ବେପରୁଆ ଗାଡ଼ି ଚାଳନା ନେଲା ଆଉ ଏକ ଜୀବନ: ବୁଦୁଲି ନିକଟରେ କାର୍‌ ଧକ୍କାରେ ଭଞ୍ଜନଗର ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର, ୨୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନ ବିଭିନ୍ନ ଅଞ୍ଚଳରେ ଗତ କିଛି ମାସ ହେଲା ସଡ଼କ ଦୁର୍ଘଟଣାଜନିତ ମୃତାହତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ବେପରୁଆ ଗାଡ଼ି ଚାଳନା, ଟ୍ରାଫିକ ସମସ୍ୟା ଓ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଅନେକ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିପଡ଼ୁଥିବା ବେଳେ ଏହା ଏବେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏହି କ୍ରମରେ ଗୁରୁବାର ରାତିରେ ଭଞ୍ଜନଗର-ଦୁର୍ଗାପ୍ରସାଦ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା କାର୍‌ ଧକ୍କାରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କର ଶୁକ୍ରବାର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଭଞ୍ଜନଗର ଠାକୁରାଣୀ ମନ୍ଦିର ସାହିର ଆକାଶ ବେହେରା ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ଆକାଶ ଓ ତାଙ୍କର କିଛି ସାଙ୍ଗ ପଇଡ଼ ଆଣିବା ପାଇଁ ମୁଜାଗଡ଼କୁ ଯାଇଥିଲେ। ଫେରିବା ସମୟରେ ଆକାଶ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ଆସୁଥିବା ବେଳେ ଅନ୍ୟ ସାଙ୍ଗମାନେ ପଇଡ଼ ନେଇ ଏକ ଟାଟା ଏସି ଗାଡ଼ିରେ ଫେରୁଥିଲେ। ବାଟରେ ବୁଦୁଲି ନିକଟରେ ପରିଶ୍ରା ପାଇଁ ସେମାନେ ଗାଡ଼ି ଅଟକାଇ ଛିଡ଼ା ହୋଇଥିବା ବେଳେ ଏକ ଦ୍ରୁତଗାମୀ କାର୍‌ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା। ତେବେ ଆକାଶଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ଆକାଶଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ମଧ୍ୟ ଭଞ୍ଜନଗର ଅଞ୍ଚଳର ଜଣାଶୁଣା କଂଗ୍ରେସ ନେତା ବିକ୍ରମ ବିଷୋୟୀଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଆଉ ଅପେକ୍ଷା ନାହିଁ: ଆବେଦନର ୧୦ ଦିନରେ ମିଳିବ ଭତ୍ତା, ଭଞ୍ଜନଗରରେ ୧୭୧୮ ନୂତନ ହିତାଧିକାରୀଙ୍କୁ…

ଭଞ୍ଜନଗର, ୨୭।୧୧ (ବାବୁଲା ପ୍ରଧାନ): ଭତ୍ତା ପାଇଁ ଆଉ ମାସ ମାସ କିମ୍ବା ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି। ଏଣିକି ଆବେଦନର ମାତ୍ର ୧୦ ଦିନ…

ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ

ପଟ୍ଟାଙ୍ଗି, ୨୭।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ସରପଞ୍ଚ…

ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜନଜାତି ବହୁଳ ଶବରପଡ଼ାଠାରେ ପେତି ଭକ୍ତା (୮୨)ଙ୍କୁ ସ୍ବାମୀ ମରିବାର ୩୦ ବର୍ଷ ପରେ ବିଧବା କି…

ରାଜ୍ୟସ୍ତରରେ ପୁରସ୍କୃତ ହେଲା ଭଞ୍ଜନଗର ଏସ୍‌ଏନ୍‌ସିୟୁ

ଭଞ୍ଜନଗର, ୨୭/୧୧ (ବାବୁଲା ପ୍ରଧାନ): ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬ ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସ୍‌ଏନ୍‌ସିୟୁ)କୁ ରାଜ୍ୟସ୍ତରୀୟ ପୁରସ୍କାର…

ବାଲ୍ୟ ବିବାହ ରୋକିବାକୁ ପ୍ରଶାସନର ତତ୍ପରତା, ଜନଜାତିଙ୍କୁ କଲା ସଚେତନ

ମହାକାଳପଡ଼ା, ୨୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ, ବିଶେଷକରି ଜନଜାତି ଓ ବଙ୍ଗୀୟ ବସତି ଅଞ୍ଚଳରେ ବାଲ୍ୟ ବିବାହ ବୃଦ୍ଧି…

ଯୁବକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

ଛତ୍ରପୁର.୨୭ା୧୧(ଦିଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବିଲରେ ପକାଇବା, ଲୁଟ ଓ ହତ୍ୟା ଧମକ ଅଭିଯୋଗରେ…

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଏଥର ଗୋଲାପ ଚନ୍ଦ୍ର ଦାଶ କଂସ ମହାରାଜ

ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧…

ହିଂସା ନୁହେଁ, ନାରୀଙ୍କୁ ମିଳୁ ସମ୍ମାନ: ମହିଳା ହିଂସା ବିଲୋପ …

ଦିଗପହଣ୍ଡି, ୨୭।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍‌) ପକ୍ଷରୁ ମିଶନ ଶକ୍ତି ଭବନ ପରିସରରେ ବ୍ଲକସ୍ତରୀୟ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?