ଦୋହା,୨୭।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ସେମିଫାଇନାଲରେ ଭାରତ-ଏକୁ ୮ ଉଇକେଟ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଶ୍ରୀଲଙ୍କା-ଏ। ମ୍ୟାଚ୍ରେ ଏକ LBW ଅପିଲ୍କୁ ଅମ୍ପାୟାର ଖାରଜ କରିବା ପରେ ଭାରତୀୟ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଅସନ୍ତୋଷ ପ୍ରକାଶ କରିଥିଲେ। କତାରର ରାଜଧାନୀ ଦୋହାରେ ନଭେମ୍ବର ୨୬ରେ ଖେଳାଯାଇଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ସେମିଫାଇନାଲ ମୁକାବିଲାରେ ଭାରତ-ଏ ଓ ଶ୍ରୀଲଙ୍କା-ଏ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ-ଏ ୫୦ ଓଭରରେ ୩୧୭ ରନ କରିଥିଲା। ତେବେ ଶ୍ରୀଲଙ୍କା-ଏ ଦମଦାର ବ୍ୟାଟିଂ କରି ୮ ଉଇକେଟ୍ରେ ବିଜୟ ହାସଲ କରିବା ସହ ଫାଇନାଲ ଟିକେଟ ପକ୍କା କରିଥିଲା।
ଶ୍ରୀଲଙ୍କା-ଏ ଟିମ ୩୧୮ ରନ୍ର ଲକ୍ଷ୍ୟ ପିଛା କରୁଥିବା ବେଳେ ମ୍ୟାଚ୍ର ୨୩.୫ ଓଭରରେ ଏକ ରୋଚକ ଘଟଣା ଘଟିଥିଲା। ଶେହବାଜ ଅହମ୍ମଦଙ୍କ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟର୍ ଲସିଥ କ୍ରୁସପୁଲ୍ଲେଙ୍କ ବିରୋଧରେ ଜୋରଦାର LBW ଅପିଲ କରିଥିଲେ ଭାରତୀୟ ଖେଳାଳି। କିନ୍ତୁ ଫିଲ୍ଡ ଅମ୍ପାୟାର ଏହି ଅପିଲ୍କୁ ଖାରଜ କରିଦେଇଥିଲେ। ଏହି ନିଷ୍ପତ୍ତିରେ ଭାରତ-ଏ ଅଧିନାୟକ ତିଲକ ବର୍ମା ଓ ବୋଲର୍ ଶେହବାଜ ଅହମ୍ମଦ ଖୁବ ରାଗି ଯାଇଥିଲେ। ସେହି ସମୟରେ ୧୫ ବର୍ଷୀୟ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ରାଗିକି ଅମ୍ପାୟାରଙ୍କ ନିକଟକୁ ଯାଇ ବଲ୍ଟି ବ୍ୟାଟ୍ରେ ଲାଗିଥିଲା କି ନାହିଁ ବୋଲି ପଚାରିଥିଲେ। ତିଲକ ବର୍ମା ତାଙ୍କୁ ସେଠାରୁ ହଟିଯିବାକୁ କହିଥିଲେ।
ଶେହବାଜଙ୍କ ବଲ୍ଟି ମିଡିଲ ଷ୍ଟମ୍ପ ଲାଇନ୍ରେ ଆସିଥିବା ବେଳେ କ୍ରୁସପୁଲ୍ଲେ ଏହାକୁ ଫ୍ଲିକ କରିବାକୁ ଚେଷ୍ଟା କରିଥିଲେ। ବଲ୍ଟି ତାଙ୍କ ପ୍ୟାଡ୍ରେ ବାଜିବା ପରେ ଭାରତୀୟ ଦଳ LBW ଅପିଲ କରିଥିଲା। ତେବେ ଅମ୍ପାୟାରଙ୍କ ମତରେ ବଲ୍ଟି ଲେଗ ଷ୍ଟମ୍ପର ବାହାରକୁ ଯାଉଥିଲା। ଏହାପରେ ଅମ୍ପାୟାର ଖେଳାଳିଙ୍କୁ ଶାନ୍ତ ରହିବାକୁ କହିଥିଲେ।
ଏହି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ପ୍ରଦର୍ଶନ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ୪ଟି ମ୍ୟାଚ୍ରେ ୭୦.୨୫ ହାରରେ ମୋଟ ୨୮୧ ରନ ସଂଗ୍ରହ କରିଛନ୍ତି। ୟୁଏଇ ବିପକ୍ଷରେ ତାଙ୍କର ୨୦୪ ରନ୍ର ରେକର୍ଡ ପାରି ଏହି ଟୁର୍ନାମେଣ୍ଟର ଏକ ବଡ଼ ଆକର୍ଷଣ ଥିଲା। ଏହାସହ ତାଙ୍କ ବ୍ୟାଟ୍ରୁ ମୋଟ ୩୨ଟି ଛକା ଦେଖିବାକୁ ମିଳିଛି, ଯାହା ଅନ୍ୟ ଖେଳାଳିଙ୍କ ତୁଳନାରେ ସର୍ବାଧିକ। ଯଦିଓ ଭାରତ-ଏ ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛି, ତଥାପି ବୈଭବଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ଏହି ଟୁର୍ନାମେଣ୍ଟରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିଶ୍ଚିତ ଭାବେ ଆକର୍ଷିତ କରିଛି।
Shahbaz was convinced, but the umpire wasn’t! 🙅♂️
Were you? Tell us in comments!
Watch Sri Lanka A v India A, LIVE NOW on Sony Sports Network TV channels & Sony LIV.
#SonySportsNetwork #SonyLIV #DPWorldAsiaCupRisingStarsMens2026 https://t.co/7YSHfF14G8
— Sony Sports Network (@SonySportsNetwk) November 26, 2026

