ମରିନାହାନ୍ତି ‘ରେହମାନ ଡାକାୟତ୍’, ଫ୍ୟାନ୍ସଙ୍କ ଦାବି ପରେ ଧୁରନ୍ଧର ନିର୍ଦ୍ଦେଶକ ନେଲେ ବଡ ନିଷ୍ପତି

ମୁମ୍ବାଇ: ବକ୍ସ ଅଫିସରେ ଐତିହାସିକ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଧୁରନ୍ଧର’ର ସିକ୍ୱେଲକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦର୍ଶକଙ୍କ ପ୍ରବଳ ଦାବି ଏବଂ ‘ରେହମାନ ଡାକାୟତ୍’ ଚରିତ୍ରର ଲୋକପ୍ରିୟତାକୁ ଦେଖି ନିର୍ଦ୍ଦେଶକ ଆଦିତ୍ୟ ଧର ‘ଧୁରନ୍ଧର-୨’ର କାହାଣୀରେ ପରିବର୍ତ୍ତନ କରିବା ସହ ଅକ୍ଷୟ ଖାନ୍ନାଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଥମ ଭାଗରେ ଅକ୍ଷୟ ଖାନ୍ନାଙ୍କ ଖଳନାୟକ ଚରିତ୍ରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ବିଶେଷ କରି ଫ୍ଲିପରରାଚିଙ୍କ ‘ଫାସଲା’ ଗୀତରେ ତାଙ୍କର ସ୍ୱତନ୍ତ୍ର ନୃତ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ସିକ୍ୱେଲରେ ଦେଖିବା ପାଇଁ ଫ୍ୟାନ୍ସମାନେ ଅନଲାଇନରେ ଦାବି କରିଥିଲେ।

ଯଦିଓ ‘ଧୁରନ୍ଧର-୨’ର ମୁଖ୍ୟ ସୁଟିଂ ଶେଷ ହୋଇସାରିଛି, କିନ୍ତୁ ଅକ୍ଷୟଙ୍କ ଚରିତ୍ରକୁ ସ୍ଥାନ ଦେବା ପାଇଁ ଚଳିତ ମାସ ଶେଷ ଆଡ଼କୁ କିଛି ଦୃଶ୍ୟର ପୁନଃ ସୁଟିଂ କରାଯିବ।

ତେବେ ପ୍ରଥମ ଭାଗରେ ‘ରେହମାନ ଡାକାଇତ୍’ର ମୃତ୍ୟୁ ଘଟିସାରିଛି। ତେଣୁ ସିକ୍ୱେଲରେ ତାଙ୍କୁ ଜୀବିତ ଦେଖାଇବା ପରିବର୍ତ୍ତେ ‘ଫ୍ଲାସବ୍ୟାକ୍’ ଜରିଆରେ ତାଙ୍କର ପୁରୁଣା କାହାଣୀ, ତାଙ୍କର ଉତ୍ଥାନ ଏବଂ ସେ ସମ୍ପର୍କିତ ଅଜଣା ତଥ୍ୟକୁ ପରଦାକୁ ଅଣାଯିବ। ଏହା ଦ୍ୱାରା ଚଳଚ୍ଚିତ୍ରର ମୂଳ କାହାଣୀ ପ୍ରଭାବିତ ନହୋଇ ମଧ୍ୟ ଅକ୍ଷୟଙ୍କୁ ଅଧିକ ସ୍କ୍ରିନ୍ ଟାଇମ୍ ମିଳିପାରିବ।

ରଣବୀର ସିଂ ଏବଂ ଅକ୍ଷୟ ଖାନ୍ନାଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ସ୍ପାଏ-ଥ୍ରୀଲର ୧୯ ମାର୍ଚ୍ଚ ୨୦୨୬ ରେ ପ୍ରେକ୍ଷାଳୟକୁ ଆସିବ। ‘ଧୁରନ୍ଧର’ ବିଶ୍ୱସ୍ତରରେ ୧୨୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଛି ଏବଂ ଏହାର ସିକ୍ୱେଲ ପାଇଁ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?