ପ୍ରିୟଙ୍କା ମିସ୍‌ ଓ୍ବାର୍ଲ୍ଡ ଜିତିବା ପରେ ତାଙ୍କୁ କୋଳାଗ୍ରତ କରି ଏମିତି କହିଥିଲେ ମା’

ଅଭିନେତ୍ରୀ ତଥା ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ୨୦୦୦ରେ ମିସ ୱାଲର୍‌ଡ ଟାଇଟଲ ହାସଲ କରିଥିଲେ। ଏହା କେବଳ ତାଙ୍କ ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ସମ୍ମାନ ଓ ଗର୍ବର ବିଷୟ ଥିଲା। ମିସ ୱାଲର୍‌ଡ ମୁକୁଟ ପିନ୍ଧିବା ସମୟରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଏବଂ ପିତା ଅଶୋକ ଚୋପ୍ରା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମିସ ୱାଲର୍‌ଡ ଘୋଷଣା ପରେ ପ୍ରିୟଙ୍କାଙ୍କ ପରିବାର ସଦସ୍ୟ ଖୁସିରେ ଆତ୍ମହରା ହୋଇଯାଇଥିଲେ। କିନ୍ତୁ ଏହି ସମୟରେ ପ୍ରିୟଙ୍କାଙ୍କୁ ତାଙ୍କ ମା’ଙ୍କ ପ୍ରଶ୍ନ ବେଶ୍‌ ମଜାଦାର ଥିଲା। ୨୦ ବର୍ଷ ପୂର୍ବେ ତାଙ୍କ ଟାଇଟଲ ଜିତିବାର ସେହି ମୁହୂର୍ତ୍ତକୁ ମନେ ପକାଇ ପ୍ରିୟଙ୍କା ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ମଧୁ ଚୋପ୍ରା କହିଛନ୍ତି- ସେ ସମୟରେ ମୋ ଆଖିରୁ ଖାଲି ଲୁହ ଝରୁଥିଲା। କ’ଣ ଘଟିବ ମୁଁ ଜାଣି ନ ଥିଲି। ମୁଁ କେବଳ ତାଙ୍କୁ କୋଳାଗ୍ରତ କରିବାକୁ ଚାହୁଁଥିଲି। ଯେତେବେଳେ ମୁଁ ତାକୁ କୋଳାଗ୍ରତ କଲି, ମୁଁ ମୁର୍ଖତାର ସହ ଏକ କଥା କହିଥିଲି। ସେତେବେଳେ ମୁଁ ଏହା କହିବା ଉଚିତ୍‌ ଥିଲା ଯେ ତୁ ମିସ ୱାଲର୍‌ଡ ହୋଇଥିବାରୁ ମୁଁ ବହୁତ ଖୁସି କିନ୍ତୁ ଏହା କହିବା ପରିବର୍ତ୍ତେ ଆଗକୁ ତୋର ପାଠପଢା କ’ଣ ହେବ ବୋଲି ପଚାରିଥିଲି ବୋଲି ମଧୁ କହିଛନ୍ତି।
ପ୍ରିୟଙ୍କାଙ୍କ ଶେଷ ଥର ପାଇଁ ଦି ସ୍କାଏ ଇଜ୍‌ ପିଙ୍କ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ଫରହାନ ଅଖତରଙ୍କ ସହ କାମ କରିଥିଲେ। ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ ଦ ହ୍ବାଇଟ ଟାଇଗରରେ ରାଜକୁମାର ରାଓଙ୍କ ସହ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିବ।

https://www.instagram.com/tv/CG0XsiWjoTO/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?