ଚନ୍ଦ୍ରଶେଖରନ୍‌ଙ୍କ ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲା ଟାଟା ଟ୍ରଷ୍ଟ

ମୁମ୍ବାଇ,୨୭।୧୧(ପି.ଟି.): ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ତୃତୀୟ ୫ ବର୍ଷିଆ କାର୍ଯ୍ୟକାଳ ପାଇଁ ଦିଆଯାଇଥିବା ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇ ‘ସାର୍‌ ଦୋରାବଜୀ ଟାଟା ଟ୍ରଷ୍ଟ’ (ଏସ୍‌ଡିଟିଟି) ଏବଂ ‘ଆର୍‌.ଡି. ଟାଟା ଟ୍ରଷ୍ଟ’ (ଆର୍‌ଡିଟିଟି) ପକ୍ଷରୁ ଗୁରୁବାର ବମ୍ବେ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ଟାଟା ସନ୍ସ ଏବଂ ଏହାର ୬ ଜଣ ନିର୍ଦ୍ଦେଶକଙ୍କ ବିରୋଧରେ ଦାଏର ହୋଇଥିବା ଏହି ମାମଲାଗୁଡ଼ିକରେ ଏସ୍‌ଡିଟିଟି ପକ୍ଷରୁ ୫୦ କୋଟି ଟଙ୍କା ଏବଂ ଆର୍‌ଡିଟିଟି ପକ୍ଷରୁ ୧୫ କୋଟି ଟଙ୍କାର କ୍ଷତିପୂରଣ ସହ ବାର୍ଷିକ ୧୮ ପ୍ରତିଶତ ସୁଧ ଦାବି କରାଯାଇଛି। ହାଇକୋର୍ଟ ଶୁକ୍ରବାର ଏହି ଆବେଦନଗୁଡ଼ିକର ଶୁଣାଣି କରିବେ।
ଆବେଦନଗୁଡ଼ିକ ଅନୁଯାୟୀ, କମ୍ପାନୀର ‘ଆର୍ଟିକିଲ୍ସ ଅଫ୍‌ ଆସୋସିଏଶନ’ (ଏଓଏ)ର ଧାରା ୧୨୧ ଅନୁଯାୟୀ ଆବଶ୍ୟକ ସକାରାତ୍ମକ ଭୋଟ ମିଳି ନ ଥିବାରୁ ଗତ ସେପ୍ଟେମ୍ବର ୧୭ରେ ଚନ୍ଦ୍ରଶେଖରନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଟାଟା ସନ୍ସ ବୋର୍ଡ ନେଇଥିବା ପ୍ରସ୍ତାବ ଅବୈଧ। ଦୁଇ ଟ୍ରଷ୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଜନକ ଦ୍ୱାରକାଦାସ ଗୁରୁବାର ଜଷ୍ଟିସ୍‌ ଆରିଫ୍‌ ଡକ୍ଟରଙ୍କ ଏକକ ଖଣ୍ଡପୀଠରେ ଜରୁରୀ ଶୁଣାଣି ପାଇଁ ମାମଲା ଉଲ୍ଲେଖ କରିଥିଲେ। ତେବେ ଜଷ୍ଟିସ ଡକ୍ଟର କୌଣସି କାରଣ ନ ଦର୍ଶାଇ ନିଜକୁ ଏହି ମାମଲାରୁ ଅଲଗା କରିନେବା ପରେ ବିକଳ୍ପ ଖଣ୍ଡପୀଠରେ ବସିଥିବା ଜଷ୍ଟିସ ଅଭୟ ଆହୁଜାଙ୍କ ନିକଟରେ ଏହା ଉପସ୍ଥାପନ କରାଯାଇଥିଲା। ନଭେମ୍ବର ୩୦ରେ ହେବାକୁ ଥିବା ଟାଟା ସନ୍ସ ବୋର୍ଡ ବୈଠକ ପୂର୍ବରୁ ଶୁଣାଣି ଜରୁରୀ ବୋଲି ଦ୍ୱାରକାଦାସ କୋର୍ଟଙ୍କୁ ଜଣାଇବା ପରେ ଜଷ୍ଟିସ ଆହୁଜା ଶୁକ୍ରବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
ଆବେଦନରେ ନଭେମ୍ବର ୩୦ ବୋର୍ଡ ବୈଠକ ଉପରେ ସ୍ଥଗିତାଦେଶ ମଗାଯାଇ ନାହିଁ, ବରଂ ମନୋନୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ମତଭେଦ ହେଲେ ଟାଟା ସନ୍ସ ଅଧ୍ୟକ୍ଷ ଯେପରି ତାଙ୍କର ନିର୍ଣ୍ଣାୟକ ଭୋଟ ପ୍ରୟୋଗ ନ କରନ୍ତି, ସେଥିପାଇଁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଟାଟା ସନ୍ସ ଏଓଏର ଧାରା ୧୨୧ ଅନୁଯାୟୀ, ଯେଉଁ କ୍ଷେତ୍ରରେ ଟ୍ରଷ୍ଟିମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସକାରାତ୍ମକ ଭୋଟ ଆବଶ୍ୟକ ଥାଏ, ସେଠାରେ ବୋର୍ଡ ବୈଠକର ଅଧ୍ୟକ୍ଷ ନିର୍ଣ୍ଣାୟକ ଭୋଟ ବ୍ୟବହାର କରିପାରିବେ ନାହିଁ ବୋଲି ମାମଲାରେ ଦର୍ଶାଯାଇଛି। ସେପ୍ଟେମ୍ବର ୧୭ର ନିଷ୍ପତ୍ତି ଆର୍ଟିକିଲ୍ସ ଅଫ୍‌ ଆସୋସିଏଶନର ପରିସର ବାହାରେ ଏବଂ ଏହା ଅବୈଧ ଓ ବେଆଇନ ବୋଲି କୁହାଯାଇଛି।
ସେପ୍ଟେମ୍ବର ୧୭ ପରଠାରୁ ପଠାଯାଇଥିବା ପତ୍ରଗୁଡ଼ିକର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ବୁଧବାର ରାତିରେ ଦୁଇ ଟ୍ରଷ୍ଟ ଭୋଟ ମାଧ୍ୟମରେ ହାଇକୋର୍ଟ ଯିବାକୁ ପ୍ରସ୍ତାବ ପାରିତ କରିଥିଲେ। ନୋଏଲ ଟାଟାଙ୍କ ଅଧ୍ୟକ୍ଷତାରେ ଥିବା ଟାଟା ଟ୍ରଷ୍ଟ ପାଖରେ ଟାଟା ସନ୍ସର ପ୍ରାୟ ୬୬ ପ୍ରତିଶତ ଅଂଶଧନ ରହିଛି। ସେପ୍ଟେମ୍ବର ୧୭ ପ୍ରସ୍ତାବକୁ କାର୍ଯ୍ୟକାରୀ ନ କରିବା ପାଇଁ ଟାଟା ସନ୍ସ, ଏହାର ନିର୍ଦ୍ଦେଶକ ଓ ଅଧିକାରୀଙ୍କ ବିରୋଧରେ ସ୍ଥାୟୀ ନିଷେଧାଜ୍ଞା ଜାରି କରିବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ, ଟାଟା ସନ୍ସ ବୋର୍ଡରେ ଟ୍ରଷ୍ଟର ଦୁଇ ଜଣ ମନୋନୀତ ନିର୍ଦ୍ଦେଶକ ନୋଏଲ ଟାଟା ଏବଂ ବେଣୁ ଶ୍ରୀନିବାସନ ଅଛନ୍ତି। ସେପ୍ଟେମ୍ବର ୧୭ ବୈଠକରେ ନୋଏଲ ଟାଟା ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତି ବିରୋଧରେ ଭୋଟ ଦେଇଥିବା ବେଳେ ବେଣୁ ଶ୍ରୀନିବାସନ ଏହାକୁ ସମର୍ଥନ କରିଥିଲେ। ଟ୍ରଷ୍ଟର ଯୁକ୍ତି ଅନୁଯାୟୀ, ଏଓଏ ନିୟମ ମୁତାବକ ବୋର୍ଡର କୌଣସି ନିଷ୍ପତ୍ତି କେବଳ ନିର୍ଦ୍ଦେଶକମାନଙ୍କ ସଂଖ୍ୟା ଗଣନା ଉପରେ ନିର୍ଭର କରେ ନାହିଁ, ବରଂ ଟ୍ରଷ୍ଟ ଦ୍ୱାରା ମନୋନୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅତି କମ୍‌ରେ ଅଧିକାଂଶଙ୍କ ସମର୍ଥନ ପାଇବା ବାଧ୍ୟତାମୂଳକ। ତେଣୁ ଉଭୟ ମନୋନୀତ ନିର୍ଦ୍ଦେଶକଙ୍କ ସମର୍ଥନ ଆବଶ୍ୟକ ଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନେଟଫ୍ଲିକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ, ଭାରତରେ ପାକିସ୍ତାନୀ ଓ୍ବେବସିରିଜ୍ ମନା

ନୂଆଦିଲ୍ଲୀ,୨୭।୧୧(ପି.ଟି.): ନେଟ୍‌ଫ୍ଲିକ୍ସର ପ୍ରଥମ ପାକିସ୍ତାନୀ ଶୋ’ ‘ଜୋ ବଚେ ହୈଁ ସଙ୍ଗ ସମେଟ୍‌ ଲୋ’ ଭାରତରେ ରିଲିଜ୍‌୍‌ ହେବା ସମ୍ଭାବନାକୁ ନେଇ ଏକାଧିକ ଅଭିଯୋଗ ମିଳିବା ପରେ…

ପଡିଆରେ ରାଗିକି ପଞ୍ଚମ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ: କଲେ ଏମିତି କାମ,ଦେଖନ୍ତୁ VIDEO

ଦୋହା,୨୭।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ସେମିଫାଇନାଲରେ ଭାରତ-ଏକୁ ୮ ଉଇକେଟ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଶ୍ରୀଲଙ୍କା-ଏ। ମ୍ୟାଚ୍‌ରେ ଏକ LBW ଅପିଲ୍କୁ ଅମ୍ପାୟାର…

ଦ୍ୱିତୀୟ ଟେଷ୍ଟର ପ୍ଲେଇଂ ଇଲେଭେନ୍‌ରେ ବଡ଼ ପରିବର୍ତ୍ତନ, ବାଦ୍ ପଡିଲେ ଏହି ୨ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଦ୍ୱିତୀୟ…

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଆୟୋଜନ କରିବ ଏକ ଉଚ୍ଚସ୍ତରୀୟ ବୈଠକ; ଏଥିରେ ରହିବେ ମୋଦି, ଶାହା, ନଡ୍ଡା

ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୨୭ ଏବଂ ୨୮ ତାରିଖରେ ଦିଲ୍ଲୀସ୍ଥିତ ପୁସା (Pusa) ପରିସରରେ ଭାଜପାର ଜାତୀୟ ପଦାଧିକାରୀମାନଙ୍କର ଏକ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ଏହି…

ଲଗାତାର Playing 11ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ମିଳିବାରୁ ବିଶେଷଜ୍ଞଙ୍କ କଡ଼ା ସମାଲୋଚନା; ଗମ୍ଭୀରଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ (IPL) ରେ ଚମତ୍କାର ପ୍ରଦର୍ଶନ କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି। ସେ ଭାରତ ପାଇଁ ଟି-୨୦…

ରିଲ୍ସ ନିଶା ନେଲା ମେଡିକାଲ ଛାତ୍ରଙ୍କ ଜୀବନ: ମଗରମୁହାଁ ଝରଣା ପାହାଡ଼ରୁ ଖସି ମୃତ୍ୟୁ, ବାନ୍ଧବୀ ଫେରାର

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ନିକଟ ଘାଟି ରାସ୍ତା କଡ଼ରେ…

ନଭେମ୍ବର ୩୦ରେ ଲୋକ ସଭା, ଡିସେମ୍ବର ୨ ରାଜ୍ୟ ସଭା, ପୁଣିଥରେ ସଂସଦ ଅଧିବେଶନ ଡାକିଲେ ମୋଦି ସରକାର

ନୂଆଦିଲ୍ଲୀ,୨୬।୧୧: କେନ୍ଦ୍ର ସରକାର ଲୋକ ସଭା ବାଚସ୍ପତି ଏବଂ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ସଂସଦର ଉଭୟ ଗୃହର ଅଧିବେଶନ ପୁନର୍ବାର ଡାକିବା ପାଇଁ ଅନୁରୋଧ କରିଛନ୍ତି। ପ୍ରସ୍ତାବ…

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗ: ବୈଶିଙ୍ଗାରେ ୨୬ ବର୍ଷୀୟ ଯୁବକ ଗିରଫ, କୋର୍ଟ ଚାଲାଣ

ବୈଶିଙ୍ଗା, ୨୬।୧୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?