ ଓ ଝିଅ ଜ୍ୱାଇଁଙ୍କୁ ଝୁରି ଝୁରି ସ୍ତ୍ରୀ ଜେମା ମୁଣ୍ଡା (୫୮) ମାନସିକ ରୋଗୀ ହୋଇଯିବା ତାଙ୍କ ପରିବାରକୁ ଆହୁରି ଦୁର୍ଦ୍ଦିନ ମଧ୍ୟକୁ ଠେଲିଦେଲା। ବୃଦ୍ଧ ବୟସରେ ଅଣ୍ଟା ରୋଗ ତାଙ୍କ ମୂଲ ମଜୁରିରେ ପ୍ରତିବନ୍ଧକ ସାଜିଲା। ସରକାରୀ ସହାୟତା କହିଲେ ରାଶନ କାର୍ଡ ଖଣ୍ଡକ ଛଡ଼ା ଆଉ କିଛି ନାହିଁ ତାଙ୍କ ନିକଟରେ। ନା ତାଙ୍କ ପରି ଗରିବ ଅସହାୟଙ୍କୁ ମିଳୁଥିବା ସରକାରୀ ଘର ଖଣ୍ଡେ ପାଇଛନ୍ତି ନା ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରାଯାଇଛି। ରୋଗ ଯୋଗୁ ସେ ପଞ୍ଚାୟତ ଓ ବ୍ଲକ ଅଫିସରେ ପହଞ୍ଚିପାରୁ ନ ଥିବା ଜାଣିଥିଲେ ବି ଏଯାଏ ତାଙ୍କୁ କୌଣସି ସହାୟତା ଯୋଗାଇ ଦେଇନି ପ୍ରଶାସନ। ତେଣୁ ଏପରି ଅବସ୍ଥାରେ ଘର ଚଳାଇବାର ବୋଝ ଉଠାଇଛି ତାଙ୍କ ନାତୁଣୀ ସଞ୍ଜୁ ମୁଣ୍ଡା। ଯେଉଁ ବୟସରେ ସେ ଖାତା, କଲମ ଧରି ସ୍କୁଲ ଯିବା କଥା, ସାଙ୍ଗଙ୍କ ସହ ବାଲି ଘର କରିବା କଥା, ସେହି ବୟସରେ ସେ ସମ୍ଭାଳୁଛି ଆଈ ଅଜାଙ୍କ ଘର। ଏଠାରୁ ବଡ଼ ଦୁଃଖ ଆଉ କ’ଣ ଅଛି ବୋଲି ସାଗର ପ୍ରକାଶ କରିଛନ୍ତି। ନାତୁଣୀ ସଞ୍ଜୁ କହିଛନ୍ତି, ତାଙ୍କର ବି ଇଚ୍ଛା ହେଉଛି ସ୍କୁଲ ଯିବାକୁ। ହେଲେ ମୂଲ କରି ନ ଗଲେ ସମସ୍ତେ ଓପାସ ରହିବେ। ଆଈ ଏବଂ ଅଜାଙ୍କ ଔଷଧ ମଧ୍ୟ ଆସିପାରିବନି। ସେଥିପାଇଁ ତାଙ୍କୁ କଲମ ଛାଡ଼ି କୋଡି କୋଦାଳ ଧରିବାକୁ ପଡ଼ୁଥିବା ସଞ୍ଜୁ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଶଙ୍ଖମୁର ସରପଞ୍ଚ ସ୍ବର୍ଣ୍ଣଲତା ସାହୁ କହିଛନ୍ତି, ଭତ୍ତା କି ଆବାସ ଯୋଜନା ପାଇଁ ସାଗର କେବେ ଆବେଦନ କରିନାହାନ୍ତି। ତଥାପି ସରକାରଙ୍କ ଯୋଜନାରେ ତାଙ୍କୁ ସମସ୍ତ ସହାୟତା ଯେପରି ଯୋଗାଇ ଦିଆଯିବ ସେ ନେଇ ପଞ୍ଚାୟତ ପକ୍ଷରୁ ଉଦ୍ୟମ କରାଯିବ। ପାଲଲହଡ଼ା ବିଡିଓ ରବିନାରାୟଣ ମାଝି କହିଛନ୍ତି, ଏମିତି ଘଟଣା ନଜରକୁ ଆସିନାହିଁ। ଘଟଣାର ଅନୁଧ୍ୟାନ ପରେ ସରକାରୀ ଯୋଜନା ପାଇଁ ସାଗର ଯୋଗ୍ୟ ହୋଇଥିଲେ ତାଙ୍କୁ ଏଥିରେ ନିଶ୍ଚିତ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନରେ ତାଣ୍ଡବ ରଚିଲା କାଳବୈଶାଖୀ

କୋରାପୁଟ,୨୯।୪(ସ୍ବ.ପ୍ର.): କୋରାପୁଟ ସହର ଓ ଆଖପାଖ ଅଞ୍ଚଳରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଶତାଧିକ ଗଛ ଭାଙ୍ଗିବା ସହ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ ଟାଓ୍ବାର...

ଅବ୍ୟବସ୍ଥାରେ କ୍ୱାରାଣ୍ଟାଇନ ସେଣ୍ଟର

ବାଲିଆ, ୧।୪:  କରୋନା ମହାମାରୀ ପାଇଁ ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି।...

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁପଡ଼ିଲେ କିନ୍ନର

ପୁରୀ ଅଫିସ,୧।୫: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା...

ବ୍ୟକ୍ତିତ୍ୱ, ଦଳ, ଅସନ୍ତୁଷ୍ଟକୁ ନେଇ ଅଙ୍କକଷା

ଜଗତ୍‌ସିଂହପୁର ଅଫିସ,୧୧ା୨: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ୪ନଂ. ଜିଲା ପରିଷଦ ଜୋନର ଗୁରୁତ୍ୱ ରହିଛି। କାରଣ ଏହି ଜୋନର ଜିଲା ପରିଷଦ ସଭ୍ୟା...

ମୃତଦେହ ସତ୍କାର ପାଇଁ ଯାଇଥିଲେ ପରିବାର ଲୋକେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସିମୁଳିଆ,୫ା୧୧(ଡି.ଏନ୍‌.ଏ.): ପରିବାର ଲୋକେ ମୃତଦେହ ସତ୍କାର ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ କଳାକନା ବୁଲାଇବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା...

ଜିଲା କାର୍ଯ୍ୟାଳୟ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ

ଅନୁଗୋଳ ଅଫିସ୍‌, ୧।୬- ସେସୁ ସହ ଏନ୍‌ଜେନ୍‌ର ଚୁକ୍ତି ଶେଷ ହେବା ଓ ସେସୁ ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ୍‌କୁ ଯିବା ପରେ...

ପିଠା ଖାଇ ୨ ଭାଇ ମୃତ, ମା’ ବାପା ଗୁରୁତର: ଫୁଡ ପଏଜନିଂ ହୋଇଥିବା ସନ୍ଦେହ

ଚନ୍ଦାହାଣ୍ଡି,୧୨।୨(ଡି.ଏନ.ଏ):  ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପିଠା ଖାଇ ଗୋଟିଏ ପରିବାର ୨ ଶିଶୁ ପୁତ୍ରଙ୍କ...

ବିଭିନ୍ନ ଦାବି ନେଇ ଗର୍ଜିଲା ମୋଟର ଚାଳକ ସଂଘ: ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ,୧୮।୫(ଡି.ଏନ୍‌.ଏ.): ଅସଙ୍ଗଠିତ ମୋଟର ଚାଳକଙ୍କ ମୌଳିକ ସମସ୍ୟା ନେଇ ଶନିବାର ଗଞ୍ଜାମ ଶାଖା ମୋଟର ଚାଳକ ସଂଘ ପକ୍ଷରୁ ତହସିଲଦାରଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ...

Advertisement
Archives

Model This Week