ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ ଜୀବନର ସଂଘର୍ଷ ଓ ଅନେକ ଅକୁହା କାହାଣୀ ମଧ୍ୟ ସାମ୍ନାକୁ ଆସିଥାଏ। ଏହିପରି କିଛି ଦେଖିବାକୁ ମିଳିଥିଲା କେବିସି ୧୮ର ଏକ ଏପିସୋଡରେ। ଅଭିନେତା ରାଜକୁମାର ରାଓ ତାଙ୍କ ଆଗାମୀ ଫିଲ୍ମ ‘ପ୍ରହାର’ର ସହ-କଳାକାର ୱାମିକା ଗବ୍ବୀ ଓ ଉଜ୍ଜ୍ୱଳ ନିକମଙ୍କ ସହ ହଟ ସିଟ୍‌ରେ ପହଞ୍ଚିଥିଲେ। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସିବା ପରେ ରାଜକୁମାର ତାଙ୍କ ସଂଘର୍ଷମୟ ଦିନଗୁଡ଼ିକୁ ମନେ ପକାଇଥିଲେ। ଅଭିନୟ ପ୍ରତି ତାଙ୍କର ଆଗ୍ରହ ଖୁବ କମ ବୟସରୁ ଥିଲା ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶାହରୁଖଙ୍କ ପ୍ରସଙ୍ଗ ଉଠିବା ପରେ ରାଜକୁମାର କହିଥିଲେ ଯେ, ଦିଲ୍ଲୀରୁ ଆସିଥିବା ଶାହରୁଖଙ୍କ ସଂଘର୍ଷ ତାଙ୍କୁ ଅନେକ ପ୍ରେରଣା ଦେଇଥିଲା। ମଧ୍ୟବିତ୍ତ ପରିବାରର ଜଣେ ଯୁବକ ଦିଲ୍ଲୀରୁ ମୁମ୍ବାଇ ଆସି ଥିଏଟର ଓ ଟେଲିଭିଜନ୍‌ରେ କାମ କରିବା ପରେ କିପରି ବଡ଼ ଷ୍ଟାର ହୋଇଥିଲେ, ତାହା ରାଜକୁମାରଙ୍କୁ ପ୍ରଭାବିତ କରିଥିଲା। କେବଳ ଶାହରୁଖ ନୁହେଁ, ଅମିତାଭ ବଚ୍ଚନଙ୍କର ପୋଷ୍ଟର ସବୁବେଳେ ତାଙ୍କ ଘରେ ଲାଗୁଥିଲା। ଅମିତାଭଙ୍କ ଅଭିନୟ ଓ ସଫଳତା ତାଙ୍କ ସମେତ ଅନେକଙ୍କୁ ପ୍ରେରଣା ଦେଇଥିଲା।

ମୁମ୍ବାଇରେ ନିଜର ପ୍ରଥମ ଦିନକୁ ମନେ ପକାଇ ରାଜକୁମାର କହିଥିଲେ, ଏକ ଶୋ’ ପାଇଁ ଅଡିସନ ଦେବାକୁ ସେ ପ୍ରଥମେ ମୁମ୍ବାଇ ଆସିଥିଲେ। କିନ୍ତୁ ଅଡିସନରେ ତାଙ୍କର ଚୟନ ହୋଇ ନ ଥିଲା। ରିଜେକ୍ସନ ପରେ ମଧ୍ୟ ସେ ନିରାଶ ହୋଇ ଫେରିଯାଇ ନ ଥିଲେ। ସେହି ସମୟରେ ସେ ଅମିତାଭଙ୍କ ‘ଜଲସା’ ଏବଂ ଶାହରୁଖ ଖାନଙ୍କ ‘ମନ୍ନତ’ ବଙ୍ଗଳା ସାମ୍ନାରେ ଛିଡ଼ା ହୋଇ ନିଜ ପ୍ରିୟ ଅଭିନେତାଙ୍କୁ ଦେଖିବାର ଆଶା ରଖୁଥିଲେ। ଆଜି ରାଜକୁମାର ବଲିଉଡ୍‌ର ଜଣେ ପରିଚିତ ଅଭିନେତା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଚାକିରିଆଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ୱରରେ ଡେରି ହେବ ସାଲାରୀ! ଏହିଦିନ ଆସିବ…

ନୂଆଦିଲ୍‌ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି।…

ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ

ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?