‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ ଦେଖିବାକୁ ମିଳିଛି। ଅନ୍ୟପଟେ ତାଙ୍କ ପତ୍ନୀ ସୁନୀତା ଆହୁଜା ଏକାକୀ ପଣ୍ଡାଲରେ ପହଞ୍ଚି ପୂଜା କରିଥିଲେ। ଏହାପରେ କଶ୍ମୀରା ଶାହା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ‘ଘର ଭାଙ୍ଗୁଥିବା ଲୋକଙ୍କୁ ପ୍ରୋତ୍ସାହନ ନଦେବା’କୁ ଅପିଲ କରିଥିଲେ। ଏହି ପୋଷ୍ଟ ପରେ ସେ ଗୋବିନ୍ଦାଙ୍କୁ ଟାର୍ଗେଟ କରିଥିବା ନେଇ ସୋସିଆଲ ମିଡିଆରେ ଅଟକଳ ଆରମ୍ଭ ହୋଇଛି।

ବୁଧବାର କଶ୍ମୀରା ଶାହା ଇନଷ୍ଟାଗ୍ରାମରେ ଏକ ଫଟୋ ସହ ଏକ ନୋଟ ଶେୟାର କରିଥିଲେ। ସେଥିରେ ସେ ଲେଖିଥିଲେ, ‘ମୁଁ ବିଶ୍ୱାସ କରିପାରୁନାହିଁ ଯେ ଲୋକେ ଜଣେ ‘ରହସ୍ୟମୟ ମହିଳା’ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ତାଙ୍କ ବିଷୟରେ ପୋଷ୍ଟ କରୁଛନ୍ତି। ଘର ଭାଙ୍ଗୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ କରନ୍ତୁ ଏବଂ ନିଜ ସମର୍ପିତ ପତ୍ନୀଙ୍କୁ ଛାଡ଼ି କମ ବୟସର ଆକାଂକ୍ଷୀ ଯୁବତୀଙ୍କ ସହ ଚାଲିଯାଉଥିବା ପୁରୁଷଙ୍କୁ ଆଦର୍ଶ ମାନିବା ବନ୍ଦ କରନ୍ତୁ। ଏହା ଘୃଣ୍ୟ। ଆମ ଲୋକଙ୍କଠାରୁ ଅଧିକ ବୁଦ୍ଧିମତା ଓ ନୈତିକତା ଆଶା କରୁଛି। ଦୟାକରି ଏହି ପାଗଳାମିକୁ ବନ୍ଦ କରନ୍ତୁ।’

କଶ୍ମୀରା ତାଙ୍କ ପୋଷ୍ଟରେ କାହାର ନାଁ ନେଇନଥିଲେ। କିନ୍ତୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ଅଟକଳ କରିଛନ୍ତି ଯେ ସେ ତାଙ୍କ ‘ମାମୀ’ ସୁନୀତା ଆହୁଜାଙ୍କ ସମର୍ଥନରେ ଏହି ପୋଷ୍ଟ କରିଛନ୍ତି। କାରଣ, ଗୋବିନ୍ଦାଙ୍କୁ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ ଦେଖାଯିବାର କିଛି ସମୟ ପରେ ଏହି ପୋଷ୍ଟ ସାମ୍ନାକୁ ଆସିଥିଲା।

ଜଣେ ଫ୍ୟାନ କମେଣ୍ଟ କରି ଲେଖିଥିଲେ, ‘ସୁନୀତାଙ୍କୁ ଆପଣଙ୍କ ଭଳି ଜଣେ ଶକ୍ତିଶାଳୀ ମହିଳାଙ୍କ ସମର୍ଥନ ମିଳୁଥିବା ଦେଖି ବହୁତ ଭଲ ଲାଗିଲା।’ ଆଉ ଜଣେ ଲେଖିଥିଲେ, ‘ସତ୍ୟର ସାଥ ଦେଇଥିବାରୁ ଧନ୍ୟବାଦ। ସୁନୀତାଜୀଙ୍କୁ ଆପଣଙ୍କ ଆବଶ୍ୟକତା ଥିଲା।’ ଅନ୍ୟ ଜଣେ ଫ୍ୟାନ କହିଥିଲେ, ‘କଶ୍ମୀରା, ଆପଣ ସୁନୀତାଜୀଙ୍କ ସାଥ ଦେଇଥିବାରୁ ଆପଣଙ୍କ ପାଇଁ ଗର୍ବିତ।’

ବୁଧବାର ଗୋବିନ୍ଦା ଲାଲବାଗଚା ରାଜାଙ୍କ ପଣ୍ଡାଲରେ ପହଞ୍ଚି ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ତେବେ ଏଠାରେ ତାଙ୍କ ସହ କୋମଲ ରାଣୀ ଥିବା ଘଟଣା ଚର୍ଚ୍ଚାର କାରଣ ପାଲଟିଥିଲା। କୋମଲ ରାଣୀ ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ‘ରୂପା’ରେ ତାଙ୍କ ସହ ନଜର ଆସିବେ ବୋଲି କୁହାଯାଉଛି। ଲାଲବାଗଚା ରାଜାଙ୍କ ପଣ୍ଡାଲରେ ଦୁହିଁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?