କୋଭିଡ ନିୟମ ନ ମାନି ବାହାଘର ଭୋଜି, ୧୮ ହଜାର ଜରିମାନା ଆଦାୟ୍‌

ବୁଗୁଡ଼ା,୨୭ା୬(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ଅନ୍ତର୍ଗତ ୪ ସ୍ଥାନରେ କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ଭୋଜି ଚାଲିଥିବାବେଳେ ସେମାନଙ୍କ ଠାରୁ ୧୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗୋଲିଆ ଗ୍ରାମର ୩ଟି ସ୍ଥାନରେ ଗୁରୁବାର ଲକ୍‌ଡାଉନ ତଥା କୋଭିଡ୍‌ ନିୟମ ଉଲ୍ଲଘଂନ କରି ବାହାଘର ଭୋଜିର ଆୟୋଜନ ଚାଲିଥିବା ବେଳେ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଏସ୍‌ଆଇ କାର୍ତ୍ତିକ ନାୟକ ସଦଳବଳ ଚଢାଉ କରିଥିଲେ। ଭୋଜି କରୁଥିବା ୩ ଜଣଙ୍କ ଠାରୁ ୧୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ଶୁକ୍ରବାର ଭୋଗଡ଼ା ଠାରେ ତହସିଲଦାର ଓ ପୋଲିସ ଅଧିକାରୀ ମିଳିତ ଚଢ଼ାଉ କରି ଉକ୍ତ ଭୋଜି ସାମଗ୍ରୀକୁ ନଷ୍ଟ କରିବା ସହ ଭୋଜିର ଆୟୋଜନ କରିଥିବା ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଅପରପକ୍ଷେ ତହସିଲଦାର ବୁଗୁଡ଼ା ବୁଦ୍ଧଖୋଲ ଛକ ଠାରେ ଥିବା ଏକ ମଦ ଦୋକାନକୁ ମଧ୍ୟ ନିୟମ ମାନୁ ନ ଥିବାରୁ ସିଲ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରୋଡ ସିଏଚ୍‌ସିକୁ ଅବହେଳା

ଯାଜପୁର ଅଫିସ,୨୨।୨: କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗିଥିବା ଜିଲାର ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି।...

ସମନ୍ବୟରେ ହେଉ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

ପୁରୀ ଅଫିସ,୨୫।୫: ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଗୋବର୍ଦ୍ଧନ ମଠକୁ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସପକ୍ଷବାଦୀ...

ରାସ୍ତାରୁ ମାଟି ଖୋଳି ରାସ୍ତାରେ ପକାଯାଉଛି

ପଦ୍ମପୁର,୧୫।୫(ଡି.ଏନ.ଏ.): ଭଦ୍ରକ-ପଦ୍ମପୁର ଭାୟା ଇଚ୍ଛାପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମରାମତି ନଁାରେ ପ୍ରତିବର୍ଷ ପିଚୁ ଢଳେଇ ପଡୁଛି। ମାତ୍ର ୬ମାସ ନ ପୂରୁଣୁ ରାସ୍ତାରେ...

କୋଲକାତା ପରେ ଭଦ୍ରକରେ ଚିନ୍ତା ବଢ଼ାଇଛନ୍ତି ସୁରଟ ଫେରନ୍ତା: ୧୯ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା,୩୨ ପଞ୍ଚାୟତ ସର୍ଭିଲାନ୍ସ ଜୋନ୍‌

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ଏହା ରେଡ୍‌ ଜୋନ୍‌ ତାଲିକାରେ ରହିଛି। ଏଥିମଧ୍ୟରୁ ପର୍ଯ୍ୟାୟକ୍ରମେ ଜିଲାର ମୋଟ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼,୨୪।୯(ଡି.ଏନ୍‌.ଏ.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ...

ଖରିଫ ଧାନ ସଂଗ୍ରହ ପାଇଁ ପ୍ରଚାର ରଥ

ଚମ୍ପୁଆ, ୨୯ା୧୧(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ଧାନ ସଂଗ୍ରହ ପାଇଁ ଏକ ସଚେତନତା ରଥ ବୁଲିବା ଆରମ୍ଭ କରିଛି।...

ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୨୯ ଆକ୍ରାନ୍ତ

ଭୁବନେଶ୍ୱର, ୨୦।୧୦: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୨୨୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୪୭ ଜଣ ଏବଂ...

ଦେୱାନ ମହମ୍ମଦଙ୍କ ନାମାନୁଯାୟୀ ମହମ୍ମଦିଆ ବଜାର

କଟକ ଅଫିସ,୧୦ା୧: ପ୍ରାଚୀନ ସହର କଟକ। ଏହି ସହରର ପ୍ରତ୍ୟେକ ଗଳିକନ୍ଦିରେ ଲୁଚି ରହିଛି ସାହିତ୍ୟ, ସଂସ୍କୃତି, ଐତିହ୍ୟର ଅଲିଭା ଛିଟା। ବାଉନ ବଜାର ତେପନ...

Advertisement
Archives

Model This Week