ସ୍ତ୍ରୀ, ଝିଅ ସହ ସମୁଦ୍ର କୂଳରେ ମଜାନେଲେ ରୋହିତ୍‌ ଶର୍ମା

ଦୁବାଇ, ୮।୯: ଆଇପିଏଲ୍‌ର ସବୁଠାରୁ ସଫଳ ଫ୍ରାଞ୍ଚାଇଜ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ସର୍ବାଧିକ ୪ଥର ଆଇପିଏଲ୍‌ ଟ୍ରଫି ଜିତି ରେକର୍ଡ କରିଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମାଙ୍କ ନେତୃତ୍ୱରେ ହିଁ ମୁମ୍ବାଇ ଏହି ୪ଥର ଟାଇଟଲ ଜିତିବାରେ ସଫଳ ହୋଇଛି। ଆଇପିଏଲ୍‌ର ଚଳିତ ତ୍ରୟୋଦଶ ସଂସ୍କରଣରେ ମଧ୍ୟ ମୁମ୍ବାଇ ରୋହିତ୍‌ଙ୍କ ନେତୃତ୍ୱରେ ଟାଇଟଲ୍‌ ଜିତିବା ଲକ୍ଷ୍ୟରେ ରହିଛି। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌-୧୩କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ୧୯ରେ ହେବାକୁ ଥିବା ଉଦ୍‌ଘାଟନୀ ମୁକାବିଲାରେ ମୁମ୍ବାଇର ମୁକାବିଲା ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସହ ହେବ। ଏଥିପୂର୍ବରୁ ସମସ୍ତ ଦଳ କଠିନ ଅଭ୍ୟାସ କରିବା ସହିତ ମଜା କରୁଥିବାର ଦେଖିବାକୁ ମିଳିଛି। ଏହି ଅବସରରେ ରୋହିତ୍‌ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ସ୍ତ୍ରୀ ରିତିକା ଓ ଝିଅ ସମାଇରା ସହ ସମୁଦ୍ର କୂଳରେ ମଜା ନେଉଥିବାର ଦେଖିବାକୁ ମିଳିଛି।


ବ୍ୟତୀତ ମୁମ୍ବାଇର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସ୍ତ୍ରୀ ଦେବିଷା ସେଟ୍ଟୀଙ୍କ ସହ ନଜର ଆସିଥିଲେ। ସେହିଭଳି ଉଇକେଟ୍‌କିପର ଆଦିତ୍ୟ ତାରେ ଓ ଧାଓ୍ବଲ କୁଲବର୍ନୀ ମଧ୍ୟ ସେମାନଙ୍କ ସ୍ତ୍ରୀଙ୍କ ସହିତ ସମୁଦ୍ର କୂଳରେ ମସ୍ତି କରୁଥିବାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କୋଚ୍‌ ପଦ ଦୌଡ଼ରେ ଲାଲଚାନ୍ଦ ରାଜପୁତ

ମୁମ୍ବାଇ,୩୧।୭(ପିଟି)- ପୂର୍ବତନ ଭାରତୀୟ ତଥା ମୁମ୍ବାଇ ଓପନର ଲାଲଚାନ୍ଦ ରାଜପୁତ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଲାଗି ଆବେଦନ କରିଛନ୍ତି। ତାଙ୍କ ବ୍ୟତୀତ ପୂର୍ବତନ...

ଭୁବନେଶ୍ୱର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ

ଦୁବାଇ, ୧୪ା୪(ପି.ଟି.)-ଅଭିଜ୍ଞ ଭାରତୀୟ ସିମ୍‌ ବୋଲର ଭୁବନେଶ୍ୱର କୁମାର ମଙ୍ଗଳବାର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଜିତିଛନ୍ତି। ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ସୀମିତ...

ଯେବେ ରିଲ୍‌-ରିୟଲ୍‌ କପିଳ ଦେବ ହେଲେ ଭେଟ: ଘଟିଲା ଏମିତି

ଡିସେମ୍ବର ୨୪ରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ସେଲିବ୍ରିଟି ଏବଂ ମିଡିଆ ପାଇଁ...

ଫାଷ୍ଟ ଆଣ୍ଡ ଫ୍ୟୁରିୟସ ହେଲେ ଏହି କ୍ରିକେଟର

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ପୁଣି ଥରେ ଚର୍ଚ୍ଚାରେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ଯୁବରାଜଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ବିସିସିଆଇ ତାଙ୍କୁ...

ଆଟଲେଟିକୋ ମାଡ୍ରିଡ୍‌ରେ ଯୋଗଦେଲେ ସୁଆରେଜ୍‌

ମାଡ୍ରିଡ୍‌, ୨୫ା୯ (ଏପି)-ଫୁଟ୍‌ବଲ ଷ୍ଟାର ଲୁଇସ୍‌ ସୁଆରେଜ ଶେଷରେ ସ୍ପେନରେ ରହିଲେ। ଉରୁଗୁଏର ଏହି ଷ୍ଟ୍ରାଇକର ୬ ନିୟୁତ ୟୁରୋ (୭ ନିୟୁତ ଡଲାର) ବିନିମୟରେ...

ପାକିସ୍ତାନ ୫ ରନରେ ବିଜୟୀ: ଟି୨୦ ସିରିଜ ଅମୀମାଂସିତ

ମାଞ୍ଚେଷ୍ଟର,୩।୯(ଏପି): ଚଳିତ ଇଂଲଣ୍ଡ ଗସ୍ତରେ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ...

ଧୋନୀଙ୍କୁ ଟପି ପାରନ୍ତି ପନ୍ତ

ହାଇଦ୍ରାବାଦ,୫ା୧୨- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନିକଟରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ...

କାର ଦୁର୍ଘଟଣାରେ ଟାଇଗର ଉଡ୍ସ ଗୁରୁତର

ଲସ୍‌ ଏଞ୍ଜେଲ୍ସ, ୨୫।୨ (ପି.ଟି.): ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡର୍‌ସ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଦୁଇ ଗୋଡ଼ରେ ଗଭୀର...

Advertisement
Archives

Model This Week