୩ ମାସ ପରେ ବି କାର୍ଯ୍ୟକାରୀ ହେଲାନି ଜିଲାପାଳଙ୍କ ନିର୍ଦ୍ଦେଶ: ଜାଲ ପ୍ରମାଣପତ୍ରରେ ଉତ୍ତରାଧିକାରୀ ସାର୍ଟିଫିକେଟ ହାସଲ ଅଭିଯୋଗ

କଟକ ସଦର, ୨୮।୧୧ (ସୁଶାନ୍ତ କୁମାର ଜେନା): ଜାଲ ମୃତ୍ୟୁ ପ୍ରମାଣପତ୍ର ଓ ନକଲି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଆଧାରରେ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ ଅଭିଯୋଗ। ଏହି ଘଟଣାର ତଦନ୍ତ ପାଇଁ କଟକ ଜିଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ୩ ମାସ ବିତିଯାଇଥିଲେ ମଧ୍ୟ ତଦନ୍ତ ରିପୋର୍ଟ ଦାଖଲ ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉକ୍ତ ପ୍ରମାଣପତ୍ର ହାସଲ କରିଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ଜମି ବିକ୍ରି ପାଇଁ ଉଦ୍ୟମ ଜାରି ରଖିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ୨୦୨୧ ମସିହା ମାର୍ଚ୍ଚ ମାସରେ କଟକ ସଦର ତହସିଲ ଅନ୍ତର୍ଗତ ବିରିବାଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସୁପାରିଶ କ୍ରମେ କୁଶିଙ୍ଗା-୩ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅଭିଯୋଗ ଅନୁସାରେ, ଜାଲ ମୃତ୍ୟୁ ପ୍ରମାଣପତ୍ର ଓ ନକଲି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ରକୁ ଆଧାର କରି ତତ୍କାଳୀନ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁଯାୟୀ ଏହି ପ୍ରମାଣପତ୍ର ଜାରି କରାଯାଇଥିଲା।

ଏହି ଜାଲିଆତି ଘଟଣାର ତଦନ୍ତ ପାଇଁ ଜଣେ ଆବେଦନକାରୀ କଟକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୪୪୯, ତାରିଖ ୨୫.୬.୨୦୨୬ ଅନୁଯାୟୀ ତଦନ୍ତ ଭାର କଟକ ସଦର ଉପଜିଲାପାଳଙ୍କୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଘଟଣାର ସରଜମିନ ତଦନ୍ତ ପାଇଁ କଟକ ସଦର ତହସିଲଦାରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା।

ତେବେ ନିର୍ଦ୍ଦେଶ ଜାରି ହେବାର ପ୍ରାୟ ୩ ମାସ ପରେ ମଧ୍ୟ ତଦନ୍ତ ରିପୋର୍ଟ ଉପଜିଲାପାଳଙ୍କ ନିକଟରେ ଦାଖଲ ହୋଇନଥିବା ଅଭିଯୋଗ ହୋଇଛି। ପତ୍ର ସଂଖ୍ୟା ୧୯୩୦୨, ତାରିଖ ୧୯.୧୧.୨୦୨୬ ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣେ ସାମାଜିକ କର୍ମୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉକ୍ତ ଉତ୍ତରାଧିକାରୀ ପ୍ରମାଣପତ୍ରରେ ସ୍ବାକ୍ଷର କରିଥିବା ତତ୍କାଳୀନ ଅତିରିକ୍ତ ତହସିଲଦାର ବର୍ତ୍ତମାନ ପଦୋନ୍ନତି ପାଇ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ତତ୍କାଳୀନ ରାଜସୱ ସୁପରଭାଇଜର ଅବସର ନେଇସାରିଥିବା ବେଳେ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ସାଲେପୁର ତହସିଲକୁ ବଦଳି ହୋଇଯାଇଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଉକ୍ତ ପ୍ରମାଣପତ୍ର ହାସଲ କରିଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ଜମି ବିକ୍ରି କରିବାକୁ ନିରନ୍ତର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପ୍ରକୃତ ଜମି ମାଲିକଙ୍କ ସ୍ବାର୍ଥ ଓ ସମ୍ପତ୍ତିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନଙ୍କୁ ପଚରାଯିବାରୁ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ। ତେବେ ଜିଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ତଦନ୍ତ ରିପୋର୍ଟ ଦାଖଲରେ ବିଳମ୍ବ କାହିଁକି ହେଉଛି ଏବଂ ଜାଲ ପ୍ରମାଣପତ୍ର ଅଭିଯୋଗରେ କେବେ କାର୍ଯ୍ୟାନୁଷ୍ଠାନ ହେବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡେମୋନଷ୍ଟ୍ରେଟରଙ୍କ ପରଲୋକ: ଅଞ୍ଚଳରେ ଖେଳିଗଲା ଶୋକ ଶୋକର ଛାୟା

ବଡ଼ଗାଁ,୨୭।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡେମୋନଷ୍ଟ୍ରେଟର ତଥା କଣ୍ଟିଆମୁରା ଗ୍ରାମର ବାସିନ୍ଦା ମନୋଜ ମହାନ୍ତିଙ୍କ ପରଲୋକ ଘଟିଛି। ରାୟପୁରଠାରେ ଚିକିତ୍ସାଧୀନ ଅବସ୍ଥାରେ…

ଶୂନରେ ଆଉଟ ହୋଇ ଲଜ୍ଜାଜନକ ରେକର୍ଡ କଲେ ଜୟସ୍ବାଲ, WTCରେ ବିରାଟ କୋହଲିଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶନିବାର (୨୮ ନଭେମ୍ବର) ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଛି।…

ଘର ସମ୍ମୁଖରେ ଥିବା ଅଟୋକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ

ପାଟଣା, ୨୮।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଅଭାବନୀୟ ଘଟଣା। ଘର ସମ୍ମୁଖରେ ରଖାଯାଇଥିବା ଏକ ଅଟୋକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: ଏହି ଦିନଠାରୁ ହେବ…

ଦାରିଙ୍ଗବାଡ଼ି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ-୨୦୨୭। ଏହି ମହୋତ୍ସବକୁ ଆକର୍ଷଣୀୟ ଓ ଧୁମ୍‌ଧାମରେ ପାଳନ କରିବା ଲକ୍ଷ୍ୟରେ…

ଗିଲଙ୍କ ଗୋଟିଏ ଭୁଲ ପାଇଁ ଟିମ୍‌ ଇଣ୍ଡିଆକୁ ବଡ଼ କ୍ଷତି, ନ୍ୟୁଜିଲାଣ୍ଡ ବିପକ୍ଷରେ ହାତଛଡ଼ା ହେଲା ସୁଯୋଗ

ଖ୍ରୀଷ୍ଟଚର୍ଚ୍ଚ,୨୮।୧୧: ଖ୍ରୀଷ୍ଟଚର୍ଚ୍ଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଜୋରଦାର ମୁକାବିଲା ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୪୬ ରନ…

ଆଜି ଦୀପଥୁନରେ ଦୀପ ଜାଳିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮ା୧୧: ଥିରୁପରନକୁନ୍ଦ୍ରମସ୍ଥିତ ବିବାଦୀୟ ଦୀପଥୁନ ସ୍ତମ୍ଭରେ କାର୍ତ୍ତିଗାଇ ଦୀପମ ପ୍ରଜ୍ଜ୍ୱଳନ ପାଇଁ ନଭେମ୍ବର ୨୦ରେ ଦିଆଯାଇଥିବା ନିର୍ଦ୍ଦେଶର ଜାଣିଶୁଣି ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଶୁକ୍ରବାର…

ATMରୁ ଟଙ୍କା ଉଠାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ, ନୂଆ ନିୟମ ଲାଗୁ କଲା RBI

ନୂଆଦିଲ୍ଲୀ,୨୮।୧୧: ଯଦି ଆପଣ ପ୍ରତି ମାସରେ ATMରୁ ଟଙ୍କା ଉଠାଉଛନ୍ତି, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂଆ ନିୟମ ଜାଣିବା ଜରୁରୀ। ଏଣିକି ବ୍ୟାଙ୍କ ଗ୍ରାହକଙ୍କୁ…

ରାସ୍ତାରେ ୫୦ଟଙ୍କା ପକାଇ ଲକ୍ଷେ ନେଇଗଲେ ଦୁର୍ବୃତ୍ତ: ହତାଶ ହୋଇ ଫେରିଲେ ବିପିନ

ବାଣପୁର,୨୮ା୧୧(ଦିଲୀପ କୁମାର ସ୍ବାଇଁ):ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଭୀମପୁର ଗ୍ରାମର ବିପିନ ବିହାରୀ ଦାଶ ଶୁକ୍ରବାର ସ୍ଥାନୀୟ ବଜାରରେ ଥିବା ୟୁକୋ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?