ବାଣପୁର,୨୮ା୧୧(ଦିଲୀପ କୁମାର ସ୍ବାଇଁ):ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଭୀମପୁର ଗ୍ରାମର ବିପିନ ବିହାରୀ ଦାଶ ଶୁକ୍ରବାର ସ୍ଥାନୀୟ ବଜାରରେ ଥିବା ୟୁକୋ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ସେ ଏକ ଜରି ବ୍ୟାଗରେ ଉକ୍ତ ଟଙ୍କା ରଖି ସାଇକେଲରେ ଓହଳାଇ ଘରକୁ ଯାଉଥିଲେ। ବଜାର ମଝି ରଘୁନାଥ ସାହି ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଆପଣଙ୍କର ୫୦ଟଙ୍କା ରାସ୍ତାରେ ପଡ଼ିଗଲା ବୋଲି ବିପିନଙ୍କୁ କହିଥିଲେ। ଏହାପରେ ବିପିନ ସାଇକେଲ ରଖି ୫୦ଟଙ୍କା ଆଣିବାକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ସାଇକେଲରେ ଥିବା ୧ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ। ଏନେଇ ବିପିନଙ୍କ ଅଭିଯୋଗକ୍ରମେ ବାଣପୁର ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି।
Dharitri – Odisha’s No.1 Odia Daily

