ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ମିଳିବ ୨ଟି ଲେଖାଏ ସ୍ପେସ୍‌-ଏକ୍ସ ଶେୟାର

ଓ୍ବାଶିଂଟନ,୨୭ା୧୧: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ସ୍ପେସ୍‌-ଏକ୍ସର ୨ଟି ଲେଖାଏ ସେୟାର ମିଳିବ ବୋଲି କମ୍ପାନୀର ସିଇଓ ଏଲନ୍‌ ମସ୍କ ଗୁରୁବାର ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ସେୟାର ସ୍ପେସ୍‌-ଏକ୍ସ ପକ୍ଷରୁ ଏବଂ ଅନ୍ୟଟି ସେ ବ୍ୟକ୍ତିଗତ ଭାବେ ଦାନ କରିବେ। ପିଲାମାନଙ୍କୁ କମ୍ପାନୀରେ ଅଂଶୀଦାର କରିବା ଏବଂ ଦୀର୍ଘମିଆଦୀ ସମ୍ପତ୍ତି ଗଠନରେ ସାହାଯ୍ୟ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ସେ ଆହୁରି ସମ୍ପ୍ରସାରିତ କରିଛନ୍ତି।
ସ୍ପେସ-ଏକ୍ସ ପୂର୍ବରୁ ଘୋଷଣା କରିଥିଲା, ଏହା ପ୍ରତ୍ୟେକ ସକ୍ରିୟ ‘ଟ୍ରମ୍ପ୍‌ ଆକାଉଣ୍ଟ’କୁ ଏହାର କ୍ଲାସ-ଏ ସାଧାରଣ ଷ୍ଟକ୍‌ର ଗୋଟିଏ ନୂତନ ଭାବେ ଜାରି ହୋଇଥିବା ସେୟାର ପ୍ରଦାନ କରିବ। ସେ ବ୍ୟକ୍ତିଗତ ଭାବେ କମ୍ପାନୀର ଏହି ଯୋଗଦାନ ସହ ସମାନ ପରିମାଣର ସେୟାର ଦେବେ ବୋଲି କହିଛନ୍ତି।
ତେବେ ମସ୍କଙ୍କ ବ୍ୟକ୍ତିଗତ ସେୟାର ଦାନ ମଧ୍ୟ ‘ଟ୍ରମ୍ପ୍‌ ଆକାଉଣ୍ଟ’ ସହ ସଂଯୁକ୍ତ ହେବ କି ନାହିଁ କିମ୍ବା ଏହି ସେୟାରଗୁଡ଼ିକର ବିକ୍ରୟ ଉପରେ କୌଣସି ‘ଲକ୍‌-ଅପ୍‌ ପିରିୟଡ’ ଲାଗୁ ହେବ କି ନାହିଁ, ସେ ନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
‘ଟ୍ରମ୍ପ ଆକାଉଣ୍ଟ’ ହେଉଛି ଟିକସ-ସୁବିଧାଯୁକ୍ତ ନିବେଶ ଖାତା, ଯାହା ଆମେରିକୀୟ ଶିଶୁମାନଙ୍କୁ ଦୀର୍ଘମିଆଦୀ ସଞ୍ଚୟ ଗଠନ କରିବାରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ୯୦ ବର୍ଷର ପୁରାତନ ବିଦ୍ୟାଳୟ: ଭଙ୍ଗା ଦଦରା ଗୃହ, ନାହିଁ ଗେଟ୍‌-ପାଚେରି

ବାଙ୍କୀ,୨୭।୧୧(ଶୁଭେନ୍ଦୁ ମହାପାତ୍ର):ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଫଳପ୍ରଦ ହେଉନାହିଁ। ବାଙ୍କୀ ବ୍ଲକ ଶିକ୍ଷା…

ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ):କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି। ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ…

ନେଟଫ୍ଲିକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ, ଭାରତରେ ପାକିସ୍ତାନୀ ଓ୍ବେବସିରିଜ୍ ମନା

ନୂଆଦିଲ୍ଲୀ,୨୭।୧୧(ପି.ଟି.): ନେଟ୍‌ଫ୍ଲିକ୍ସର ପ୍ରଥମ ପାକିସ୍ତାନୀ ଶୋ’ ‘ଜୋ ବଚେ ହୈଁ ସଙ୍ଗ ସମେଟ୍‌ ଲୋ’ ଭାରତରେ ରିଲିଜ୍‌୍‌ ହେବା ସମ୍ଭାବନାକୁ ନେଇ ଏକାଧିକ ଅଭିଯୋଗ ମିଳିବା ପରେ…

ପଡିଆରେ ରାଗିକି ପଞ୍ଚମ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ: କଲେ ଏମିତି କାମ,ଦେଖନ୍ତୁ VIDEO

ଦୋହା,୨୭।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ସେମିଫାଇନାଲରେ ଭାରତ-ଏକୁ ୮ ଉଇକେଟ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଶ୍ରୀଲଙ୍କା-ଏ। ମ୍ୟାଚ୍‌ରେ ଏକ LBW ଅପିଲ୍କୁ ଅମ୍ପାୟାର…

ଦ୍ୱିତୀୟ ଟେଷ୍ଟର ପ୍ଲେଇଂ ଇଲେଭେନ୍‌ରେ ବଡ଼ ପରିବର୍ତ୍ତନ, ବାଦ୍ ପଡିଲେ ଏହି ୨ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଦ୍ୱିତୀୟ…

ଚନ୍ଦ୍ରଶେଖରନ୍‌ଙ୍କ ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲା ଟାଟା ଟ୍ରଷ୍ଟ

ମୁମ୍ବାଇ,୨୭।୧୧(ପି.ଟି.): ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ତୃତୀୟ ୫ ବର୍ଷିଆ କାର୍ଯ୍ୟକାଳ ପାଇଁ ଦିଆଯାଇଥିବା ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇ ‘ସାର୍‌ ଦୋରାବଜୀ…

ଭାରତକୁ ହରାଇ ଫାଇନାଲରେ ଶ୍ରୀଲଙ୍କା

ଦୋହା,୨୬ା୧୧: ଏସିସି ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କା-ଏ’ ୮ ଉଇକେଟରେ ଭାରତ-ଏ’କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଭାରତ-ଏ’…

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଆୟୋଜନ କରିବ ଏକ ଉଚ୍ଚସ୍ତରୀୟ ବୈଠକ; ଏଥିରେ ରହିବେ ମୋଦି, ଶାହା, ନଡ୍ଡା

ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୨୭ ଏବଂ ୨୮ ତାରିଖରେ ଦିଲ୍ଲୀସ୍ଥିତ ପୁସା (Pusa) ପରିସରରେ ଭାଜପାର ଜାତୀୟ ପଦାଧିକାରୀମାନଙ୍କର ଏକ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?