ରାକ୍ଷୀ ସାଓ୍ବନ୍ତଙ୍କ ନାଁ ଶୁଣିବା ମାତ୍ରେ ରାଗି ଗଲେ

ବମ୍ବେ: ଦିନ ଥିଲା ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ। ହେଲେ ଏବେ ଜଣେ ଖବରଦାତା ତାଙ୍କୁ ରାକ୍ଷୀଙ୍କ ବିଷୟରେ ପ୍ରଶ୍ନଟିଏ ପଚାରିଦେଲେ ବୋଲି ସେ ରାଗରେ ନିଆଁବାଣ ହୋଇଯାଇଥିଲେ। ଏପରିକି କେବେହେଲେ କୌଣସି ଖବରଦାତାଙ୍କୁ ସାକ୍ଷାତକାର ଦେବେ ନାହିଁ ବୋଲି ଶୁଣାଇ ଦେଇଥିଲେ।

ବିବାହ କରିବେ ମିକା। ଏଥିପାଇଁ କରାଯାଉଛି ସ୍ବୟଂମ୍ବର। ଟେଲିପରଦାରେ ଖୁବ୍‌ଶୀଘ୍ର ‘ସ୍ବୟଂମ୍ବର- ମିକା ଦି ବୋଟି’ ଦେଖିବାକୁ ମିଳିବ। ନିକଟରେ ମିକା ଏହି ଶୋ’ର ପ୍ରମୋଶନ କରିବାକୁ ଦିଲ୍ଲୀ ଯାଇଥିଲେ। ସେଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାକ୍ଷୀଙ୍କୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନ ଶୁଣି ମିକା ବହୁତ ରାଗି ଯାଇଥିଲେ।

ମିକାଙ୍କ ସ୍ବୟଂମ୍ବରରେ ରାକ୍ଷୀଙ୍କୁ ଜଣେ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିବ କି ବୋଲି ଜଣେ ବରିଷ୍ଠ ଖବରଦାତା ତାଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାଶୁଣି ମିକା କିଛି ସମୟ ଚୁପ ରହି ସେଠାରୁ ଉଠି ଚାଲିଯାଇଥିଲେ। ପରେ ସେ ଉକ୍ତ ଖବରଦାତାଙ୍କ ସହ ଶୋ’ର ଅନ୍ୟ ସଦସ୍ୟଙ୍କୁ ଏକ କୋଠରୀକୁ ଡାକିଥିଲେ। ସେଠାରେ ସେ ସମ୍ପୃକ୍ତ ଖବରଦାତାଙ୍କୁ ଗାଳିଗୁଲଜ କରିଥିବା କୁହାଯାଉଛି।

ଏଭଳି ଘଟଣା ପରେ ମିକା ଖବରଦାତା ସମ୍ମିଳନୀ କରିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ। ହେଲେ ଶୋ’ ନିର୍ମାତା ଅନୁରୋଧ କରିବାରୁ ସେ ପୁଣିଥରେ ସାକ୍ଷାତକାର ଦେଇଥିଲେ। କେବଳ ଏତିକି ନୁହେଁ ଟିମ୍‌ ପକ୍ଷରୁ ମିକାଙ୍କ ରାଗକୁ ନେଇ ଉପସ୍ଥିତ ଖବରଦାତା ମାନଙ୍କୁ କ୍ଷମା ପ୍ରାର୍ଥନା କରାଯାଇଥିଲା।

କହିରଖୁଛୁ, ୨୦୦୬ରେ ଏକ ପାର୍ଟୀରେ ମିକା ରାକ୍ଷୀଙ୍କୁ ଜବରଦସ୍ତ ଚୁମ୍ବନ ଦେଇଥିଳେ। ଏହି ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ମିକା ଏନେଇ କେବେହେଲେ ମୁହଁ ଖୋଲି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?