ରାକ୍ଷୀ ସାଓ୍ବନ୍ତଙ୍କ ନାଁ ଶୁଣିବା ମାତ୍ରେ ରାଗି ଗଲେ

ବମ୍ବେ: ଦିନ ଥିଲା ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ। ହେଲେ ଏବେ ଜଣେ ଖବରଦାତା ତାଙ୍କୁ ରାକ୍ଷୀଙ୍କ ବିଷୟରେ ପ୍ରଶ୍ନଟିଏ ପଚାରିଦେଲେ ବୋଲି ସେ ରାଗରେ ନିଆଁବାଣ ହୋଇଯାଇଥିଲେ। ଏପରିକି କେବେହେଲେ କୌଣସି ଖବରଦାତାଙ୍କୁ ସାକ୍ଷାତକାର ଦେବେ ନାହିଁ ବୋଲି ଶୁଣାଇ ଦେଇଥିଲେ।

ବିବାହ କରିବେ ମିକା। ଏଥିପାଇଁ କରାଯାଉଛି ସ୍ବୟଂମ୍ବର। ଟେଲିପରଦାରେ ଖୁବ୍‌ଶୀଘ୍ର ‘ସ୍ବୟଂମ୍ବର- ମିକା ଦି ବୋଟି’ ଦେଖିବାକୁ ମିଳିବ। ନିକଟରେ ମିକା ଏହି ଶୋ’ର ପ୍ରମୋଶନ କରିବାକୁ ଦିଲ୍ଲୀ ଯାଇଥିଲେ। ସେଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାକ୍ଷୀଙ୍କୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନ ଶୁଣି ମିକା ବହୁତ ରାଗି ଯାଇଥିଲେ।

ମିକାଙ୍କ ସ୍ବୟଂମ୍ବରରେ ରାକ୍ଷୀଙ୍କୁ ଜଣେ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିବ କି ବୋଲି ଜଣେ ବରିଷ୍ଠ ଖବରଦାତା ତାଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାଶୁଣି ମିକା କିଛି ସମୟ ଚୁପ ରହି ସେଠାରୁ ଉଠି ଚାଲିଯାଇଥିଲେ। ପରେ ସେ ଉକ୍ତ ଖବରଦାତାଙ୍କ ସହ ଶୋ’ର ଅନ୍ୟ ସଦସ୍ୟଙ୍କୁ ଏକ କୋଠରୀକୁ ଡାକିଥିଲେ। ସେଠାରେ ସେ ସମ୍ପୃକ୍ତ ଖବରଦାତାଙ୍କୁ ଗାଳିଗୁଲଜ କରିଥିବା କୁହାଯାଉଛି।

ଏଭଳି ଘଟଣା ପରେ ମିକା ଖବରଦାତା ସମ୍ମିଳନୀ କରିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ। ହେଲେ ଶୋ’ ନିର୍ମାତା ଅନୁରୋଧ କରିବାରୁ ସେ ପୁଣିଥରେ ସାକ୍ଷାତକାର ଦେଇଥିଲେ। କେବଳ ଏତିକି ନୁହେଁ ଟିମ୍‌ ପକ୍ଷରୁ ମିକାଙ୍କ ରାଗକୁ ନେଇ ଉପସ୍ଥିତ ଖବରଦାତା ମାନଙ୍କୁ କ୍ଷମା ପ୍ରାର୍ଥନା କରାଯାଇଥିଲା।

କହିରଖୁଛୁ, ୨୦୦୬ରେ ଏକ ପାର୍ଟୀରେ ମିକା ରାକ୍ଷୀଙ୍କୁ ଜବରଦସ୍ତ ଚୁମ୍ବନ ଦେଇଥିଳେ। ଏହି ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ମିକା ଏନେଇ କେବେହେଲେ ମୁହଁ ଖୋଲି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri