ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: ଏହି ଦିନଠାରୁ ହେବ…

ଦାରିଙ୍ଗବାଡ଼ି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ-୨୦୨୭। ଏହି ମହୋତ୍ସବକୁ ଆକର୍ଷଣୀୟ ଓ ଧୁମ୍‌ଧାମରେ ପାଳନ କରିବା ଲକ୍ଷ୍ୟରେ ବ୍ଲକ ସଭାଗୃହରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜାନୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ମହୋତ୍ସବ ପାଳନ କରିବାକୁ ପ୍ରାଥମିକ ନିଷ୍ପତ୍ତି ହୋଇଛି। ଆବଶ୍ୟକ ପଡ଼ିଲେ ଏହାକୁ ୪ ଦିନିଆ କରାଯାଇ ଜାନୁଆରୀ ୮ ତାରିଖରୁ ଆରମ୍ଭ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି।

ଶୀତ ମହୋତ୍ସବ ପାଳନ କମିଟିର ସଭାପତି ତଥା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ, ଆବଶ୍ୟକ ପ୍ରସ୍ତୁତି ଓ ଅନୁଦାନ ସଂଗ୍ରହ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ମହୋତ୍ସବ ଅଞ୍ଚଳବାସୀଙ୍କର ଉତ୍ସବ ହୋଇଥିବାରୁ ଏହାକୁ ସମସ୍ତଙ୍କ ସହଯୋଗରେ ଭବ୍ୟ ଓ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସ୍ବତନ୍ତ୍ର ଉନ୍ନୟନ ପରିଷଦ (କନ୍ଧମାଳ), ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସମେତ ଓରମାସ୍‌ରୁ ଅନୁଦାନ ଆଣିବା ନେଇ ଆଲୋଚନା ହୋଇଥିଲା। ମହୋତ୍ସବର ସଫଳ ଆୟୋଜନ ପାଇଁ ଟ୍ରଫି, ବ୍ୟାନର, ଫ୍ଲେକ୍ସ, ମାନପତ୍ର ଓ ମଞ୍ଚ ସଜ୍ଜା ଆଦି ବିଭିନ୍ନ ବିଷୟରେ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାସହ ଆୟୋଜନ କମିଟି ଅଧୀନରେ ବିଭିନ୍ନ ଉପକମିଟି ଗଠନ କରି ଅଧିକ ଲୋକଙ୍କୁ ଦାୟିତ୍ୱ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଆଇଆଇସି ସଂଗ୍ରାମ କେଶରୀ ଜେନା, କମିଟିର ବରିଷ୍ଠ ସଦସ୍ୟ ତଥା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ସାଂସଦଙ୍କ ପ୍ରତିନିଧି ବିରଞ୍ଚି ନାରାୟଣ ସାହୁ, ହରେନ ସାହୁ, ପ୍ରଭାକର ସାହୁ, ଆଇନଜୀବୀ ପ୍ରଦୀପ ସାହୁ ଓ ଦିଲୀପ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ମହୋତ୍ସବର ସଫଳ ଆୟୋଜନ ନେଇ ମତାମତ ରଖିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶୂନରେ ଆଉଟ ହୋଇ ଲଜ୍ଜାଜନକ ରେକର୍ଡ କଲେ ଜୟସ୍ବାଲ, WTCରେ ବିରାଟ କୋହଲିଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶନିବାର (୨୮ ନଭେମ୍ବର) ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଛି।…

ଘର ସମ୍ମୁଖରେ ଥିବା ଅଟୋକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ

ପାଟଣା, ୨୮।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଅଭାବନୀୟ ଘଟଣା। ଘର ସମ୍ମୁଖରେ ରଖାଯାଇଥିବା ଏକ ଅଟୋକୁ ଦୁର୍ବୃତ୍ତ…

ଗିଲଙ୍କ ଗୋଟିଏ ଭୁଲ ପାଇଁ ଟିମ୍‌ ଇଣ୍ଡିଆକୁ ବଡ଼ କ୍ଷତି, ନ୍ୟୁଜିଲାଣ୍ଡ ବିପକ୍ଷରେ ହାତଛଡ଼ା ହେଲା ସୁଯୋଗ

ଖ୍ରୀଷ୍ଟଚର୍ଚ୍ଚ,୨୮।୧୧: ଖ୍ରୀଷ୍ଟଚର୍ଚ୍ଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଜୋରଦାର ମୁକାବିଲା ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୪୬ ରନ…

ଆଜି ଦୀପଥୁନରେ ଦୀପ ଜାଳିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮ା୧୧: ଥିରୁପରନକୁନ୍ଦ୍ରମସ୍ଥିତ ବିବାଦୀୟ ଦୀପଥୁନ ସ୍ତମ୍ଭରେ କାର୍ତ୍ତିଗାଇ ଦୀପମ ପ୍ରଜ୍ଜ୍ୱଳନ ପାଇଁ ନଭେମ୍ବର ୨୦ରେ ଦିଆଯାଇଥିବା ନିର୍ଦ୍ଦେଶର ଜାଣିଶୁଣି ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଶୁକ୍ରବାର…

ATMରୁ ଟଙ୍କା ଉଠାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ, ନୂଆ ନିୟମ ଲାଗୁ କଲା RBI

ନୂଆଦିଲ୍ଲୀ,୨୮।୧୧: ଯଦି ଆପଣ ପ୍ରତି ମାସରେ ATMରୁ ଟଙ୍କା ଉଠାଉଛନ୍ତି, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂଆ ନିୟମ ଜାଣିବା ଜରୁରୀ। ଏଣିକି ବ୍ୟାଙ୍କ ଗ୍ରାହକଙ୍କୁ…

ରାସ୍ତାରେ ୫୦ଟଙ୍କା ପକାଇ ଲକ୍ଷେ ନେଇଗଲେ ଦୁର୍ବୃତ୍ତ: ହତାଶ ହୋଇ ଫେରିଲେ ବିପିନ

ବାଣପୁର,୨୮ା୧୧(ଦିଲୀପ କୁମାର ସ୍ବାଇଁ):ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଭୀମପୁର ଗ୍ରାମର ବିପିନ ବିହାରୀ ଦାଶ ଶୁକ୍ରବାର ସ୍ଥାନୀୟ ବଜାରରେ ଥିବା ୟୁକୋ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା…

ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ପାକିସ୍ତାନ, ଟାଇଟଲ ପାଇଁ ଶ୍ରୀଲଙ୍କା ସହ ମହାଲଢ଼େଇ

ନୂଆଦିଲ୍ଲୀ, ୨୮।୧୧: ଏସିଆ କପ ରାଇଜିଂ ଷ୍ଟାର୍ସର ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି ପାକିସ୍ତାନ-ଏ। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଦଳ ବାଂଲାଦେଶ-ଏକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।…

ଶିକ୍ଷାଦାନକୁ ପ୍ରଭାବିତ କରୁଛି ଅସଜଡ଼ା ଭିତ୍ତିଭୂମି: ବାତ୍ୟା ଆଶ୍ରୟସ୍ଥଳରେ ପଢ଼ୁଛନ୍ତି ପିଲା

ବାରିପଦା,୨୮ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌, ଡିଜିଟାଲ ଶିକ୍ଷା ଓ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?