ପାକିସ୍ତାନ ସଙ୍କଟରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍‌ଙ୍କ ମସ୍କୋ ଯାତ୍ରା ପାଇଁ ଦଣ୍ଡ ଦେଉଛି ଆମେରିକା !…

ଇସଲାମାବାଦ୍‌, ୫।୪ : ପାକିସ୍ତାନରେ ରାଜନୈତିକ ସଙ୍କଟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପାକିସ୍ତାନ ବିଶେଷଜ୍ଞମାନେ ମଧ୍ୟ ଏନେଇ ବହୁ ଚିନ୍ତିତ। ଆଗାମୀ କିଛି ଦିନ ମଧ୍ୟରେ ପାକିସ୍ତାନରେ କଣ ଘଟିବ ତାହା କେହି ଜାଣି ନାହାଁନ୍ତି। ଇମ୍ରାନ ଖାନ କ୍ଷମତାରେ ରହିବେ ନା ଶାହବାଜ ସରିଫ କିମ୍ବା ଅନ୍ୟ କେହି ନୂଆ ପ୍ରଧାନମନ୍ତ୍ରୀ ହେବେ? ପୁଣି ନିର୍ବାଚନ ହେବ ନା ସେନା ଦାୟିତ୍ୱ ଗ୍ରହଣ କରିବ? ଏଥିମଧ୍ୟରୁ କୌଣସିଟି ବି ହୋଇପାରେ କିନ୍ତୁ କ’ଣ ଘଟିବ ତାହା ଏବେ ସ୍ପଷ୍ଟ ନୁହେଁ।

୨୨ କୋଟି ଜନସଂଖ୍ୟା ବିଶିଷ୍ଟ ଆଣବିକ ସମୃଦ୍ଧ ଦେଶ ପାକିସ୍ଥାନ ହେଉଛି ଭାରତର ଏପରି ପଡୋଶୀ ଦେଶ, ଯାହାକୁ ଚାହିଁଲେ ମଧ୍ୟ ଭାରତ ଅବହେଳା କରିପାରିବ ନାହିଁ। ନିକଟ ଅତୀତରେ ଇମ୍ରାନ ଖାନ ଅଭିଯୋଗ କରି କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାର ତାଙ୍କୁ କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି।

ଏନେଇ ରୁଷିଆ ପକ୍ଷରୁ ଅଭିଯୋଗ କରାଯାଇଛି। ରୁଷିଆ ବିଦେଶ ମନ୍ତ୍ରଣାଳୟ ପ୍ରତିନିଧି ମାରିଆ ଜଖାରୋଓ୍ବା ଏସମ୍ପର୍କରେ ମଙ୍ଗଳବାର କହିଛନ୍ତି। ଜାଣିଶୁଣି ଆମେରିକା ଇମ୍ରାନ୍‌ଙ୍କୁ ଦଣ୍ଡଦେବାକୁ ଚାହୁଁଛି ବୋଲି ସେ ପ୍ରକାଶ କରିଛନ୍ତି।

ଅପରପକ୍ଷରେ, ଇମ୍ରାନ ଚାଇନା ଏବଂ ରୁଷିଆ ସହିତ ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରିଛନ୍ତି। ଏହା ସହିତ ୟୁକ୍ରେନ୍‌ ଆକ୍ରମଣ ସମୟରେ ଇମ୍ରାନ୍‌ ରୁଷିଆ ଗସ୍ତରେ ମଧ୍ୟ ଯାଇଛନ୍ତି। ଫଳରେ ଆମେରିକା କ୍ରୋଧାନ୍ବିତ ହୋଇ ଇମ୍ରାନ୍‌ଙ୍କ ଉପରେ ପ୍ରତିଶୋଧ ନେଉଥିବା ଚର୍ଚ୍ଚା ହେଉଛି।

ନିଜ କାର୍ଯ୍ୟକାଳ ମଧ୍ୟରେ ଇମ୍ରାନ ଚାଇନା ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ କ୍ରମାଗତ ଭାବରେ ଗୁରୁତ୍ୱାରୋପ କରିଛନ୍ତି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର ଦୁଇ ଦେଶକୁ ନିକଟତର କରିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟ ସାମରିକ ସ୍ତରରେ ମଧ୍ୟ ଅନ୍ତରଙ୍ଗ ହୋଇଛି।

ପାକିସ୍ତାନର ସାମ୍ପ୍ରତିକ ସଙ୍କଟ ବିଷୟରେ ଚାଇନା କହିଛି ଯେ ଅନ୍ୟ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ନୀତିକୁ ସର୍ବଦା ଚାଇନା ପାଳନ କରିଥାଏ। ପାକିସ୍ତାନର ସର୍ବକାଳୀନ ରଣନୈତିକ ସହଯୋଗ ତଥା ପଡୋଶୀ ଭାବରେ ଚାଇନା ଆନ୍ତରିକତାର ସହ ଆଶା କରୁଛି ଯେ ପାକିସ୍ତାନର ସମସ୍ତ ପକ୍ଷ ଏକତା ବଜାୟ ରଖିପାରିବେ ଏବଂ ମିଳିତ ଭାବରେ ଦେଶର ସ୍ଥିରତା ବଜାୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ରାଗିଗଲା ଇରାନ; ବନ୍ଦ କରିଦେଲା ହର୍ମୁଜ, ପୁଣି ହେବ ଯୁଦ୍ଧ!

ତେହରାନ,୨୦।୬: ବିଶ୍ୱ ଅର୍ଥନୀତି ପାଇଁ ଶାନ୍ତି ଚୁକ୍ତିନାମା ଏବଂ ମଧ୍ୟପ୍ରାଚ୍ୟରେ ସ୍ୱାଭାବିକତା ଫେରିବାର ଆଶା ପୁଣି ଥରେ ମଳିନ ହେଉଥିବା ପରି ମନେ ହେଉଛି। ଲେବାନନରେ ଇସ୍ରାଏଲ ଦ୍ୱାରା…

ଭଗବାନଙ୍କୁ ଅଜବ ଗୁହାରି: ଦାନବାକ୍ସରେ ୨୦ ଟଙ୍କିଆ ନୋଟରେ ଲେଖାହୋଇଛି…

ନୂଆଦିଲ୍ଲୀ,୨୦।୬: ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ଏକ ୨୦ ଟଙ୍କାର ନୋଟ୍ ଚର୍ଚ୍ଚାର ବିଷୟ ପାଲଟିଛି…

ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା

ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ…

ପଶ୍ଚିମବଙ୍ଗ ଦିବସରେ ବଡ଼ କଥା କହିଦେଲେ ମୋଦି, ଗୌରବ ଫେରି ଆସୁଛି…

ନୂଆଦିଲ୍ଲୀ,୨୦।୬: ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା…

ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣୁଥିଲେ ସାବଧାନ ! କେବଳ ଲୁକ୍‌ ନୁହେଁ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ

ନୂଆ କାର୍‌ ତୁଳନାରେ କମ ଦାମ୍‌ରେ ଗାଡ଼ି ବା ସେକେଣ୍ଡ ହ୍ୟାଣ୍ଡ କାର୍‌ (Used Car) କିଣିବାକୁ ପସନ୍ଦ କରୁଛନ୍ତି। ତେବେ ବ୍ୟବହୃତ କାର୍‌ କିଣିବା ସମୟରେ…

ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେଲେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ, ସାମାନ୍ୟ ଅସାବଧାନତା ଯୋଗୁ…

ଆଜିର ସମୟରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ପ୍ରାୟ ସମସ୍ତଙ୍କ ରୋଷେଇ ଘରର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। କିନ୍ତୁ ଏହାର ବ୍ୟବହାରରେ ସାମାନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri