Posted inTrending, ଖେଳ

IPL ମିନି ଅକ୍ସନ୍‌ରେ ବାପା-ପୁଅ ଯୋଡ଼ି: ଜାଣନ୍ତୁ ଉଭୟଙ୍କ ବୟସ ମଧ୍ୟରେ କେତେ ଅଛି ପାର୍ଥକ୍ୟ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ଡିସେମ୍ବର ୧୬, ୨୦୨୬ରେ ଗୋଆରେ ମିନି ଅକ୍ସନ ଅନୁଷ୍ଠିତ ହେବ। ଏହି ନିଲାମ ପାଇଁ ଆଇପିଏଲ ପକ୍ଷରୁ ଖେଳାଳିଙ୍କ ତାଲିକା ଜାରି ହୋଇଥିବା ଦାବି କରାଯାଇଛି। ତାଲିକାରେ ମୋଟ ୧,୨୨୦ ଜଣ ଖେଳାଳିଙ୍କ ନାମ ରହିଛି। ଏଥର ନିଲାମରେ ଏକ ଆକର୍ଷଣୀୟ ବାପା-ପୁଅ ଯୋଡ଼ି ମଧ୍ୟ ନଜର ଆସିବେ। ଏହି ଯୋଡ଼ି ହେଉଛନ୍ତି ଆଫଗାନିସ୍ତାନର ଅଭିଜ୍ଞ ଅଲ୍‌ରାଉଣ୍ଡର ମହମ୍ମଦ ନବୀ ଏବଂ ତାଙ୍କ ପୁଅ ହସନ ଇସାଖିଲ।

ନବୀ ଅନ୍ତର୍ଜାତୀୟ କ୍ରିକେଟ ସହ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍‌ରେ ଖେଳିଛନ୍ତି। ଆଇପିଏଲ୍‌ରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। ୨୦୧୭ରୁ ୨୦୨୪ ମଧ୍ୟରେ ସେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ଅନ୍ୟପଟେ ତାଙ୍କ ପୁଅ ହସନ ପ୍ରଥମଥର ପାଇଁ ଆଇପିଏଲ ଅକ୍ସନରେ ନାମ ପଞ୍ଜୀକରଣ କରିଛନ୍ତି।

ମହମ୍ମଦ ନବୀ ଓ ତାଙ୍କ ପୁଅ ହସନଙ୍କ ମଧ୍ୟରେ ବୟସରେ ୨୧ ବର୍ଷର ଫରକ ରହିଛି। ନବୀଙ୍କ ବୟସ ୪୧ ବର୍ଷ। ୨୦୨୭ ଜାନୁଆରୀ ୧ ତାରିଖରେ ସେ ୪୨ ବର୍ଷରେ ପଦାର୍ପଣ କରିବେ। ସେହିପରି ହସନଙ୍କ ବୟସ ୨୦ ବର୍ଷ। ୨୦୨୭ ଜୁଲାଇ ୨୮ ତାରିଖରେ ସେ ୨୧ ବର୍ଷରେ ପହଞ୍ଚିବେ। ବୟସ ଭଳି ଉଭୟଙ୍କ ମୂଳ ମୂଲ୍ୟ ବା ବେସ ପ୍ରାଇସ୍‌ରେ ମଧ୍ୟ ପାର୍ଥକ୍ୟ ରହିଛି। ମହମ୍ମଦ ନବୀ ନିଜର ବେସ ପ୍ରାଇସ ୧ କୋଟି ଟଙ୍କା ରଖିଥିବା ବେଳେ ହସନ ଇସାଖିଲଙ୍କ ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ରହିଛି। ଅର୍ଥାତ୍‌ ବାପାଙ୍କ ବେସ ପ୍ରାଇସ ପୁଅଙ୍କ ତୁଳନାରେ ୨୫ ଲକ୍ଷ ଟଙ୍କା ଅଧିକ।

ଅନ୍ତର୍ଜାତୀୟ କ୍ରିକେଟ ଅଭିଜ୍ଞତା ଦୃଷ୍ଟିରୁ ବାପା ଓ ପୁଅଙ୍କ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି। ମହମ୍ମଦ ନବୀ ୨୦୦୯ରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ୩ଟି ଟେଷ୍ଟ, ୧୮୧ଟି ଦିନିକିଆ ଓ ୧୫୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ବ୍ୟାଟିଂ କରି ୩୩ ରନ କରିଥିବା ବେଳେ ବୋଲିଂରେ ୮ଟି ଉଇକେଟ ନେଇଛନ୍ତି। ଦିନିକିଆରେ ୧୫୭ଟି ଇନିଂସ୍‌ରୁ ୩,୮୦୧ ରନ କରିବା ସହ ୧୮୧ଟି ଉଇକେଟ ହାସଲ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ୧୪୩ଟି ଇନିଂସ୍‌ରୁ ୨,୫୦୯ ରନ କରିଥିବା ବେଳେ ୧୪୧ଟି ଇନିଂସ୍‌ରେ ବୋଲିଂ କରି ୧୧୧ଟି ଉଇକେଟ ନେଇଛନ୍ତି।

ଅନ୍ୟପଟେ ହସନ ଇସାଖିଲ ଏପର୍ଯ୍ୟନ୍ତ ମାତ୍ର ୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏହି ଦୁଇଟି ମ୍ୟାଚ୍‌ରେ ବ୍ୟାଟିଂ କରି ସେ ମୋଟ ୩ ରନ କରିଛନ୍ତି। ୨୦୨୬ ସେପ୍ଟେମ୍ବରରେ ଏସୀୟ କ୍ରୀଡ଼ାରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଏବେ ଆଇପିଏଲ ୨୦୨୭ ମିନି ଅକ୍ସନରେ ଅଭିଜ୍ଞ ମହମ୍ମଦ ନବୀଙ୍କ ସହ ତାଙ୍କ ପୁଅ ହସନଙ୍କ ଭାଗ୍ୟ କେଉଁ ଦଳରେ ଖୋଲୁଛି, ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଅଖିଳେଶ ଯାଦବ ଆଗକୁ ଯାଇ ଆହୁରି ବହୁତ କିଛି ହେବେ, ଏପରିକି ମୁଖ୍ୟମନ୍ତ୍ରୀ ପଦଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ଯିବେ’, ଆଜମ ଖାନ

ଲକ୍ଷ୍ନୌ,୨୬।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଅଖିଳେଶ…

ନିଲାମୀ ପୂର୍ବରୁ ମହମ୍ମଦ ଆଜହରୁଦ୍ଦିନଙ୍କ ଧମାକା: ୫୭ ବଲ୍‌ରେ କଲେ କମାଲ୍‌

ନୂଆଦିଲ୍ଲୀ,୨୬।୧୧: ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଚମତ୍କାର ବ୍ୟାଟିଂ କରିଛନ୍ତି କେରଳର ଓପନର ମହମ୍ମଦ ଆଜହରୁଦ୍ଦିନ। ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୫୭ଟି…

ମହିଳା ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼, ଆତ୍ମାହୁତି ଧମକ

କଟକ ସଦର,୨୬ା୧୧(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଗତି ରାଉତ ପାଟଣା ସରପଞ୍ଚଙ୍କ ଘର ଉପରକୁ ମଙ୍ଗଳବାର ରାତିରେ ବୋମାମାଡ଼ ହୋଇଥିବା ଥାନାରେ ଅଭିଯୋଗ…

ପିଲାମାନେ ଟ୍ୟାବଲେଟ ବଦଳରେ ଏବେ ଖାତା ପେନସିଲରେ ପଢିବେ ପାଠ, ବଦଳିଲା କରୋନା ପରର ନିୟମ!

ଓସଲେ,୨୬।୧୧: ନରୱେ, ଯେଉଁ ଦେଶ ଦିନେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିଲା, ବର୍ତ୍ତମାନ ସେ ନିଜର ଏହି ପନ୍ଥା ଉପରେ ପୁନବିର୍ଚାର କରୁଛି। ଜଣେ ଶିକ୍ଷକ, ଯିଏ…

ଦ୍ୱିତୀୟ ଟେଷ୍ଟ ମଧ୍ୟ ମିସ କରିପାରନ୍ତି ମହମ୍ମଦ ସିରାଜ! ଗମୋର୍ନେ ମର୍କେଲ ଦେଲେ ଏମିତି ସଙ୍କେତ

ନୂଆଦିଲ୍ଲୀ,୨୬।୧୧: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପରକୁ ଭେଟିବେ। ପ୍ରଥମ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରୁ ଦ୍ରୁତ ବୋଲର…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ବିଜୟର ‘ଛକା’ ମାରିଲା ମୁମ୍ବାଇ , କଲା ୮୬ ରନର ଏକ ଚମତ୍କାର ବିଜୟ

ନୂଆଦିଲ୍ଲୀ,୨୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଏକ ‘ଛକା’ ମାରିଛି। ଅର୍ଥାତ ସେମାନେ ନିଜର ଷଷ୍ଠ ବିଜୟ ହାସଲ କରିଛନ୍ତି। ଗୁରୁବାର ସୟଦ ମୁସ୍ତାକ ଅଲି ଟ୍ରଫିରେ,…

ଚିପ୍ସ-ବିସ୍କୁଟ୍‌ ପ୍ୟାକେଟ୍‌ରେ ଲାଗିବ ଲାଲ୍‌ ଚେତାବନୀ ଚିହ୍ନ, ଚିନି-ଲୁଣ-ଫ୍ୟାଟ୍‌ ଅଧିକ ଥିଲେ ଗ୍ରାହକଙ୍କୁ ମିଳିବ ସୂଚନା

ନୂଆଦିଲ୍ଲୀ,୨୬।୧୧: ବଜାରରୁ ଚିପ୍ସ, ବିସ୍କୁଟ୍‌ କିମ୍ବା ଅନ୍ୟ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ଏଣିକି ପ୍ୟାକେଟ୍‌ ପଛପଟେ ଲେଖା ଛୋଟ ଅକ୍ଷର ପଢ଼ିବାକୁ ପଡ଼ିବନି ।…

IPL 2027: ରୋହିତ ଶର୍ମା ହେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଚର୍ଚ୍ଚା ସୃଷ୍ଟି କରିଛି ଏକ ରହସ୍ୟମୟ ପୋଷ୍ଟ; ପ୍ରଶଂସକ ଦ୍ୱନ୍ଦ୍ୱରେ

ନୂଆଦିଲ୍ଲୀ,୨୬।୧୧: IPL 2027ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କିଏ ହେବେ, ସେ ନେଇ ରହିଥିବା ରହସ୍ୟ ଏବେ ମଧ୍ୟ ଜାରି ରହିଛି। ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା ବିଦାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?