Posted inTrending, ଖେଳ

ନିଲାମୀ ପୂର୍ବରୁ ମହମ୍ମଦ ଆଜହରୁଦ୍ଦିନଙ୍କ ଧମାକା: ୫୭ ବଲ୍‌ରେ କଲେ କମାଲ୍‌

ନୂଆଦିଲ୍ଲୀ,୨୬।୧୧: ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଚମତ୍କାର ବ୍ୟାଟିଂ କରିଛନ୍ତି କେରଳର ଓପନର ମହମ୍ମଦ ଆଜହରୁଦ୍ଦିନ। ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୫୭ଟି ବଲ୍‌ରୁ ଶତକ ହାସଲ କରିଛନ୍ତି। ତାଙ୍କ ବିସ୍ଫୋରକ ଇନିଂସ ଯୋଗୁ କେରଳର ସ୍କୋର ଦ୍ରୁତଗତିରେ ଆଗକୁ ବଢ଼ିଥିଲା। ଟସ ଜିତି କେରଳ ପକ୍ଷରୁ ଇନିଂସ ଆରମ୍ଭ କରିଥିବା ଆଜହରୁଦ୍ଦିନ ୫୭ଟି ବଲ୍‌ର ସାମ୍ନା କରି ୧୭୭.୧୯ ଷ୍ଟ୍ରାଇକ ରେଟ୍‌ରେ ୧୦୧ ରନ କରିଥିଲେ। ତାଙ୍କ ଇନିଂସ୍‌ରେ ୮ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ଆଜହରୁଦ୍ଦିନଙ୍କ ଏହି ଆକ୍ରମଣାତ୍ମକ ଇନିଂସ୍‌ର ଅନ୍ତ ଘଟାଇଥିଲେ ହିମାଚଳ ପ୍ରଦେଶର ବୋଲର ଆର୍ଯ୍ୟମନ ସିଂହ। ମ୍ୟାଚ୍‌ର ୧୯ତମ ଓଭର ବୋଲିଂ କରିବାକୁ ଆସିଥିବା ଆର୍ଯ୍ୟମନ ଦ୍ୱିତୀୟ ବଲ୍‌ରେ ଆଜହରୁଦ୍ଦିନଙ୍କୁ ବୋଲ୍ଡ କରିଥିଲେ। ସେ ଆଉଟ ହେବା ବେଳକୁ କେରଳ ୧୮.୨ ଓଭରରେ ୪ଟି ଉଇକେଟ ହରାଇ ୨୩୦ ରନ କରିଥିଲା। ଦଳ ପକ୍ଷରୁ ଚତୁର୍ଥ ବ୍ୟାଟର ଭାବେ ଆଜହରୁଦ୍ଦିନ ପ୍ୟାଭିଲିୟନ ଫେରିଥିଲେ।

ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଆଜହରୁଦ୍ଦିନଙ୍କ ବ୍ୟାଟ୍‌ରୁ କ୍ରମାଗତ ଭାବେ ବଡ଼ ସ୍କୋର ଦେଖିବାକୁ ମିଳୁଛି। ଗତ ୩ଟି ଇନିଂସ୍‌ରେ ସେ ମୋଟ ୨୭୨ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି। ହିମାଚଳ ପ୍ରଦେଶ ବିପକ୍ଷରେ ଶତକ ହାସଲ କରିବା ପୂର୍ବରୁ ସେ ଆସାମ ବିପକ୍ଷରେ ଅପରାଜିତ ୯୩ ରନ ଏବଂ ପୁଡୁଚେରୀ ବିପକ୍ଷରେ ୭୮ ରନର ଇନିଂସ ଖେଳିଥିଲେ। ତାଙ୍କର ଏହି ଲଗାତାର ଭଲ ପ୍ରଦର୍ଶନ କେରଳ ଦଳ ପାଇଁ ଏକ ବଡ଼ ଶକ୍ତି ହୋଇଛି।

ଘରୋଇ କ୍ରିକେଟ୍‌ରେ ଅଜହରୁଦ୍ଦିନଙ୍କ ଏଭଳି ଦମ୍‌ଦାର ଫର୍ମ ଆଗାମୀ ଆଇପିଏଲ ନିଲାମରେ ତାଙ୍କ ଚାହିଦା ବଢ଼ାଇପାରେ। ସେ କେବଳ ଜଣେ ଆକ୍ରମଣାତ୍ମକ ବ୍ୟାଟର ନୁହନ୍ତି, ବରଂ ଜଣେ ଦକ୍ଷ ଉଇକେଟ୍‌କିପର ମଧ୍ୟ। ଓପନିଂ ବ୍ୟାଟିଂ ସହ ଉଇକେଟ୍‌କିପିଂ କରିବାର କ୍ଷମତା ତାଙ୍କୁ ଫ୍ରାଞ୍ଚାଇଜ ଦଳଗୁଡ଼ିକ ପାଇଁ ଏକ ଆକର୍ଷଣୀୟ ବିକଳ୍ପ କରିପାରେ। ତେଣୁ ଆଗାମୀ ନିଲାମରେ ତାଙ୍କ ଉପରେ ବଡ଼ ବୋଲି ଲାଗିବାର ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ଓଡ଼ିଆ ଅସ୍ମିତାର ସ୍ବର: ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ସାରସ୍ବତ ଆସର

କୋରାପୁଟ,୨୬।୧୧(ଅମିତାଭ ବେହେରା): ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅନୁରାଗ ବୃଦ୍ଧି ସହ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କୋଟିଆଠାରେ…

‘ଅଖିଳେଶ ଯାଦବ ଆଗକୁ ଯାଇ ଆହୁରି ବହୁତ କିଛି ହେବେ, ଏପରିକି ମୁଖ୍ୟମନ୍ତ୍ରୀ ପଦଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ଯିବେ’, ଆଜମ ଖାନ

ଲକ୍ଷ୍ନୌ,୨୬।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଅଖିଳେଶ…

ମହିଳା ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼, ଆତ୍ମାହୁତି ଧମକ

କଟକ ସଦର,୨୬ା୧୧(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଗତି ରାଉତ ପାଟଣା ସରପଞ୍ଚଙ୍କ ଘର ଉପରକୁ ମଙ୍ଗଳବାର ରାତିରେ ବୋମାମାଡ଼ ହୋଇଥିବା ଥାନାରେ ଅଭିଯୋଗ…

IPL ମିନି ଅକ୍ସନ୍‌ରେ ବାପା-ପୁଅ ଯୋଡ଼ି: ଜାଣନ୍ତୁ ଉଭୟଙ୍କ ବୟସ ମଧ୍ୟରେ କେତେ ଅଛି ପାର୍ଥକ୍ୟ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ଡିସେମ୍ବର ୧୬, ୨୦୨୬ରେ ଗୋଆରେ ମିନି ଅକ୍ସନ ଅନୁଷ୍ଠିତ ହେବ। ଏହି ନିଲାମ ପାଇଁ ଆଇପିଏଲ ପକ୍ଷରୁ ଖେଳାଳିଙ୍କ ତାଲିକା…

ପିଲାମାନେ ଟ୍ୟାବଲେଟ ବଦଳରେ ଏବେ ଖାତା ପେନସିଲରେ ପଢିବେ ପାଠ, ବଦଳିଲା କରୋନା ପରର ନିୟମ!

ଓସଲେ,୨୬।୧୧: ନରୱେ, ଯେଉଁ ଦେଶ ଦିନେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିଲା, ବର୍ତ୍ତମାନ ସେ ନିଜର ଏହି ପନ୍ଥା ଉପରେ ପୁନବିର୍ଚାର କରୁଛି। ଜଣେ ଶିକ୍ଷକ, ଯିଏ…

ଦ୍ୱିତୀୟ ଟେଷ୍ଟ ମଧ୍ୟ ମିସ କରିପାରନ୍ତି ମହମ୍ମଦ ସିରାଜ! ଗମୋର୍ନେ ମର୍କେଲ ଦେଲେ ଏମିତି ସଙ୍କେତ

ନୂଆଦିଲ୍ଲୀ,୨୬।୧୧: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପରକୁ ଭେଟିବେ। ପ୍ରଥମ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରୁ ଦ୍ରୁତ ବୋଲର…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ବିଜୟର ‘ଛକା’ ମାରିଲା ମୁମ୍ବାଇ , କଲା ୮୬ ରନର ଏକ ଚମତ୍କାର ବିଜୟ

ନୂଆଦିଲ୍ଲୀ,୨୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଏକ ‘ଛକା’ ମାରିଛି। ଅର୍ଥାତ ସେମାନେ ନିଜର ଷଷ୍ଠ ବିଜୟ ହାସଲ କରିଛନ୍ତି। ଗୁରୁବାର ସୟଦ ମୁସ୍ତାକ ଅଲି ଟ୍ରଫିରେ,…

ଚିପ୍ସ-ବିସ୍କୁଟ୍‌ ପ୍ୟାକେଟ୍‌ରେ ଲାଗିବ ଲାଲ୍‌ ଚେତାବନୀ ଚିହ୍ନ, ଚିନି-ଲୁଣ-ଫ୍ୟାଟ୍‌ ଅଧିକ ଥିଲେ ଗ୍ରାହକଙ୍କୁ ମିଳିବ ସୂଚନା

ନୂଆଦିଲ୍ଲୀ,୨୬।୧୧: ବଜାରରୁ ଚିପ୍ସ, ବିସ୍କୁଟ୍‌ କିମ୍ବା ଅନ୍ୟ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ଏଣିକି ପ୍ୟାକେଟ୍‌ ପଛପଟେ ଲେଖା ଛୋଟ ଅକ୍ଷର ପଢ଼ିବାକୁ ପଡ଼ିବନି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?