Posted inଜାତୀୟ

ଧର୍ମନିରପେକ୍ଷତା ଭରି ରହିଛି ଆମ ରକ୍ତରେ, କହିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ, ୯।୭ : ଭାରତକୁ ବିଶ୍ୱର ସବୁଠାରୁ ସହନଶୀଳ ଦେଶ ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର କହିଛନ୍ତି ଯେ କୌଣସି ସରକାର କିମ୍ବା ଦଳ ଯୋଗୁଁ ଦେଶରେ ଧର୍ମନିରପେକ୍ଷତା ସୁରକ୍ଷିତ ରହିନାହିଁ। ଏହା ଲୋକଙ୍କ ରକ୍ତରେ ଏବଂ ଏଠାରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ରହିଛି। କିଛି ଲୋକ ଭାରତର ଅଗ୍ରଗତିକୁ ସହଜରେ ଗ୍ରହଣ କରିବାରେ ଅସମର୍ଥ।

ସେ କହିଛନ୍ତି ଯେ ମୌଳିକ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ। ଉପରାଷ୍ଟ୍ରପତି ଆମ ଭାଷା, ଧର୍ମ ଉପରେ ଗର୍ବ କରିବାକୁ ପରାମର୍ଶ ଦେଇଛନ୍ତି। ନୂତନ ଶିକ୍ଷା ନୀତିରେ ମାତୃଭାଷାର ଗୁରୁତ୍ୱକୁ ନେଇ ଖୁସି ବ୍ୟକ୍ତ କରି ନାଇଡୁ କହିଛନ୍ତି ଯେ ସେ ଅନ୍ୟ ଭାଷା ବିରୋଧୀ ନୁହଁନ୍ତି। ସେ କହିଛନ୍ତି, ଆପଣ ଯେତେ ସମ୍ଭବ ଭାଷା ଶିଖନ୍ତୁ, କିନ୍ତୁ ପ୍ରଥମେ ମାତୃଭାଷା ଶିଖନ୍ତୁ। ଲୋକଙ୍କ ମନରେ ଏକ ଭୁଲ ଧାରଣା ଅଛି ଯେ ଯଦି ଆପଣଙ୍କର ଇଂଲିଶ ଶିକ୍ଷା ନଥାଏ, ତେବେ ଆପଣ ଉପରକୁ ଯାଇପାରିବେ ନାହିଁ।

ମାଉଣ୍ଟ କାର୍ମେଲ ପ୍ରତିଷ୍ଠାନର ପ୍ଲାଟିନମ ଜୟନ୍ତୀ ଉତ୍ସବକୁ ସମ୍ବୋଧିତ କରି ସେ ପାଶ୍ଚାତ୍ୟ ଗଣମାଧ୍ୟମକୁ ଭାରତ ବିଷୟରେ ଅନେକ ନକାରାତ୍ମକ କାହାଣୀ ସୃଷ୍ଟି କରିଥିବାର ଅଭିଯୋଗ ସେ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ ପାଶ୍ଚାତ୍ୟ ଗଣମାଧ୍ୟମ ବିଭିନ୍ନ କ୍ଷେତ୍ରରେ ଦେଶ ତଥା ଏହାର ଲୋକମାନଙ୍କ ଦ୍ୱାରା କରାଯାଇଥିବା ସଫଳତାକୁ ଭୁଲି ଯାଇଛନ୍ତି। ଉପରାଷ୍ଟ୍ରପତି ସ୍ବୀକାର କରିଛନ୍ତି ଯେ ସାମାଜିକ ଅସମାନତା, ଦାରିଦ୍ର୍ୟ, ଲିଙ୍ଗଗତ ସମାନତା ଭଳି କେତେକ ଚ୍ୟାଲେଞ୍ଜ ରହିଛି ଯାହାକୁ ସମାଧାନ କରାଯିବା ଆବଶ୍ୟକ।

ଉପରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଔପନିବେଶିକ ନିୟମକୁ ବିଶ୍ୱାସ କରେ ନାହିଁ ଏବଂ ଅନ୍ୟ ଦେଶ ଉପରେ ଆକ୍ରମଣ କରେ ନାହିଁ। ନାଇଡୁ କହିଛନ୍ତି ଯେ ହିଂସା ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ, ଶାନ୍ତି ହେଉଛି ପ୍ରଗତିର ପ୍ରଥମ ସର୍ତ୍ତ।

ଏହି କାର୍ଯ୍ୟକ୍ରମରେ କର୍ନାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗେଟ ଆଲଭା ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?