Posted inTrending, ଖେଳ

ବଡ଼ ପୁଅ ପରେ ଚମକିଲେ ସେହ୍ବାଗଙ୍କ ସାନ ପୁଅ: ଘାତକ ବୋଲିଂ କରି ଆଣିଲେ ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ କ୍ରିକେଟ ମଇଦାନରେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି। ବାପାଙ୍କ ବ୍ୟାଟିଂ ନୁହେଁ, ବରଂ ନିଜ ଘାତକ ବୋଲିଂ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସାନ ପୁଅ ବେଦାନ୍ତ ସେହ୍ବାଗ। କୁଚ ବିହାର ଟ୍ରଫି ଏଲିଟ ଟୁର୍ନାମେଣ୍ଟରେ ଦିଲ୍ଲୀ ଅଣ୍ଡର-୧୯ ପକ୍ଷରୁ ଖେଳି ପଞ୍ଜାବ ଅଣ୍ଡର-୧୯ ବିପକ୍ଷରେ ଗୋଟିଏ ଇନିଂସରେ ୭ଟି ଉଇକେଟ ହାସଲ କରିଛନ୍ତି ସେ। ଆଉ ଏହି ପ୍ରଦର୍ଶନ ପରେ କ୍ରିକେଟ ମହଲରେ ବେଦାନ୍ତଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସବୁଠୁ ଖାସ କଥା ହେଉଛି, ଏହି ଟୁର୍ନାମେଣ୍ଟରେ ଦିଲ୍ଲୀ ଅଣ୍ଡର-୧୯ ଦଳର ଅଧିନାୟକ ଅଛନ୍ତି ବୀରେନ୍ଦ୍ର ସେହ୍ବାଗଙ୍କ ବଡ଼ ପୁଅ ଆର୍ଯ୍ୟବୀର ସେହ୍ବାଗ। ଅର୍ଥାତ୍‌ ଗୋଟିଏ ଦଳରେ ଦୁଇ ଭାଇ ଖେଳୁଥିବା ବେଳେ ସାନ ଭାଇଙ୍କ ବୋଲିଂ ପ୍ରଦର୍ଶନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଚାରି ଦିନିଆ ଏହି ମୁକାବିଲାର ପ୍ରଥମ ଦିନରେ ଦିଲ୍ଲୀ ପକ୍ଷରୁ ବୋଲିଂ କରିବାକୁ ଆସି ବେଦାନ୍ତ ନିଜର ଦମ ଦେଖାଇଥିଲେ। ସେ ୨୨.୩ ଓଭର ବୋଲିଂ କରି ୫ଟି ମେଡେନ ଓଭର ସହ ମାତ୍ର ୮୮ ରନ ବ୍ୟୟ କରି ୭ଟି ଉଇକେଟ ନିଜ ନାମରେ କରିଥିଲେ।

ପଞ୍ଜାବର ପ୍ରଥମ ଇନିଂସରେ ପଡ଼ିଥିବା ମୋଟ ୧୦ଟି ଉଇକେଟ୍‌ରୁ ୭ଟି ଉଇକେଟ ଏକାକୀ ନେଇଥିଲେ ବେଦାନ୍ତ। ତାଙ୍କୁ ଅନ୍ୟ ବୋଲରମାନେ ମଧ୍ୟ ଭଲ ସହଯୋଗ କରିଥିଲେ। ନକୁଳ ଯାଦବ ୭ ଓଭରରେ ୨୫ ରନ ଦେଇ ଗୋଟିଏ ଉଇକେଟ ନେଇଥିବା ବେଳେ ରାହୁଲ ରାକେଶ ଯାଦବ ଓ ଅର୍ଣ୍ଣବ ବୁଗ୍ଗା ମଧ୍ୟ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଦିଲ୍ଲୀ ବୋଲରଙ୍କ ଘାତକ ପ୍ରଦର୍ଶନ ଯୋଗୁ ପଞ୍ଜାବ ଅଣ୍ଡର-୧୯ ଦଳର ପ୍ରଥମ ଇନିଂସ ମାତ୍ର ୨୩୮ ରନ୍‌ରେ ସୀମିତ ରହିଥିଲା।

ପଞ୍ଜାବ ପକ୍ଷରୁ ସାହିଜ ବୋତବୀର ସିଂହ ସର୍ବାଧିକ ୬୧ ରନ କରିଥିଲେ। ସେ ୧୧୬ଟି ବଲ୍‌ରୁ ୧୦ଟି ଚୌକା ମାରିଥିଲେ। ସେହିପରି ନୂରବୀର ସିଂହ ୫୮ଟି ବଲ୍‌ରୁ ୯ଟି ଚୌକା ଓ ୨ଟି ଛକା ସହ ୫୮ ରନ କରିଥିଲେ। ପଞ୍ଜାବର ୨୩୮ ରନ୍‌ର ଜବାବରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦିଲ୍ଲୀ ଅଣ୍ଡର-୧୯ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪୦ ଓଭରରେ ୨ଟି ଉଇକେଟ ହରାଇ ୧୦୪ ରନ କରିଛି। ଦଳ ଏବେ ମଧ୍ୟ ପ୍ରଥମ ଇନିଂସ ଆଧାରରେ ୧୩୪ ରନ ପଛରେ ରହିଛି ଏବଂ ହାତରେ ୮ଟି ଉଇକେଟ ବାକି ଅଛି।

ଦଳର ଅଧିନାୟକ ଆର୍ଯ୍ୟବୀର ସେହ୍ବାଗ କ୍ରିଜ୍‌ରେ କିଛି ସମୟ ବିତାଇଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ। ସେ ୯୪ଟି ବଲ୍‌ରେ ୩୧ ରନ କରି ଆଉଟ ହୋଇଥିଲେ। ନିକଟରେ ଅଣ୍ଡର-୧୯ ଏସିଆ କପ୍ରେ ଭାରତକୁ ଚାମ୍ପିଅନ କରିବାରେ ଆର୍ଯ୍ୟବୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ତେବେ ଏବେ ସମସ୍ତଙ୍କ ନଜର ବେଦାନ୍ତଙ୍କ ଉପରେ ରହିଛି। ବାପା ବୀରେନ୍ଦ୍ର ସେହ୍ବାଗ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଥିବା ବେଳେ ପୁଅ ବେଦାନ୍ତ ବୋଲିଂରେ ନିଜର ପରିଚୟ ସୃଷ୍ଟି କରିବା ଦିଗରେ ଆଗକୁ ବଢ଼ୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଡାର୍ଟ ମହାକାଶଯାନ ଧକ୍କା ଦେଇଥିବା ଗ୍ରହାଣୁରେ ହୋଇଛି ବିଶାଳ ଗର୍ତ୍ତ

ନୂଆଦିଲ୍ଲୀ/ବର୍ଲିନ,୨୭।୧୧(ରଏଟର୍ସ): ପୃଥିବୀ ସୁରକ୍ଷା ବ୍ୟବସ୍ଥାର ପ୍ରଥମ ପରୀକ୍ଷଣ ଭାବେ ୨୦୨୨ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଡାର୍ଟ’ ମହାକାଶଯାନ ଧକ୍କାଦେଇଥିବା କ୍ଷୁଦ୍ର ଗ୍ରହାଣୁ (ଆଷ୍ଟେରଏଡ୍‌) ‘ଡିମୋରଫୋସ୍‌’ର…

ମହମ୍ମଦ ସିରାଜଙ୍କୁ ପୁଣି ଅଣଦେଖା: ୬ ଫୁଟ ୫ ଇଞ୍ଚର ବୋଲର୍‌ଙ୍କୁ ମିଳିଲା ଟେଷ୍ଟ ଡେବ୍ୟୁ ସୁଯୋଗ, ବଢୁଛି ଚର୍ଚ୍ଚା

ଖ୍ରୀଷ୍ଟଚର୍ଚ୍ଚ,୨୭।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଦ୍ୱିତୀୟ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ…

ଏସିଆ କପ୍‌ ସେମିଫାଇନାଲ ପରାଜୟ ପରେ ମୁହଁ ଖୋଲିଲେ ତିଳକ ବର୍ମା, କହିଲେ ଭୁଲ୍…

ନୂଆଦିଲ୍ଲୀ,୨୭।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ ଏର ଯାତ୍ରା ଶେଷ ହୋଇଛି । ଶ୍ରୀଲଙ୍କା ଏ ବିପକ୍ଷ ସେମିଫାଇନାଲରେ ଭାରତୀୟ ଦଳ ୮ ୱିକେଟ୍‌ରେ…

ବଢୁଛି କନ୍ଧମାଳ ହଳଦୀ ପତ୍ରର ଚାହିଦା, ହେଲେ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ: ମାତ୍ର ୨୦ ଟଙ୍କାରେ…

ଦାରିଙ୍ଗବାଡ଼ି,୨୭।୧୧(ଅରୁଣ ସାହୁ):ଆଗକୁ ଆସୁଛି ପ୍ରଥମାଷ୍ଟମୀ। ଘରର ବଡ଼ ପୁଅ ଓ ଝିଅଙ୍କ ଶୁଭ ମନାସି ଏହି ପର୍ବ ପାଳନ କରିବାକୁ ଓଡ଼ିଆ ଘରେ ଚାଲିଛି ପ୍ରସ୍ତୁତି। ପ୍ରଥମାଷ୍ଟମୀ…

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଜୟଦେବ ଉନାଦକତ୍‌: ଭାଙ୍ଗିଲା ୬ ବର୍ଷ ପୁରୁଣା ବିଶ୍ୱରେକର୍ଡ

ଇନ୍ଦୋର,୨୭।୧୧:ଭାରତୀୟ କ୍ରିକେଟ୍‌ର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନୂଆ ଇତିହାସ ରଚିଛନ୍ତି ସୌରାଷ୍ଟ୍ରର ଷ୍ଟାର୍‌ ବୋଲର୍‌ ଜୟଦେବ ଉନାଦକତ। ନଭେମ୍ବର ୨୬ରେ ତାମିଲନାଡୁ…

ଆସିଲା ନୂଆ ଗାଇଡ୍‌ଲାଇନ୍‌: କଠିନ ଡ୍ୟୁଟିରୁ ଗର୍ଭବତୀ ପୋଲିସ ଅଫିସରଙ୍କୁ ମିଳିବ ମୁକ୍ତି

ଭୁବନେଶ୍ୱର,୨୭ା୧୧(ତ୍ରିନାଥ ମହାନ୍ତି):ଓଡ଼ିଶା ପୋଲିସର ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ରାତି ପାଟ୍ରୋଲିଂ ଓ କଠିନ…

ଜରାଜୀର୍ଣ୍ଣ ଅବସ୍ଥାରେ ୯୦ ବର୍ଷର ପୁରାତନ ବିଦ୍ୟାଳୟ: ଭଙ୍ଗା ଦଦରା ଗୃହ, ନାହିଁ ଗେଟ୍‌-ପାଚେରି

ବାଙ୍କୀ,୨୭।୧୧(ଶୁଭେନ୍ଦୁ ମହାପାତ୍ର):ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଫଳପ୍ରଦ ହେଉନାହିଁ। ବାଙ୍କୀ ବ୍ଲକ ଶିକ୍ଷା…

ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ମିଳିବ ୨ଟି ଲେଖାଏ ସ୍ପେସ୍‌-ଏକ୍ସ ଶେୟାର

ଓ୍ବାଶିଂଟନ,୨୭ା୧୧: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ସ୍ପେସ୍‌-ଏକ୍ସର ୨ଟି ଲେଖାଏ ସେୟାର ମିଳିବ ବୋଲି କମ୍ପାନୀର ସିଇଓ ଏଲନ୍‌ ମସ୍କ ଗୁରୁବାର ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ସେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?