ଡାର୍ଟ ମହାକାଶଯାନ ଧକ୍କା ଦେଇଥିବା ଗ୍ରହାଣୁରେ ହୋଇଛି ବିଶାଳ ଗର୍ତ୍ତ

ନୂଆଦିଲ୍ଲୀ/ବର୍ଲିନ,୨୭।୧୧(ରଏଟର୍ସ): ପୃଥିବୀ ସୁରକ୍ଷା ବ୍ୟବସ୍ଥାର ପ୍ରଥମ ପରୀକ୍ଷଣ ଭାବେ ୨୦୨୨ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଡାର୍ଟ’ ମହାକାଶଯାନ ଧକ୍କାଦେଇଥିବା କ୍ଷୁଦ୍ର ଗ୍ରହାଣୁ (ଆଷ୍ଟେରଏଡ୍‌) ‘ଡିମୋରଫୋସ୍‌’ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଚେପଟା ହୋଇଯିବା ସହ ସେଠାରେ ଏକ ଷ୍ଟାଡିୟମ ଆକାରର ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି ଏବଂ ଏହା ମହାକାଶରେ ଅସନ୍ତୁଳିତ ଭାବେ ଘୂରି ବୁଲୁଛି। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ)ର ‘ହେରା’ ମହାକାଶଯାନ ଦ୍ୱାରା ଉତ୍ତୋଳିତ ଓ ବୁଧବାର ପ୍ରକାଶିତ ନୂତନ ଚିତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ମହାକାଶରେ ଥିବା କୌଣସି ବଡ଼ ପଥର ବା ପିଣ୍ଡର ଦିଗ ବଦଳାଇବା ପାଇଁ ମହାକାଶଯାନକୁ ଏକ ଉପାୟ ଭାବେ ବ୍ୟବହାର କରାଯାଇପାରିବ କି ନାହିଁ ତାହା ପରୀକ୍ଷା କରିବା ପାଇଁ ‘ଡାର୍ଟ’ ମିଶନ ପଠାଯାଇଥିଲା। ପ୍ରାୟ ୪୯୫ ଫୁଟ (୧୫୧ ମିଟର) ଓସାର ବିଶିଷ୍ଟ ଲମ୍ବାଳିଆ ପଥୁରିଆ ଗ୍ରହାଣୁ ‘ଡିମୋରଫୋସ’ ଏହାର ସହଯୋଗୀ ବଡ଼ ଗ୍ରହାଣୁ ‘ଡିଡିମୋସ’ (ଯାହାର ବ୍ୟାସ ୨,୩୯୫ ଫୁଟ ବା ୭୩୦ ମିଟର) ଚାରିପାଖେ ପରିକ୍ରମା କରୁଛି। ବର୍ତ୍ତମାନ ଏହି ଯୋଡ଼ି ପୃଥିବୀଠାରୁ ପ୍ରାୟ ୧୨ କୋଟି ମାଇଲ (୧୯.୩୫ କୋଟି କିଲୋମିଟର) ଦୂରରେ ରହିଛନ୍ତି। ଏଗୁଡ଼ିକ ‘ନିୟର-ଆର୍ଥ ଆଷ୍ଟେରଏଡ୍ସ’ ଭାବେ ଚିହ୍ନଟ କରାଯାଇଥିଲେ ମଧ୍ୟ ଏଥିରୁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ। ପୂର୍ବ ତଥ୍ୟରୁ ଡାର୍ଟ ସଫଳତାର ସହ ଡିମୋରଫୋସ୍‌ର ଗତିପଥ ବଦଳାଇ ଦେଇଥିବା ଜଣାପଡ଼ିଥିବା ବେଳେ ଏହି ଧକ୍କା ଯୋଗୁ ଗ୍ରହାଣୁଟି ଭୌତିକ ଭାବେ କିପରି ପରିବର୍ତ୍ତିତ ହୋଇଛି ତାହା ଏବେ ‘ହେରା’ ନିରୀକ୍ଷଣ କରୁଛି।
‘ଇଏସ୍‌ଏ’ର ‘ହେରା’ ମିଶନ ବୈଜ୍ଞାନିକ ମାଇକେଲ କୁପର୍ସ କହିଛନ୍ତି, ଧକ୍କା ଲାଗିଥିବା ପାର୍ଶ୍ୱଟି ଏବେ ସମ୍ପୂର୍ଣ୍ଣ ଭାବେ ଏକ ଗର୍ତ୍ତ ଦ୍ୱାରା ଆଚ୍ଛାଦିତ ହୋଇଯାଇଛି ଏବଂ ଦେଖିଲେ ଏପରି ଲାଗୁଛି ଯେପରି ଧକ୍କା ଯୋଗୁ ଗ୍ରହାଣୁର ଏକ ଅଂଶ କଟିଯାଇଛି। ତେବେ ଧକ୍କା ସ୍ଥାନର ବିପରୀତ ପାର୍ଶ୍ୱରେ କୌଣସି ବଡ଼ ପରିବର୍ତ୍ତନର ପ୍ରମାଣ ଦେଖାଯାଇ ନାହିଁ ଏବଂ ଏହି ଦୁଇଟି ପର୍ଯ୍ୟବେକ୍ଷଣର ମିଶ୍ରଣ ବେଶ୍‌ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି। ଡିଡିମୋସ ଚାରିପାଖେ ପରିକ୍ରମା ଜାରି ରଖିଥିବା ବେଳେ ଡିମୋରଫୋସ୍‌ର ପ୍ରାୟ ସମ୍ପୂର୍ଣ୍ଣ ସମ୍ମୁଖ ଭାଗ ଏହି ବଡ଼ ଗର୍ତ୍ତରେ ଢାଙ୍କି ହୋଇଯାଇଛି। ଡିମୋରଫୋସ୍‌ ଏବେ ବିଶୃଙ୍ଖଳିତ ଭାବେ ଓଲଟପାଲଟ ହୋଇ ଘୂରୁଛି ଏବଂ ଏହି ବ୍ୟବସ୍ଥା ଚାରିପାଖେ ଶହ ଶହ ପଥର ଖଣ୍ଡ ଭାସୁଛି ବୋଲି କୁପର୍ସ ସୂଚନା ଦେଇଛନ୍ତି।
ଏକ ଛୋଟ କାର୍‌ ଆକାରର ‘ହେରା’ ମହାକାଶଯାନ ବର୍ତ୍ତମାନ ପ୍ରାୟ ୧୫ରୁ ୧୯ ମାଇଲ (୨୫ରୁ ୩୦ କିଲୋମିଟର) ଦୂରତାରୁ ଡିଡିମୋସ୍‌ ଓ ଡିମୋରଫୋସ୍‌କୁ ନିରୀକ୍ଷଣ କରୁଛି। ଆସନ୍ତା ମାସରେ ଏହା ଏହି ଯୋଡ଼ିର ୮ ମାଇଲ (୧୩ କିଲୋମିଟର) ନିକଟତର ହୋଇ ଅଧିକ ସ୍ପଷ୍ଟ ଓ ଉଚ୍ଚ-ରିଜୋଲ୍ୟୁଶନ ଚିତ୍ର ସଂଗ୍ରହ କରିବ। ଏହାବ୍ୟତୀତ ଆସନ୍ତା ଜାନୁଆରୀରେ ‘ହେରା’ ଜୋତା ବାକ୍ସ ଆକାରର ଦୁଇଟି କ୍ଷୁଦ୍ର ଉପଗ୍ରହ ବା ‘କ୍ୟୁବ୍‌ସାଟ୍ସ’ ଛାଡ଼ିବ, ଯାହା ଦୁଇ ଗ୍ରହାଣୁର ଆଭ୍ୟନ୍ତରୀଣ ଗଠନ ଅନୁସନ୍ଧାନ ସମେତ ଅଧିକ ଅଧ୍ୟୟନ ପାଇଁ ଆହୁରି ନିକଟକୁ ଯିବ।
ସୂଚନାଯୋଗ୍ୟ, ‘ଡବଲ ଆଷ୍ଟେରଏଡ୍‌ ରିଡାଇରେକ୍ସନ ଟେଷ୍ଟ’ (ଡିଏଆର୍‌ଟି ବା ଡାର୍ଟ) ମହାକାଶଯାନ ୨୦୨୨ ସେପ୍ଟେମ୍ବର ୨୬ରେ ଘଣ୍ଟାପ୍ରତି ପ୍ରାୟ ୧୪,୦୦୦ ମାଇଲ (୨୨,୫୩୦ କିଲୋମିଟର) ବେଗରେ ଡିମୋରଫୋସ୍‌ ସହ ଧକ୍କା ହୋଇଥିଲା। ଭବିଷ୍ୟତରେ ଯଦି କୌଣସି ଗ୍ରହାଣୁ ପୃଥିବୀ ସହ ଧକ୍କାହେବା ଦିଗରେ ଗତି କରେ, ତେବେ ସେଠାରେ ‘କାଇନେଟିକ ଇମ୍ପାକ୍ଟର’ କୌଶଳ ପ୍ରୟୋଗ କରିବା ପାଇଁ ଏହି ଧକ୍କାର ପ୍ରଭାବ ଓ ଗ୍ରହାଣୁର ଗଠନ ସମ୍ପର୍କରେ ସବିଶେଷ ଅନୁସନ୍ଧାନ ଅତ୍ୟନ୍ତ ଜରୁରୀ ବୋଲି କୁପର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପୁଅ ପରେ ଚମକିଲେ ସେହ୍ବାଗଙ୍କ ସାନ ପୁଅ: ଘାତକ ବୋଲିଂ କରି ଆଣିଲେ ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ କ୍ରିକେଟ ମଇଦାନରେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି। ବାପାଙ୍କ ବ୍ୟାଟିଂ ନୁହେଁ,…

ମହମ୍ମଦ ସିରାଜଙ୍କୁ ପୁଣି ଅଣଦେଖା: ୬ ଫୁଟ ୫ ଇଞ୍ଚର ବୋଲର୍‌ଙ୍କୁ ମିଳିଲା ଟେଷ୍ଟ ଡେବ୍ୟୁ ସୁଯୋଗ, ବଢୁଛି ଚର୍ଚ୍ଚା

ଖ୍ରୀଷ୍ଟଚର୍ଚ୍ଚ,୨୭।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଦ୍ୱିତୀୟ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ…

ଏସିଆ କପ୍‌ ସେମିଫାଇନାଲ ପରାଜୟ ପରେ ମୁହଁ ଖୋଲିଲେ ତିଳକ ବର୍ମା, କହିଲେ ଭୁଲ୍…

ନୂଆଦିଲ୍ଲୀ,୨୭।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ ଏର ଯାତ୍ରା ଶେଷ ହୋଇଛି । ଶ୍ରୀଲଙ୍କା ଏ ବିପକ୍ଷ ସେମିଫାଇନାଲରେ ଭାରତୀୟ ଦଳ ୮ ୱିକେଟ୍‌ରେ…

ବଢୁଛି କନ୍ଧମାଳ ହଳଦୀ ପତ୍ରର ଚାହିଦା, ହେଲେ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ: ମାତ୍ର ୨୦ ଟଙ୍କାରେ…

ଦାରିଙ୍ଗବାଡ଼ି,୨୭।୧୧(ଅରୁଣ ସାହୁ):ଆଗକୁ ଆସୁଛି ପ୍ରଥମାଷ୍ଟମୀ। ଘରର ବଡ଼ ପୁଅ ଓ ଝିଅଙ୍କ ଶୁଭ ମନାସି ଏହି ପର୍ବ ପାଳନ କରିବାକୁ ଓଡ଼ିଆ ଘରେ ଚାଲିଛି ପ୍ରସ୍ତୁତି। ପ୍ରଥମାଷ୍ଟମୀ…

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଜୟଦେବ ଉନାଦକତ୍‌: ଭାଙ୍ଗିଲା ୬ ବର୍ଷ ପୁରୁଣା ବିଶ୍ୱରେକର୍ଡ

ଇନ୍ଦୋର,୨୭।୧୧:ଭାରତୀୟ କ୍ରିକେଟ୍‌ର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନୂଆ ଇତିହାସ ରଚିଛନ୍ତି ସୌରାଷ୍ଟ୍ରର ଷ୍ଟାର୍‌ ବୋଲର୍‌ ଜୟଦେବ ଉନାଦକତ। ନଭେମ୍ବର ୨୬ରେ ତାମିଲନାଡୁ…

ଆସିଲା ନୂଆ ଗାଇଡ୍‌ଲାଇନ୍‌: କଠିନ ଡ୍ୟୁଟିରୁ ଗର୍ଭବତୀ ପୋଲିସ ଅଫିସରଙ୍କୁ ମିଳିବ ମୁକ୍ତି

ଭୁବନେଶ୍ୱର,୨୭ା୧୧(ତ୍ରିନାଥ ମହାନ୍ତି):ଓଡ଼ିଶା ପୋଲିସର ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ରାତି ପାଟ୍ରୋଲିଂ ଓ କଠିନ…

ଜରାଜୀର୍ଣ୍ଣ ଅବସ୍ଥାରେ ୯୦ ବର୍ଷର ପୁରାତନ ବିଦ୍ୟାଳୟ: ଭଙ୍ଗା ଦଦରା ଗୃହ, ନାହିଁ ଗେଟ୍‌-ପାଚେରି

ବାଙ୍କୀ,୨୭।୧୧(ଶୁଭେନ୍ଦୁ ମହାପାତ୍ର):ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଫଳପ୍ରଦ ହେଉନାହିଁ। ବାଙ୍କୀ ବ୍ଲକ ଶିକ୍ଷା…

ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ମିଳିବ ୨ଟି ଲେଖାଏ ସ୍ପେସ୍‌-ଏକ୍ସ ଶେୟାର

ଓ୍ବାଶିଂଟନ,୨୭ା୧୧: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ସ୍ପେସ୍‌-ଏକ୍ସର ୨ଟି ଲେଖାଏ ସେୟାର ମିଳିବ ବୋଲି କମ୍ପାନୀର ସିଇଓ ଏଲନ୍‌ ମସ୍କ ଗୁରୁବାର ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ସେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?