ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାପା ହେଲେ ମିଳିବ ୧୫ ଦିନର ଛୁଟି

ଚେନ୍ନାଇ, ୨୬।୧୧: ସନ୍ତାନ ଜନ୍ମ ସମୟରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ରାଜ୍ୟ ସରକାରୀ ବିଭାଗରେ କାର୍ଯ୍ୟରତ ବିବାହିତ ପୁରୁଷ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ ।

ତାମିଲନାଡୁ ସରକାରଙ୍କ କହିବା ଅନୁଯାୟୀ, ସନ୍ତାନ ଜନ୍ମ ସମୟରେ ମା’ଙ୍କୁ ଶାରୀରିକ ଓ ମାନସିକ ସହାୟତା ଦେବା ସହ ନବଜାତ ଶିଶୁର ଯତ୍ନ ନେବାରେ ବାପାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ବିବାହିତ ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ କରିବାକୁ ସରକାର ଆଦେଶ ଜାରି କରିଛନ୍ତି । ଏହି ଛୁଟି ସନ୍ତାନ ଜନ୍ମର ସମ୍ଭାବ୍ୟ ତାରିଖର ୧୫ ଦିନ ପୂର୍ବରୁ କିମ୍ବା ଶିଶୁ ଜନ୍ମ ହେବାର ୬ ମାସ ମଧ୍ୟରେ ନିଆଯାଇପାରିବ । ଏହାଦ୍ୱାରା ପତ୍ନୀଙ୍କ ମାତୃତ୍ୱ ଛୁଟି ସମୟରେ ସ୍ୱାମୀ ତାଙ୍କ ସହ ରହିବା ସହ ଶିଶୁର ଯତ୍ନ ନେଇପାରିବେ।

ସୂଚନାଯୋଗ୍ୟ, ତାମିଲନାଡୁରେ ମହିଳା ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ୩୬୫ ଦିନର ମାତୃତ୍ୱ ଛୁଟି ମିଳୁଛି। ପୁରୁଷ କର୍ମଚାରୀଙ୍କ ପକ୍ଷରୁ ମଧ୍ୟ ପିତୃତ୍ୱ ଛୁଟି ପ୍ରଦାନ ପାଇଁ ଦାବି ହୋଇଆସୁଥିଲା। ଏହି ନିଷ୍ପତ୍ତି ଦ୍ୱାରା ପରିବାରର ଦାୟିତ୍ୱ ବାଣ୍ଟିବା ସହ ଶିଶୁର ଉତ୍ତମ ଲାଳନପାଳନରେ ସହାୟତା ମିଳିବ ବୋଲି ସରକାର କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷର ଅପେକ୍ଷାର ହେବ ଅନ୍ତ! ଟିମ୍‌ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି

ହେଗଲି ଓଭାଲ୍‌,୨୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ହେଗଲି ଓଭାଲ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ପେସ ବୋଲର…

ସ୍ତ୍ରୀ, ଦେଢ଼ଶାଶୁଙ୍କୁ ହତ୍ୟା ଉଦ୍ୟମ କରି ସ୍ବାମୀ ଗଲେ ଜେଲ୍‌

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଆମ୍ବଗାଁର ଡମ୍ବରୁ ସାହୁ(୪୫)ଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍‌…

୭ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ-ସହାୟିକାଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ: ଦାବି ପୂରଣ ନ ହେଲେ…

ବଡ଼ଗାଁ,୨୬।୧୧(ଅଶୋକ ଷଡ଼ଙ୍ଗୀ): ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ସରକାର ଗୁହାରି ଶୁଣୁ ନ ଥିବା ଅଭିଯୋଗ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି…

ମହିଳା ପୋଲିସଙ୍କ ପାଇଁ ବଡ଼ ନିଷ୍ପତ୍ତି, ଗର୍ଭାବସ୍ଥାରେ ମିଳିବ…

ଭୁବନେଶ୍ବର,୨୬।୧୧: ମହିଳା ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଚାପକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଗର୍ଭବତୀ ଓ ପ୍ରସୂତୀ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଗୁହାଳେ ପଶି ବାଛୁରୀକୁ ମାରି ଖାଇଲା

ନୂଆପଡ଼ା,୨୬ା୧୧(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମାନାରା ପଞ୍ଚାୟତ ପାଓ୍ବାରତୋଲା ଗାଁର ସଫୁର ସତନାମୀଙ୍କ ଗୁହାଳରୁ ବୁଧବାର ରାତିରେ ଏକ ବାଛୁରୀକୁ କଲରାପତରିଆ ବାଘ ମାରି ଯାଇଛି।…

ଟିମ ଇଣ୍ଡିଆରେ ହଲଚଲ: ଦ୍ୱିତୀୟ ଟେଷ୍ଟ ପାଇଁ ୩ ବଡ଼ ଅଦଳବଦଳ, ଏହି ଖେଳାଳିଙ୍କୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୨୭ ତାରିଖରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ…

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ, ଡେଥ୍‌ ସାର୍ଟିଫିକେଟ ପାଇଁ ୭ ହଜାର ଲାଞ୍ଚ ନେଉଥିଲେ

ସମ୍ବଲପୁର,୨୬।୧୧: ସମ୍ବଲପୁର ଜିଲା ଠେମରା CHCର ଜଣେ ସ୍ୱାସ୍ଥ୍ୟକର୍ମୀ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ଫାଇଲ୍‌…

ଓଡ଼ିଶାର ଦାବି ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ସରକାର, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଭୁବନେଶ୍ୱର,୨୬ା୧୧: ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏନେଇ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?