ମୃତ୍ୟୁ ପରେ ସ୍ବର୍ଗଦ୍ୱାରରେ ସାହାରା ଶେଷବନ୍ଧୁ

ସମ୍ବଲପୁର,୧୦।୩(ଭବାନୀ ଶଙ୍କର ଭୋଇ): ଆତ୍ମୀୟସ୍ବଜନଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ସତ୍କାର ପାଇଁ ସମ୍ବଲପୁର ଦୁର୍ଗାପାଲିସ୍ଥିତ ସ୍ବର୍ଗଦ୍ୱାରରେ ପହଞ୍ଚି କାଠ, କିରୋସିନ ସହ ରୀତିନୀତି ପାଳନ ପାଇଁ ପୁରୋହିତ ଆଦି ଖୋଜିବାରେ ହଇରାଣ ହେଉଥିବା ଏକ ସାଧାରଣ ଘଟଣା। ଶବ ସତ୍କାରରେ ଆବଶ୍ୟକ ହେଉଥିବା ସମସ୍ତ ସୁବିଧା ଯୋଗାଇବା ପାଇଁ ରବିବାରଠାରୁ ସମ୍ବଲପୁର ସ୍ବର୍ଗଦ୍ୱାରଠାରେ ରାମଦାସ ପଣ୍ଡା ଏବଂ ସାଥୀଙ୍କ ଦ୍ୱାରା ଆରମ୍ଭ ହୋଇଛି ‘ଶେଷ ବନ୍ଧୁ ପ୍ରକଳ୍ପ’।

ମୃତଦେହ ସ୍ବର୍ଗଦ୍ୱାରରେ ପହଞ୍ଚିବା ପରେ ସର୍ବନିମ୍ନ ଏବଂ ସରକାରୀ ଦରରେ ସତ୍କାର ପାଇଁ ଆବଶ୍ୟକ ରହିଥିବା ସମସ୍ତ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସାମ୍ବାଦିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ରାମଦାସ ପଣ୍ଡା ସୂଚନା ଦେଇଛନ୍ତି।

ଆତ୍ମୀୟଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ଶୋକ ଓ ଚିନ୍ତାଗ୍ରସ୍ତ ରହିଥିବାବେଳେ କେଉଁଠୁ କଣ ସାମଗ୍ରୀ ଯୋଗାଡ କରିବାକୁ ପଡେ ତାକୁ ନେଇ ହଇରାଣ ହେବାକୁ ପଡିବ ନାହିଁ। ଦୀର୍ଘ ୧୫ବର୍ଷରୁ ଅଧିକ ସମୟ ହେବ ସମ୍ବଲ ଅନୁଷ୍ଠାନ ମାଧ୍ୟମରେ ୮୦୦ରୁ ଅଧିକ ଶବ ସତ୍କାରରେ ସହଯୋଗ କରିଥିବା ରାମଦାସ ପଣ୍ଡା ସତ୍କାର ସମୟର ଅସୁବିଧା ସମ୍ପର୍କରେ ଜାଣିଥିଲେ। ସମ୍ପର୍କୀୟମାନେ ମୃତଦେହ ସତ୍କାର କିପରି ସୂଚାରୁ ରୂପେ କରିପାରିବେ, ସେଥିପାଇଁ ଏକ ଛୋଟ ପ୍ରୟାସ ଶେଷ ବନ୍ଧୁ ନାମରେ ପ୍ରକଳ୍ପ ଆରମ୍ଭ କରାଯାଇଥିବା କହିଛନ୍ତି।

ଏଥିରେ ମତଦେହ ସତ୍କାର ପାଇଁ ଆବଶ୍ୟକ ହେଉଥିବା ଶବ ବାହକ ଗାଡି, କାଠ, ବିଡା କାଠ, କିରୋସିନ, ପଣ୍ଡିତ, ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ମହାନଗରନିଗମ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଦେୟ ବ୍ୟତୀତ ଆଉ କୌଣସି ଦେୟ ଦେବାକୁ ପଡିବ ନାହିଁ।

ବର୍ତ୍ତମାନ କେବଳ ମହାନଗର ନିଗମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହଯୋଗ କରୁଛନ୍ତି। ଖବରଦାତା ସମ୍ମିଳନୀରେ ସୁବ୍ରତ କୁମାର ପଣ୍ଡା, ବିପିନ ବିହାରୀ ପଣ୍ଡା, ନନ୍ଦକିଶୋର ଅଗ୍ରୱାଲ, ସନ୍ତକ ପଣ୍ଡା, ଅମିତ କୁମାର ସ୍ବାଇଁ, ବିପ୍ଳବ ଦଣ୍ଡସେନା ଏବଂ ନୀଳକଣ୍ଠ ସ୍ବାଇଁ ପ୍ରମୁଖ ଶେଷବନ୍ଧୁର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?