ଗୋଦାମରୁ ଚାଉଳ ଉଠାଅ, ମଣ୍ଡିରୁ ଧାନ ଉଠାଇବୁ: ମିଲର୍ସ ଆସୋସିଏଶନର ଚେତାବନୀ

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ୨ଦିନ ପରେ ଅର୍ଥାତ୍‌ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ଶୁକ୍ରବାର ଅଲ୍‌ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏଶନ ବରଗଡ଼ରେ ଅନୁଷ୍ଠିତ ଏକ ବୈଠକ ନେଇଥିବା ନିଷ୍ପତ୍ତି ଧାନ ସଂଗ୍ରହ ପ୍ରକ୍ରିୟାରେ ବାଧକ ସାଜିବ, ତାହା ଏବେଠାରୁ ସ୍ପଷ୍ଟ ହୋଇଯାଇଛି। ସରକାର ରାଇସ୍‌ ମିଲ୍‌ରେ ରହିଥିବା କଷ୍ଟମ ମିଲିଂ ଚାଉଳ ଉଠାଣ ସମେତ ଅନ୍ୟ ଦାବି ସମୂହ ପୂରଣ ନ କଲେ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ବରଗଡ଼ ସହର ଉପକଣ୍ଠ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅଲ୍‌ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏଶନର ବୈଠକ ବସିଥିଲା। ବୈଠକରେ ଆସୋସିଏଶନର ଚେୟାରମ୍ୟାନ ସନ୍ତୋଷ ଅଗ୍ରୱାଲ, ସଭାପତି ମହେଶ ବଂଶଲ, ଉପସଭାପତି ନିତେଶ ବଂଶଲ, ସମ୍ପଦାକ ଦିପକ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ନବୀନ ଅଗ୍ର୍ରୱାଲଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ସଭ୍ୟବୃନ୍ଦ ତଥା ରାଜ୍ୟର ବିଭିନ୍ନ ଜିଲାର ଶତାଧିକ ମିଲର୍ସ ଉପସ୍ଥିତ ଥିଲେ। ବୈଠକରେ ମିଲର୍ସମାନେ ସେମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। କଷ୍ଟମ ମିଲିଂ ଚାଉଳ ଉଠାଣରେ ବିଳମ୍ବ, ଏଫଏକ୍ୟୁ ଧାନ, ମିଲିଂ ପ୍ରୋତ୍ସାହନ ରାଶି, ପରିବହନ ଖର୍ଚ୍ଚ ଆଦି ୧୨ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଏବଂ ସରକାରଙ୍କୁ ଏ ନେଇ ବାରମ୍ବାର ଅବଗତ କରିବା ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରି ଆସୋସିଏଶନର କର୍ମକତ୍ତା, ସଭ୍ୟବୃନ୍ଦ ଉଦ୍‌ବେଗ ପ୍ରକାଶ କରିଥିଲେ।
ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣ ସହିତ ୩୭.୫ କି.ଗ୍ରା ଓଜନର ବସ୍ତାରେ ଧାନ ଯୋଗାଣ ସୁନିଶ୍ଚିତ କରାଯିବା, ମିଲର୍ସଙ୍କଠାରୁ କଷ୍ଟମ ମିଲିଂ ଚାଉଳ ସମୟୋଚିତଭାବେ ଗ୍ରହଣ କରିବା, କଞ୍ଚାଧାନରେ ପ୍ରାକୃତିକଭାବେ ହେଉଥିବା ଆର୍ଦ୍ରତା ହ୍ରାସକୁ ଦୃଷ୍ଟିରେ ରଖି ୧ପ୍ରତିଶତ ଡ୍ରାଇଏଜ୍‌ ଅନୁମତି ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ, ଧାନ ଓ ଚାଉଳ ପରିବହନ ଖର୍ଚ୍ଚ ବୃଦ୍ଧି, ମିଲର୍ସମାନେ ବହନ କରୁଥିବା ଷ୍ଟୋରେଜ ଚାର୍ଜ, ବୀମା ଖର୍ଚ୍ଚ, ବ୍ୟାଙ୍କ ଗ୍ୟାରେଣ୍ଟି ଯଥାର୍ଥଭାବେ ପ୍ରଦାନ, କଷ୍ଟମ ମିଲିଂ ଚାଉଳ ଯୋଗାଣ ମାନଦଣ୍ଡରେ ବାରମ୍ବାର ପରିବର୍ତ୍ତନକୁ ବନ୍ଦ କରାଯିବାକୁ ଆସୋସିଏଶନ ଦାବି କରିଛି। ସେହିପରି ମିଲର୍ସମାନେ ଦାଖଲ କରିଥିବା ବିଲ୍‌ ଗୁଡ଼ିକୁ ମାସିକ ଭିତ୍ତି ଯାଞ୍ଚ କରାଯିବା ଓ ତାକୁ ଅନୁମୋଦନ କରି ବ୍ୟାଙ୍କଖାତାକୁ ସିଧାସଳଖ ରାଶି ପ୍ରଦାନ, ଷ୍ଟକଯାଞ୍ଚ ନିୟମରେ ସଂଶୋଧନ, ମୁକ୍ତ ବାଣିଜ୍ୟ ଓ ଚାଉଳ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ଆସୋସିଏଶନ ପକ୍ଷରୁ ଦାବି ହୋଇଛି। ଏହି ଦାବି ସମୂହ ପୂରଣ ନ ହେଲେ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ଆସୋସିଏଶନ ସହଯୋଗ କରିବ ନାହିଁ ବୋଲି ଚେତାବନୀ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୬୪ ବର୍ଷ ପରେ ବିଦ୍ୟାଳୟକୁ ୬ ଲକ୍ଷ ଟଙ୍କା ଅନୁଦାନ, ଏବେ ବି ବିପଦସଙ୍କୁଳ ୬ ଶ୍ରେଣୀଗୃହ

କେସିଙ୍ଗା,୨୮।୧୧ (ତୁମେଶ୍ୱର ସାହୁ): ୬୪ ବର୍ଷ ପୁରୁଣା ବିଦ୍ୟାଳୟ, ହେଲେ ଆଜି ବି ନାହିଁ ଆବଶ୍ୟକ ଭିତ୍ତିଭୂମି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତ…

୩ ମାସ ପରେ ବି କାର୍ଯ୍ୟକାରୀ ହେଲାନି ଜିଲାପାଳଙ୍କ ନିର୍ଦ୍ଦେଶ: ଜାଲ ପ୍ରମାଣପତ୍ରରେ ଉତ୍ତରାଧିକାରୀ ସାର୍ଟିଫିକେଟ ହାସଲ ଅଭିଯୋଗ

କଟକ ସଦର, ୨୮।୧୧ (ସୁଶାନ୍ତ କୁମାର ଜେନା): ଜାଲ ମୃତ୍ୟୁ ପ୍ରମାଣପତ୍ର ଓ ନକଲି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଆଧାରରେ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ ଅଭିଯୋଗ। ଏହି…

ଡେମୋନଷ୍ଟ୍ରେଟରଙ୍କ ପରଲୋକ: ଅଞ୍ଚଳରେ ଖେଳିଗଲା ଶୋକ ଶୋକର ଛାୟା

ବଡ଼ଗାଁ,୨୭।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡେମୋନଷ୍ଟ୍ରେଟର ତଥା କଣ୍ଟିଆମୁରା ଗ୍ରାମର ବାସିନ୍ଦା ମନୋଜ ମହାନ୍ତିଙ୍କ ପରଲୋକ ଘଟିଛି। ରାୟପୁରଠାରେ ଚିକିତ୍ସାଧୀନ ଅବସ୍ଥାରେ…

ଘର ସମ୍ମୁଖରେ ଥିବା ଅଟୋକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ

ପାଟଣା, ୨୮।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଅଭାବନୀୟ ଘଟଣା। ଘର ସମ୍ମୁଖରେ ରଖାଯାଇଥିବା ଏକ ଅଟୋକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: ଏହି ଦିନଠାରୁ ହେବ…

ଦାରିଙ୍ଗବାଡ଼ି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ-୨୦୨୭। ଏହି ମହୋତ୍ସବକୁ ଆକର୍ଷଣୀୟ ଓ ଧୁମ୍‌ଧାମରେ ପାଳନ କରିବା ଲକ୍ଷ୍ୟରେ…

ରାସ୍ତାରେ ୫୦ଟଙ୍କା ପକାଇ ଲକ୍ଷେ ନେଇଗଲେ ଦୁର୍ବୃତ୍ତ: ହତାଶ ହୋଇ ଫେରିଲେ ବିପିନ

ବାଣପୁର,୨୮ା୧୧(ଦିଲୀପ କୁମାର ସ୍ବାଇଁ):ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଭୀମପୁର ଗ୍ରାମର ବିପିନ ବିହାରୀ ଦାଶ ଶୁକ୍ରବାର ସ୍ଥାନୀୟ ବଜାରରେ ଥିବା ୟୁକୋ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା…

ଶିକ୍ଷାଦାନକୁ ପ୍ରଭାବିତ କରୁଛି ଅସଜଡ଼ା ଭିତ୍ତିଭୂମି: ବାତ୍ୟା ଆଶ୍ରୟସ୍ଥଳରେ ପଢ଼ୁଛନ୍ତି ପିଲା

ବାରିପଦା,୨୮ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌, ଡିଜିଟାଲ ଶିକ୍ଷା ଓ ଆଧୁନିକ…

ବେପରୁଆ ଗାଡ଼ି ଚାଳନା ନେଲା ଆଉ ଏକ ଜୀବନ: ବୁଦୁଲି ନିକଟରେ କାର୍‌ ଧକ୍କାରେ ଭଞ୍ଜନଗର ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର, ୨୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନ ବିଭିନ୍ନ ଅଞ୍ଚଳରେ ଗତ କିଛି ମାସ ହେଲା ସଡ଼କ ଦୁର୍ଘଟଣାଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?