ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା ଯୋଗୁ ରାସ୍ତାଘାଟ ଶୂନଶାନ ହୋଇ ପଡ଼ିଛି। ବରଗଡ଼ ଗାନ୍ଧୀଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଊପରେ ବାଇକ ରଖି ଓ ଦଉଡି ଟାଣି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ସେହିପରି ବନ୍ଦ ପାଳନକାରୀମାନେ ବିଭିନ୍ନ ସ୍ଥାନରେ ବୁଲି ପିକେଟିଂ କରୁଥିବା ପରିଲକ୍ଷିତ ହୋଇଛି। କଂଗ୍ରେସ, ସମାଜବାଦୀ ପାର୍ଟିର କର୍ମୀମାନେ ଏଥିରେ ସାମିଲ ଅଛନ୍ତି । କଂଗ୍ରେସ ପକ୍ଷରୁ ଆହୂତ ଏହି ବନ୍ଦ ଡାକରାରେ MMDR ବିଲ ପ୍ରତ୍ୟାହାର, CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ପାଠ୍ୟ ପୁସ୍ତକରେ ତ୍ରୁଟି, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ‘ଇଣ୍ଡି’ ମେଣ୍ଟର ଦଳ ଗୁଡ଼ିକ ଏଥିରେ ସାମିଲ ଅଛନ୍ତି।
Dharitri – Odisha’s No.1 Odia Daily

