ଠିକା କିରାଣିଙ୍କ ବହିଷ୍କାର ଦାବିକଲା ଭାଜପା

ଅନୁଗୋଳ ଅଫିସ, ୨୭।୬: ଜିଲା ପ୍ରଶାସନ ଦେଇଥିବା ନିର୍ଦ୍ଦେଶକୁ ଠିକ୍‌ ଭାବେ ପାଳନ କରା ନ ଯିବା ଓ ଜେନେରାଲ ଇଲେକ୍ଟ୍ରିକ ଡିଭିଜନ୍‌ (ଜିଇଡି)ଠାରୁ ସ୍ଥିରୀକୃତ କରା ନ ଯାଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୮ଟି ଏସି ଲଗାଯାଇଥିଲେ ମଧ୍ୟ ପ୍ରଶାସନ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା। ଅନୁଗୋଳ ଭାଜପା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଶୁକ୍ରବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଭେଟି ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ଠିକା କିରାଣିଙ୍କୁ ଚାକିରିରୁ ବହିଷ୍କାର ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରଧାନ କହିଛନ୍ତି, ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଅର୍ଥରେ କିଣା ହୋଇଥିବା ୩୮ଟି ଏସିକୁ ତରବରିଆ ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲଗାଯାଇଛି। ଏସିଗୁଡ଼ିକ କେଉଁଠି ଲାଗିବ ତାହା ଜିଇଡି କର୍ତ୍ତୃପକ୍ଷ ସ୍ଥିର କରିବେ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ବି ତାହାକୁ ଉଲ୍ଲଂଘନ କରାଯାଇଛି। ଫଳରେ ସେସବୁ ରୋଗୀଙ୍କ କାମରେ ଆସୁନାହିଁ। କେବଳ ଏସି ଲଗାଯିବା ଘଟଣା ନୁହେଁ, ବରଂ ମେଡିକାଲରେ ହେଉଥିବା ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ କିରାଣି ସଂଶ୍ଳିଷ୍ଟ ଥିବା ଅଭିଯୋଗ ହେଉଛି। ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ବନ୍ୟାକୁ ବର୍ଷେ ବିତିବାକୁ ବସିଲାଣି:ଏଯାଏ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଆନନ୍ଦପୁର,୨୪।୭ (ସ୍ବ.ପ୍ର.)-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ସ୍ତରରେ କିଭଳି ଅବହେଳା କରାଯାଉଛି ତାହାର ଏକ ନଜିର ପଦାକୁ ଆସିଛି। ଗତ...

କୋଭିଡ ଆଇନ ଉଲ୍ଲଂଘନ ପ୍ରସଙ୍ଗ: କ୍ଷମା ମାଗିଲେ ବିଧାୟକ ଉମା

ପୁରୀ ଅଫିସ,୧୦ା୧୦: କୋଭିଡ୍‌ ଆଇନ ଉଲ୍ଲଂଘନ କରିଥିବାରୁ ଶେଷରେ କ୍ଷମା ମାଗିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ଶନିବାର ବିଧାୟକ ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମିତ...

ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା

ଅମରପାଲି,୧୫।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ରବିବାର ଇସ୍ତଫା ଦେଇଛନ୍ତି। ସ୍ବାଧୀନତା ଦିବସ ପାଳନ ଅବସରରେ ଏକ ହୋଟେଲରେ ଅନୁଷ୍ଠିତ...

ପ୍ୟାକ୍ସରେ ତାଲା ପକାଇଲେ ଚାଷୀ

ବରୀ,୪ା୨(ସ୍ବ.ପ୍ର):ବରୀ ବ୍ଲକ ଅଧୀନ ଧାରପୁର କୃଷି ସେବା ସମବାୟ ସମିତି (ପ୍ୟାକ୍ସ)ରେ ସୋମବାର ଚାଷୀମାନେ ତାଲା ପକାଇ ଦେଇଥିଲେ। ଦୀର୍ଘ ସମୟ ଧରି ତାଲା ପଡ଼ି...

ଅନ୍‌ଲାଇନ୍‌ରେ ମଦ ବିକ୍ରି ନାଁରେ ଲକ୍ଷାଧିକ ଠକେଇ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ବିଜ୍ଞାପନ ଦେଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଲକ୍ଷ୍ମୀସାଗର, ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଏକାଧିକ...

କାୟା ବିସ୍ତାର କରୁଛି ବ୍ରାଉନସୁଗାର: କୋରେକ୍ସ ଓ ମାଦକ ଦ୍ରବ୍ୟ କବଳରେ ଯୁବପିଢ଼ି; ପୋଲିସ ତରଫରୁ ହେଉନି ଚଢ଼ାଉ

ନୟାଗଡ଼ ଅଫିସ,୫ା୭- ନୟାଗଡ଼ ଜିଲାରେ ଧଳା ଜହର (ବ୍ରାଉନ ସୁଗାର) କାୟା ବିସ୍ତାର କରିବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରେ ନିଶା ପାଇଁ ଯୁବକମାନେ ଏହାକୁ...

ଚିନ୍ତା ବଢ଼ାଇଲା ବିନା ଲକ୍ଷଣରେ ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୧।୪ ଢେଙ୍କାନାଳ ସହରର ଜଣେ ମହିଳା କରୋନା ଆକ୍ରାନ୍ତ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସହରରେ ସଂକ୍ରମଣ ପ୍ରତିରୋଧ...

ହୋଇପାରେ ସାନି ଜମି ଅଧିଗ୍ରହଣ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ସାନି ବିବାଦ ମୁଣ୍ଡ ଟେକିଛି। ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି...

Advertisement
Archives

Model This Week