‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ ଦେଖିବାକୁ ମିଳିଛି। ଅନ୍ୟପଟେ ତାଙ୍କ ପତ୍ନୀ ସୁନୀତା ଆହୁଜା ଏକାକୀ ପଣ୍ଡାଲରେ ପହଞ୍ଚି ପୂଜା କରିଥିଲେ। ଏହାପରେ କଶ୍ମୀରା ଶାହା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ‘ଘର ଭାଙ୍ଗୁଥିବା ଲୋକଙ୍କୁ ପ୍ରୋତ୍ସାହନ ନଦେବା’କୁ ଅପିଲ କରିଥିଲେ। ଏହି ପୋଷ୍ଟ ପରେ ସେ ଗୋବିନ୍ଦାଙ୍କୁ ଟାର୍ଗେଟ କରିଥିବା ନେଇ ସୋସିଆଲ ମିଡିଆରେ ଅଟକଳ ଆରମ୍ଭ ହୋଇଛି।

ବୁଧବାର କଶ୍ମୀରା ଶାହା ଇନଷ୍ଟାଗ୍ରାମରେ ଏକ ଫଟୋ ସହ ଏକ ନୋଟ ଶେୟାର କରିଥିଲେ। ସେଥିରେ ସେ ଲେଖିଥିଲେ, ‘ମୁଁ ବିଶ୍ୱାସ କରିପାରୁନାହିଁ ଯେ ଲୋକେ ଜଣେ ‘ରହସ୍ୟମୟ ମହିଳା’ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ତାଙ୍କ ବିଷୟରେ ପୋଷ୍ଟ କରୁଛନ୍ତି। ଘର ଭାଙ୍ଗୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ କରନ୍ତୁ ଏବଂ ନିଜ ସମର୍ପିତ ପତ୍ନୀଙ୍କୁ ଛାଡ଼ି କମ ବୟସର ଆକାଂକ୍ଷୀ ଯୁବତୀଙ୍କ ସହ ଚାଲିଯାଉଥିବା ପୁରୁଷଙ୍କୁ ଆଦର୍ଶ ମାନିବା ବନ୍ଦ କରନ୍ତୁ। ଏହା ଘୃଣ୍ୟ। ଆମ ଲୋକଙ୍କଠାରୁ ଅଧିକ ବୁଦ୍ଧିମତା ଓ ନୈତିକତା ଆଶା କରୁଛି। ଦୟାକରି ଏହି ପାଗଳାମିକୁ ବନ୍ଦ କରନ୍ତୁ।’

କଶ୍ମୀରା ତାଙ୍କ ପୋଷ୍ଟରେ କାହାର ନାଁ ନେଇନଥିଲେ। କିନ୍ତୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ଅଟକଳ କରିଛନ୍ତି ଯେ ସେ ତାଙ୍କ ‘ମାମୀ’ ସୁନୀତା ଆହୁଜାଙ୍କ ସମର୍ଥନରେ ଏହି ପୋଷ୍ଟ କରିଛନ୍ତି। କାରଣ, ଗୋବିନ୍ଦାଙ୍କୁ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ ଦେଖାଯିବାର କିଛି ସମୟ ପରେ ଏହି ପୋଷ୍ଟ ସାମ୍ନାକୁ ଆସିଥିଲା।

ଜଣେ ଫ୍ୟାନ କମେଣ୍ଟ କରି ଲେଖିଥିଲେ, ‘ସୁନୀତାଙ୍କୁ ଆପଣଙ୍କ ଭଳି ଜଣେ ଶକ୍ତିଶାଳୀ ମହିଳାଙ୍କ ସମର୍ଥନ ମିଳୁଥିବା ଦେଖି ବହୁତ ଭଲ ଲାଗିଲା।’ ଆଉ ଜଣେ ଲେଖିଥିଲେ, ‘ସତ୍ୟର ସାଥ ଦେଇଥିବାରୁ ଧନ୍ୟବାଦ। ସୁନୀତାଜୀଙ୍କୁ ଆପଣଙ୍କ ଆବଶ୍ୟକତା ଥିଲା।’ ଅନ୍ୟ ଜଣେ ଫ୍ୟାନ କହିଥିଲେ, ‘କଶ୍ମୀରା, ଆପଣ ସୁନୀତାଜୀଙ୍କ ସାଥ ଦେଇଥିବାରୁ ଆପଣଙ୍କ ପାଇଁ ଗର୍ବିତ।’

ବୁଧବାର ଗୋବିନ୍ଦା ଲାଲବାଗଚା ରାଜାଙ୍କ ପଣ୍ଡାଲରେ ପହଞ୍ଚି ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ତେବେ ଏଠାରେ ତାଙ୍କ ସହ କୋମଲ ରାଣୀ ଥିବା ଘଟଣା ଚର୍ଚ୍ଚାର କାରଣ ପାଲଟିଥିଲା। କୋମଲ ରାଣୀ ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ‘ରୂପା’ରେ ତାଙ୍କ ସହ ନଜର ଆସିବେ ବୋଲି କୁହାଯାଉଛି। ଲାଲବାଗଚା ରାଜାଙ୍କ ପଣ୍ଡାଲରେ ଦୁହିଁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?