ପ୍ରତି ସପ୍ତାହରେ ବିଦ୍ୟୁତ୍‌ ଟ୍ରିପ୍‌ ସମୀକ୍ଷା

ଢେଙ୍କାନାଳ ଅଫିସ, ୪।୧୨

ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବେଣୀପଥର ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ୍‌ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛି ବନ ବିଭାଗ। ଅବଗତ କରାଯିବା ସତ୍ତ୍ୱେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରା ନ ଯିବାରୁ ଏପରି ଘଟଣା ଘଟିଲା। ଆଗାମୀ ଦିନରେ ବିଦ୍ୟୁତ୍‌ ବିଭାଗ ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରାଗଲେ ବିଦ୍ୟୁତ୍‌ ଆଘାତ ଜନିତ ହାତୀମୃତ୍ୟୁ ଏବଂ ଜନ୍ତୁ ଶିକାର ରୋକାଯାଇପାରିବ ବୋଲି ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି କହିଛନ୍ତି। ଗୁରୁବାର ଜିଲା ବନଖଣ୍ଡ କାର୍ଯ୍ୟାଳୟରେ ଡିଏଫ୍‌ଓ ଏବଂ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା ହୋଇଛି। ହାତୀଙ୍କ ସୁରକ୍ଷା ଲାଗି ନିଆଯାଉଥିବା ପଦକ୍ଷେପ ଯଦି ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ନ ଶୁଣିବେ, ତେବେ ଭୁବନେଶ୍ୱର ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍‌କୁ ସୂଚିତ କରାଯିବ। ବିଦ୍ୟୁତ୍‌ କାଟ୍‌ କରିବା ଲାଗି କଣ୍ଟ୍ରୋଲ ରୁମ୍‌ ଉକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବ। ସେହିପରି ପ୍ରତି ସପ୍ତାହରେ ବିଦ୍ୟୁତ୍‌ ଟ୍ରିପ୍‌ ଫିଡରକୁ ଆଧାର କରି ବିଭାଗୀୟ ନିର୍ବାହୀଯନ୍ତ୍ରୀ ଏବଂ ଡିଏଫ୍‌ଓ ସମୀକ୍ଷା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକରେ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ଡିଏଫ୍‌ଓ କହିଛନ୍ତି, ବେଣୀପଥର ଗ୍ରାମ ନିକଟ ଧାନ ବିଲରେ ଦୁଇଦିନ ତଳେ ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ଏକ ଦନ୍ତାହାତୀ ଏବଂ ୨ ବାର୍‌ହାଙ୍କ ମୃତ୍ୟୁ ଘଟିଥିଲା। ଦିନକ ପୂର୍ବରୁ ଅଞ୍ଚଳରେ ହାତୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା। ଏହାପରେ ସନ୍ଧ୍ୟାରେ ବିଦ୍ୟୁତ୍‌ ସରବରାହ ବନ୍ଦ ରଖିବା ଲାଗି ସମ୍ପୃକ୍ତ ଅଞ୍ଚଳର ବିଦ୍ୟୁତ୍‌ ବିଭାଗ କନିଷ୍ଠଯନ୍ତ୍ରୀକୁ କୁହାଯାଇଥିଲା। ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଯନ୍ତ୍ରୀଙ୍କ ଅବହେଳା ଲାଗି ହାତୀ ଏବଂ ବାର୍‌ହାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଚାଇଁପାଳସ୍ଥିତ ବିଦ୍ୟୁତ୍‌ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ଫୋନ୍‌ ମାଧ୍ୟମରେ ଅବଗତ କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।

୫୩ ଫରେଷ୍ଟ ଗାର୍ଡ ପଦବୀ ଖାଲି
ଢେଙ୍କାନାଳ ଜିଲାରେ ବଢ଼ିଚାଲିଛି ଜନ୍ତୁ ଶିକାର। ବଜ୍ରକାପ୍ତା ଚାଲାଣ ର଼୍ୟାକେଟ ସକ୍ରିୟ ଥିବା ଜଣାପଡ଼ିବା ପରେ ବନ ବିଭାଗର ଚିନ୍ତା ବଢ଼ିଛି। ଏହାକୁ ବାଦ୍‌ ଦେଲେ ହାତୀଦ୍ୱାରା ଫସଲ କ୍ଷତି ଏବଂ ଏହାକୁ ନେଇ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ବନ ବିଭାଗରେ କର୍ମଚାରୀ ଅଭାବ କାରଣରୁ ସମସ୍ୟା ବଢ଼ିବାରେ ଲାଗିଛି। ଜିଲାରେ ୪୮ ମଞ୍ଜୁର ପଦବୀ ମଧ୍ୟରୁ ୧୦ ପଦବୀ ଖାଲି ପଡ଼ିଛି। ସେହିପରି ୧୩୦ ମଞ୍ଜୁର ଫରେଷ୍ଟ ଗାର୍ଡ ପଦବୀ ମଧ୍ୟରୁ ୫୩ଟିରେ କେହି ନାହାନ୍ତି। ସ୍ବଳ୍ପସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା କଷ୍ଟକର ହେଉଛି। ତଥାପି ସ୍ବଳ୍ପସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।
ଲୋଡ଼ାଗଲା ଏସ୍‌ଟିଏଫ୍‌ ସହାୟତା
ଢେଙ୍କାନାଳ ଜିଲା କପିଳାସ ରେଞ୍ଜରୁ ଖୋର୍ଦ୍ଧା ଅଞ୍ଚଳକୁ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଛି। ଏଥିରେ ସମ୍ପୃକ୍ତ ଏକ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିବାବେଳେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପଚରାଉଚୁରା ବେଳେ ଜିଲାରେ ବଜ୍ରକାପ୍ତା ଚାଲାଣ ର଼୍ୟାକେଟ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ବିଧିବଦ୍ଧ ତଦନ୍ତ କରି ଚୋରା ଚାଲାଣ ଚେର ଖୋଜି ବାହାର କରିବାକୁ ଡିଏଫ୍‌ଓ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ସହାୟତା ଲୋଡ଼ିଛନ୍ତି। ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବା ଲାଗି ଏସ୍‌ଟିଏଫ୍‌କୁ ଜଣାଯାଇଛି। ଏଥିରେ ବନ ବିଭାଗ ସମ୍ପୂର୍ଣ୍ଣ ସହାୟତା କରିବ ବୋଲି ଡିଏଫ୍‌ଓ ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri