ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ ପରିଣତ ହୋଇଛି। ଅନ୍ୟପଟେ ଏଥର ଧାନ ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ ପଡ଼ିଛି। ପ୍ରାୟ ମାସେ ପରେ ଜିଲାରେ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିବ। ହେଲେ ଅମଳ ସମୟ ଯେତିକି ପାଖେଇ ଆସୁଛି, ଫସଲରେ ଅଜଣା ରୋଗପୋକ ଉପଦ୍ରବ ଯୋଗୁ ଜିଲାର ଚାଷୀଙ୍କ ଚିନ୍ତା ସେଭଳି ବଢ଼ି ଚାଲିଛି। କୀଟନାଶକ ପ୍ରୟୋଗ ସତ୍ତ୍ୱେ ରୋଗପୋକ ଦମନ ହେଉ ନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ବୁଧବାର ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଜିଲା ମୁଖ୍ୟ କୃଷି ଅଧିକାରୀ(ସିଡିଏଓ) ମମତାରାଣୀ ତ୍ରିପାଠୀଙ୍କୁ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଗୋୟଲଙ୍କ ଅନୁପସ୍ଥିତିରେ ଡେପୁଟୀ କଲେକ୍ଟର ସୁମତୀ ପଣ୍ଡା ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ଧାନ ଫସଲରେ ରୋଗପୋକ ଦମନ ସମେତ ୫ଦଫା ଦାବି ଉଲ୍ଲେଖ କରାଯାଇଛି।
ସୂଚନା ଅନୁଯାୟୀ, ଚଳିତବର୍ଷ ଆରମ୍ଭରୁ ଅନୁକୂଳ ପାଗ ଯୋଗୁ ଧାନଫସଲ ଭଲ ହୋଇଥିଲା। ଜିଲାର ଚାଷୀମାନେ ମଧ୍ୟ ଏଥର ଅନ୍ୟବର୍ଷ ତୁଳନାରେ ଭଲ ଅମଳ ହେବ ବୋଲି ମନରେ ଆଶା ବାନ୍ଧିଥିଲେ। କିନ୍ତୁ ଧାନ ଅମଳକ୍ଷମ ଅବସ୍ଥାକୁ ଆସିବା ପାଇଁ ଯେତେ ପାଖେଇ ଆସୁଛି, ନାନା ରୋଗପୋକ ଫସଲକୁ ଉଜାଡ଼ି ଦେଉଛି। ପତ୍ରଗୁଡ଼ିକ ହଲଦିଆ ହୋଇପଡ଼ି ଶୁଖିଯାଉଛି। ରୋଗପୋକ ଦମନ ହୋଇ ନ ପାରିଲେ ପ୍ରଭାବିତ ଫସଲରୁ ଧାନ ବଦଳରେ ଅଗାଡ଼ି ବାହାରିବା ଆଶଙ୍କା ଦେଖାଯାଇଛି। ଜିଲାର ବରପାଲି, ଭେଡେନ, ଅତାବିରା ସମେତ ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ ଏଭଳି ରୋଗପୋକ ବ୍ୟାପିଥିବା ଦେଖିବାକୁ ମିଳିଛି। ଫସଲରେ ବିଭିନ୍ନ କୀଟନାଶକ ପ୍ରୟୋଗ ସତ୍ତ୍ୱେ ତାହା ଦମନ ହୋଇପାରୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିବା ସତ୍ତ୍ୱେ ରୋଗପୋକ ଉପଦ୍ରବକୁ ପ୍ରତିହତ କରିବା ପାଇଁ କିଛି ପଦକ୍ଷେପ ନିଆଯାଇନାହିଁ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରିଛି। ଏହି କ୍ରମରେ ସଂଯୁକ୍ତ କୃଷକ ସଙ୍ଗଠନ ୫ଦଫା ଦାବି କରିଛି। କୀଟନାଶକ ପ୍ରୟୋଗ ସତ୍ତ୍ୱେ ରୋଗପୋକ ଦମନ ହୋଇପାରୁ ନଥିବାରୁ ପ୍ରଭାବିତ ଫସଲର ସନ୍ଧାନ କରାଯିବା, ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ ଫସଲକ୍ଷତି ହୋଇଥିବା ଚାଷୀଙ୍କୁ ବୀମା ଏବଂ ଇନ୍‌ପୁଟ୍‌ ସହାୟତା ପ୍ରଦାନ, ପ୍ରଭାବିତ ଫସଲରେ ରୋଗପୋକ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ଦାବି ହୋଇଛି। ସେହିପରି ଜିଲାରେ ଆବଶ୍ୟକ କୃଷି କର୍ମଚାରୀଙ୍କ ଅଭାବ ରହିଥିବାରୁ ଖାଲିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରାଯିବା ଏବଂ ଚାଷୀଙ୍କ ଅଭିଯୋଗ ସତ୍ତ୍ୱେ ରୋଗପୋକ ଦମନ କ୍ଷେତ୍ରରେ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ବଦଳରେ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂଯୁକ୍ତ କୃଷକ ସଙ୍ଗଠନ ସ୍ମାରକପତ୍ରରେ ଦାବି କରିଛି। ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକାଣ୍ଟି, ସୁଦାମ ପାତ୍ର, ରବି ପ୍ରଧାନଙ୍କ ସମେତ ଅନେକ ଚାଷୀ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳ ଏବଂ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୫ ଏକରର ଫାର୍ମହାଉସ କୋଟି କୋଟି ଟଙ୍କାର ସମ୍ପତ୍ତି: କାହା ପାଇଁ କ’ଣ ଛାଡ଼ିଯାଇଛନ୍ତି ନାନା? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ସକାଳେ (ଅକ୍ଟୋବର ୮) ଗୋଆସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ…

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?