Posted inTrending, ଖେଳ

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଜୟଦେବ ଉନାଦକତ୍‌: ଭାଙ୍ଗିଲା ୬ ବର୍ଷ ପୁରୁଣା ବିଶ୍ୱରେକର୍ଡ

ଇନ୍ଦୋର,୨୭।୧୧:ଭାରତୀୟ କ୍ରିକେଟ୍‌ର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ନୂଆ ଇତିହାସ ରଚିଛନ୍ତି ସୌରାଷ୍ଟ୍ରର ଷ୍ଟାର୍‌ ବୋଲର୍‌ ଜୟଦେବ ଉନାଦକତ। ନଭେମ୍ବର ୨୬ରେ ତାମିଲନାଡୁ ବିପକ୍ଷ ମ୍ୟାଚ୍‌ରେ ନମ୍ବର-୧୧ରେ ବ୍ୟାଟିଂ କରି ସେ ୪୦ ରନ୍‌ର ଦମଦାର ପାଳି ଖେଳିଛନ୍ତି। ଏହା ସହିତ ଟି-୨୦ କ୍ରିକେଟ ଇତିହାସରେ ୧୧ ନମ୍ବର ବ୍ୟାଟର୍‌ ଭାବେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ତେବେ ଉନାଦକତଙ୍କ ଏହି ଐତିହାସିକ ପାଳି ସତ୍ତ୍ୱେ ସୌରାଷ୍ଟ୍ର ଦଳ ପରାଜୟରୁ ବର୍ତ୍ତି ପାରିନାହିଁ।

ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ତାମିଲନାଡୁ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୯୨ ରନ କରିଥିଲା। ଜବାବରେ ୧୯୩ ରନ୍‌ର ଲକ୍ଷ୍ୟ ପିଛା କରୁଥିବା ସୌରାଷ୍ଟ୍ର ଦଳ ମାତ୍ର ୯୨ ରନ୍‌ରେ ୯ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଉନାଦକତ। ସେ ଚେତନ ସକାରିଆଙ୍କ ସହ ମିଶି ଦମଦାର ବ୍ୟାଟିଂ କରିଥିଲେ। ଉନାଦକତ ମାତ୍ର ୨୬ଟି ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହ ୪୦ ରନ ସଂଗ୍ରହ କରିଥିଲେ।

ଏହି ପାରି ସହିତ ସେ ଅଷ୍ଟ୍ରେଲିଆର ଡ୍ୟାନି ବ୍ରିଗ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି। ବ୍ରିଗ୍ସ ୨୦୨୦ରେ ବିଗ ବାଶ ଲିଗ୍‌ରେ ଆଡିଲେଡ ଷ୍ଟ୍ରାଇକର୍ସ ପକ୍ଷରୁ ଖେଳି ୧୧ ନମ୍ବରରେ ବ୍ୟାଟିଂ କରି ୩୫ ରନ କରିଥିଲେ। ଏବେ ୪୦ ରନ କରି ଉନାଦକତ ଏହି ୬ ବର୍ଷ ପୁରୁଣା ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। କେବଳ ବ୍ୟକ୍ତିଗତ ରେକର୍ଡ ନୁହେଁ, ଚେତନ ସକାରିଆଙ୍କ ସହ ମିଶି ଉନାଦକତ ଦଶମ ଉଇକେଟରେ ୬୨ ରନ୍‌ର ଭାଗୀଦାରି କରିଥିଲେ। ଟି-୨୦ କ୍ରିକେଟ ଇତିହାସରେ ଦଶମ ଉଇକେଟ୍‌ରେ ଏହା ଯୁଗ୍ମ ଭାବେ ସର୍ବାଧିକ ଭାଗୀଦାରି।

ଏହା ପୂର୍ବରୁ ୨୦୨୧ରେ ପାନାମାର ଖେଙ୍ଗର ଅହିର ଓ ନିକୁଞ୍ଜ ଅହିର ଆର୍ଜେଣ୍ଟିନା ବିପକ୍ଷରେ ଦଶମ ଉଇକେଟ୍‌ ଅପରାଜିତ ୬୨ ରନ୍‌ରେ ଭାଗୀଦାରି କରିଥିଲେ। ଏବେ ଉନାଦକଟ ଓ ଚେତନ ସକାରିଆ ସେହି ରେକର୍ଡର ସମକକ୍ଷ ହୋଇଛନ୍ତି।

ଜୟଦେବ ଉନାଦକତ ଓ ଚେତନ ସକାରିଆଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ସୌରାଷ୍ଟ୍ର ଦଳ ବିଜୟ ହାସଲ କରିପାରି ନ ଥିଲା। ତାମିଲନାଡୁ ଏହି ମ୍ୟାଚକୁ ୩୮ ରନ୍‌ରେ ଜିତିଥିଲା। ଦଳ ପରାସ୍ତ ହୋଇଥିଲେ ମଧ୍ୟ ଉନାଦକତଙ୍କଏହି ଐତିହାସିକ ପାଳି ଟି-୨୦ କ୍ରିକେଟ୍‌ରେ ଦୀର୍ଘଦିନ ମନେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ନୂଆ ଗାଇଡ୍‌ଲାଇନ୍‌: କଠିନ ଡ୍ୟୁଟିରୁ ଗର୍ଭବତୀ ପୋଲିସ ଅଫିସରଙ୍କୁ ମିଳିବ ମୁକ୍ତି

ଭୁବନେଶ୍ୱର,୨୭ା୧୧(ତ୍ରିନାଥ ମହାନ୍ତି):ଓଡ଼ିଶା ପୋଲିସର ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ରାତି ପାଟ୍ରୋଲିଂ ଓ କଠିନ…

ଜରାଜୀର୍ଣ୍ଣ ଅବସ୍ଥାରେ ୯୦ ବର୍ଷର ପୁରାତନ ବିଦ୍ୟାଳୟ: ଭଙ୍ଗା ଦଦରା ଗୃହ, ନାହିଁ ଗେଟ୍‌-ପାଚେରି

ବାଙ୍କୀ,୨୭।୧୧(ଶୁଭେନ୍ଦୁ ମହାପାତ୍ର):ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଫଳପ୍ରଦ ହେଉନାହିଁ। ବାଙ୍କୀ ବ୍ଲକ ଶିକ୍ଷା…

ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ମିଳିବ ୨ଟି ଲେଖାଏ ସ୍ପେସ୍‌-ଏକ୍ସ ଶେୟାର

ଓ୍ବାଶିଂଟନ,୨୭ା୧୧: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ସ୍ପେସ୍‌-ଏକ୍ସର ୨ଟି ଲେଖାଏ ସେୟାର ମିଳିବ ବୋଲି କମ୍ପାନୀର ସିଇଓ ଏଲନ୍‌ ମସ୍କ ଗୁରୁବାର ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ସେୟାର…

ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ):କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି। ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ…

ନେଟଫ୍ଲିକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ, ଭାରତରେ ପାକିସ୍ତାନୀ ଓ୍ବେବସିରିଜ୍ ମନା

ନୂଆଦିଲ୍ଲୀ,୨୭।୧୧(ପି.ଟି.): ନେଟ୍‌ଫ୍ଲିକ୍ସର ପ୍ରଥମ ପାକିସ୍ତାନୀ ଶୋ’ ‘ଜୋ ବଚେ ହୈଁ ସଙ୍ଗ ସମେଟ୍‌ ଲୋ’ ଭାରତରେ ରିଲିଜ୍‌୍‌ ହେବା ସମ୍ଭାବନାକୁ ନେଇ ଏକାଧିକ ଅଭିଯୋଗ ମିଳିବା ପରେ…

ପଡିଆରେ ରାଗିକି ପଞ୍ଚମ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ: କଲେ ଏମିତି କାମ,ଦେଖନ୍ତୁ VIDEO

ଦୋହା,୨୭।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ସେମିଫାଇନାଲରେ ଭାରତ-ଏକୁ ୮ ଉଇକେଟ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଶ୍ରୀଲଙ୍କା-ଏ। ମ୍ୟାଚ୍‌ରେ ଏକ LBW ଅପିଲ୍କୁ ଅମ୍ପାୟାର…

ଦ୍ୱିତୀୟ ଟେଷ୍ଟର ପ୍ଲେଇଂ ଇଲେଭେନ୍‌ରେ ବଡ଼ ପରିବର୍ତ୍ତନ, ବାଦ୍ ପଡିଲେ ଏହି ୨ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଦ୍ୱିତୀୟ…

ଚନ୍ଦ୍ରଶେଖରନ୍‌ଙ୍କ ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲା ଟାଟା ଟ୍ରଷ୍ଟ

ମୁମ୍ବାଇ,୨୭।୧୧(ପି.ଟି.): ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ତୃତୀୟ ୫ ବର୍ଷିଆ କାର୍ଯ୍ୟକାଳ ପାଇଁ ଦିଆଯାଇଥିବା ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇ ‘ସାର୍‌ ଦୋରାବଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?