Posted inଖେଳ

ଏସିଆ କପ୍‌ ସେମିଫାଇନାଲ ପରାଜୟ ପରେ ମୁହଁ ଖୋଲିଲେ ତିଳକ ବର୍ମା, କହିଲେ ଭୁଲ୍…

ନୂଆଦିଲ୍ଲୀ,୨୭।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ ଏର ଯାତ୍ରା ଶେଷ ହୋଇଛି । ଶ୍ରୀଲଙ୍କା ଏ ବିପକ୍ଷ ସେମିଫାଇନାଲରେ ଭାରତୀୟ ଦଳ ୮ ୱିକେଟ୍‌ରେ ପରାସ୍ତ ହୋଇଛି । ଭାରତ ୩୧୭ ରନ୍‌ର ବଡ଼ ସ୍କୋର କରିଥିଲେ ମଧ୍ୟ ଶ୍ରୀଲଙ୍କାର ଦୁଇ ଓପନରଙ୍କ ଶତକୀୟ ଇନିଂସ୍‌ ଆଗରେ ଦଳର ବୋଲରମାନେ ଫିକା ପଡ଼ିଥିଲେ । ଏହି ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ତିଳକ ବର୍ମା ନିରାଶା ପ୍ରକାଶ କରିବା ସହ ପରାଜୟର କାରଣ ବିଷୟରେ ମୁହଁ ଖୋଲିଛନ୍ତି।

ମ୍ୟାଚ୍‌ ପରେ ତିଳକ ବର୍ମା କହିଥିଲେ ଯେ, ଦଳ ପ୍ରାରମ୍ଭରେ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ତାହାକୁ ପଡ଼ିଆରେ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରିନଥିଲା। ଶ୍ରୀଲଙ୍କା ଦଳକୁ ବିଜୟର ଶ୍ରେୟ ଦେବା ସହ ଉଭୟ ଓପନର ଭଲ ବ୍ୟାଟିଂ କରିଥିବା ସେ କହିଥିଲେ।ତିଳକଙ୍କ କହିବା ଅନୁସାରେ, ସେ ସମସ୍ତ ବୋଲରଙ୍କୁ ପରୀକ୍ଷା କରିଥିଲେ, କିନ୍ତୁ ଦଳ ପାଇଁ ଦିନଟି ଭଲ ନଥିଲା। ପ୍ରଥମ ୧୫ ଓଭର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଶ୍ରୀଲଙ୍କାକୁ ପ୍ରତି ଓଭରରେ ୬ କିମ୍ବା ତା’ଠାରୁ କମ୍‌ ରନ୍‌ରେ ରୋକିବା ଦଳର ଯୋଜନା ଥିଲା। ପରବର୍ତ୍ତୀ ସମୟରେ ପିଚ୍‌ ଧୀର ହୋଇଯିବ ବୋଲି ଆଶା ରହିଥିଲା। କିନ୍ତୁ ଏହି ଯୋଜନାକୁ ଦଳ ଠିକ୍‌ ଭାବେ ଲାଗୁ କରିପାରିନଥିଲା।

ତିଳକ ବର୍ମା କହିଛନ୍ତି ଯେ, ବୋଲିଂ ବିଭାଗରେ ଅଧିକ ସୁଧାର ଆବଶ୍ୟକ । ଭାରତୀୟ ଦଳ ୩୨୦ରୁ ୩୩୦ ରନ୍‌ ମଧ୍ୟରେ ସ୍କୋରକୁ ଭଲ ବୋଲି ଭାବିଥିଲା। ପ୍ରଥମ ୨୦ ଓଭରରେ ବଲ୍‌ ବ୍ୟାଟ୍‌କୁ ଭଲ ଭାବେ ଆସୁଥିବା ବେଳେ ପରେ ପିଚ୍‌ ଧୀର ହୋଇଯାଇଥିଲା। କିଛି ବଲ୍‌ ଅଟକି ଅଟକି ବ୍ୟାଟ୍‌କୁ ଆସୁଥିଲା। ଏହା ସତ୍ତ୍ୱେ ଦଳ ଲଗାତାର ୩ଟି ୱିକେଟ୍‌ ହରାଇବାରୁ କ୍ଷତି ସହିଥିଲା।

ତେବେ ପରେ ବ୍ୟାଟିଂ ବିଭାଗ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳର ବ୍ୟାଟିଂ ୟୁନିଟ୍‌ ଭଲ ପ୍ରଦର୍ଶନ କରିଥିବା ବେଳେ ବୋଲିଂ ବିଭାଗର ତ୍ରୁଟି ଉପରେ ଡ୍ରେସିଂ ରୁମ୍‌ରେ ବସି ଆଲୋଚନା କରିବାକୁ ପଡ଼ିବ ବୋଲି ତିଳକ କହିଥିଲେ । ସେମିଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ୍‌ ହରାଇ ୩୧୭ ରନ୍‌ କରିଥିଲା। ଅଭିଷେକ ଶର୍ମା, ତିଳକ ବର୍ମା ଓ ଶାହବାଜ ଅହମ୍ମଦ ଅର୍ଦ୍ଧଶତକ ହାସଲ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୪୦ ରନ୍‌ର ଯୋଗଦାନ ଦେଇଥିଲେ।

୩୧୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କାର ଓପନର ଲସିଥ କ୍ରୁସପୁଲେ ଓ ସିନେଥ ଜୟବର୍ଦ୍ଧନେ ଦମ୍‌ଦାର ବ୍ୟାଟିଂ କରିଥିଲେ। କ୍ରୁସପୁଲେ ୧୦୭ ବଲ୍‌ରୁ ୧୧୬ ରନ୍‌ କରିଥିବା ବେଳେ ଜୟବର୍ଦ୍ଧନେ ୭୦ ବଲ୍‌ରୁ ୧୦୫ ରନ୍‌ କରିଥିଲେ। ପ୍ରଥମ ୱିକେଟ୍‌ ପାଇଁ ଉଭୟ ୧୭୪ ରନ୍‌ର ଭାଗୀଦାରି କରି ଶ୍ରୀଲଙ୍କାର ବିଜୟ ପଥ ସହଜ କରିଥିଲେ। ଶେଷରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପୁଅ ପରେ ଚମକିଲେ ସେହ୍ବାଗଙ୍କ ସାନ ପୁଅ: ଘାତକ ବୋଲିଂ କରି ଆଣିଲେ ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ କ୍ରିକେଟ ମଇଦାନରେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି। ବାପାଙ୍କ ବ୍ୟାଟିଂ ନୁହେଁ,…

ମହମ୍ମଦ ସିରାଜଙ୍କୁ ପୁଣି ଅଣଦେଖା: ୬ ଫୁଟ ୫ ଇଞ୍ଚର ବୋଲର୍‌ଙ୍କୁ ମିଳିଲା ଟେଷ୍ଟ ଡେବ୍ୟୁ ସୁଯୋଗ, ବଢୁଛି ଚର୍ଚ୍ଚା

ଖ୍ରୀଷ୍ଟଚର୍ଚ୍ଚ,୨୭।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଦ୍ୱିତୀୟ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ…

ବଢୁଛି କନ୍ଧମାଳ ହଳଦୀ ପତ୍ରର ଚାହିଦା, ହେଲେ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ: ମାତ୍ର ୨୦ ଟଙ୍କାରେ…

ଦାରିଙ୍ଗବାଡ଼ି,୨୭।୧୧(ଅରୁଣ ସାହୁ):ଆଗକୁ ଆସୁଛି ପ୍ରଥମାଷ୍ଟମୀ। ଘରର ବଡ଼ ପୁଅ ଓ ଝିଅଙ୍କ ଶୁଭ ମନାସି ଏହି ପର୍ବ ପାଳନ କରିବାକୁ ଓଡ଼ିଆ ଘରେ ଚାଲିଛି ପ୍ରସ୍ତୁତି। ପ୍ରଥମାଷ୍ଟମୀ…

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଜୟଦେବ ଉନାଦକତ୍‌: ଭାଙ୍ଗିଲା ୬ ବର୍ଷ ପୁରୁଣା ବିଶ୍ୱରେକର୍ଡ

ଇନ୍ଦୋର,୨୭।୧୧:ଭାରତୀୟ କ୍ରିକେଟ୍‌ର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନୂଆ ଇତିହାସ ରଚିଛନ୍ତି ସୌରାଷ୍ଟ୍ରର ଷ୍ଟାର୍‌ ବୋଲର୍‌ ଜୟଦେବ ଉନାଦକତ। ନଭେମ୍ବର ୨୬ରେ ତାମିଲନାଡୁ…

ଆସିଲା ନୂଆ ଗାଇଡ୍‌ଲାଇନ୍‌: କଠିନ ଡ୍ୟୁଟିରୁ ଗର୍ଭବତୀ ପୋଲିସ ଅଫିସରଙ୍କୁ ମିଳିବ ମୁକ୍ତି

ଭୁବନେଶ୍ୱର,୨୭ା୧୧(ତ୍ରିନାଥ ମହାନ୍ତି):ଓଡ଼ିଶା ପୋଲିସର ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ରାତି ପାଟ୍ରୋଲିଂ ଓ କଠିନ…

ଜରାଜୀର୍ଣ୍ଣ ଅବସ୍ଥାରେ ୯୦ ବର୍ଷର ପୁରାତନ ବିଦ୍ୟାଳୟ: ଭଙ୍ଗା ଦଦରା ଗୃହ, ନାହିଁ ଗେଟ୍‌-ପାଚେରି

ବାଙ୍କୀ,୨୭।୧୧(ଶୁଭେନ୍ଦୁ ମହାପାତ୍ର):ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଫଳପ୍ରଦ ହେଉନାହିଁ। ବାଙ୍କୀ ବ୍ଲକ ଶିକ୍ଷା…

ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ମିଳିବ ୨ଟି ଲେଖାଏ ସ୍ପେସ୍‌-ଏକ୍ସ ଶେୟାର

ଓ୍ବାଶିଂଟନ,୨୭ା୧୧: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ସ୍ପେସ୍‌-ଏକ୍ସର ୨ଟି ଲେଖାଏ ସେୟାର ମିଳିବ ବୋଲି କମ୍ପାନୀର ସିଇଓ ଏଲନ୍‌ ମସ୍କ ଗୁରୁବାର ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ସେୟାର…

ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ):କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି। ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?