Posted inରାଜ୍ୟ

ପୋପ୍‌ ଫ୍ରାନ୍‌ସିସ୍କୋଙ୍କୁ ଭେଟିପାରନ୍ତି ନବୀନ

ଭୁବନେଶ୍ୱର, ୯ା୬(ବ୍ୟୁରୋ): ଦୀର୍ଘ ୧୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଶେଷ ସପ୍ତାହରେ ସମ୍ଭବତଃ ୨୨ ତାରିଖରେ ଇଟାଲୀ ଏବଂ ସାଉଦି ଆରବ ଗସ୍ତରେ ଯିିବେ। ଏହି ଗସ୍ତ ସମୟରେ ସେ ଭାଟିକାନ୍‌ ସିଟିରେ ଥିବା କ୍ୟାଥ୍‌ଲିକ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍‌ସିସ୍କୋଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇଥିବା କୁହାଯାଉଛି। ଯଦି ପୋପ୍‌ଙ୍କୁ ସେ ଭେଟନ୍ତି, ତେବେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ଏହି ସୁଯୋଗ ପାଇବେ। ନବୀନଙ୍କ ବିଦେଶ ଗସ୍ତ ନେଇ ଏଯାଏ ସରକାରୀ ଭାବେ କୌଣସି ସୂଚନା ଦିଆଯାଇନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ଏହି ଗସ୍ତ ସମୟରେ ବିଭିନ୍ନ ଉଦ୍ୟୋଗୀଙ୍କୁ ଭେଟିବେ। ଏଥିସହ ପ୍ରବାସୀ ଓଡ଼ିଆଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍‌ ୨୮ରେ ସେ ୟୁଏଇରେ ଶିଳ୍ପପତି ଏବଂ ଅନ୍ୟମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ପୋପ୍‌ଙ୍କ ସହ ନବୀନଙ୍କ ଏହି ପ୍ରସ୍ତାବିତ ଭେଟଘାଟ ଭାବମୂର୍ତ୍ତିକୁ କିଛି ମାତ୍ରାରେ ଉପରକୁ ନେବାର ପ୍ରୟାସ ବୋଲି କୁହାଯାଇପାରେ। ଏଭଳି ଉଚ୍ଚସ୍ତରୀୟ ବୈଠକରେ ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ନବୀନଙ୍କ ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋପ୍‌ଙ୍କୁ ଭେଟିବାର ସୂଚନା ରହିଥିଲା। ମମତା ଇଟାଲୀ ଯିବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଅନୁମତି ଦେଇ ନ ଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପୋପ୍‌ଙ୍କୁ ସାକ୍ଷାତ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପୂର୍ବତନ ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଛି। ଲିଭର୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭...

ଆଖି ବୁଜିଲେ ୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୮ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୨କୁ ବୃଦ୍ଧି ପାଇଥିବା ରାଜ୍ୟ...

ଟ୍ରକ୍‌ ସହ ପିଟି ହେଲା ବସ୍‌: ଜଣେ ମୃତ, ୫ ଗୁରୁତର

ନବରଙ୍ଗପୁର,୧୫।୩(ବି.ପ୍ର.): ନବରଙ୍ଗପୁରଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ତ୍ରିପାଠୀ ବସ୍‌ ଆନ୍ଧ୍ରପ୍ରଦେଶ ବାରୁଆ ଥାନା ଅନ୍ତର୍ଗତ କୋରଲାମ ଭେସି ଛକ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବସ...

୪୬ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡ଼ିଶାର ୨ୟ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଦିନକୁ ଦିନ ବଢ଼ୁଛି ମହାମାରୀ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ପର୍ଯ୍ୟନ୍ତ ୧୭୬ ଦେଶରେ କରୋନା ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏହା...

ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ, ୨୪।୨: ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ପୌରସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ସମୂଦ୍ର କୂଳ...

ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍‌ ରହୁଛି ନୂଆ ଆକ୍ରାନ୍ତଙ୍କ...

ଉପନିର୍ବାଚନ ସମୟରେ ଲାଗିଲା ମାଓବାଦୀ ବ୍ୟାନର

ପାଠଇକମାଳ,୨୬।୧୧(ଡିଏନଏ): ବରଗଡ଼ ଜିଲା ପାଇକମାଳ ଠାରୁ ୬ କି.ମି ଦୂର ମାଗୁରମାଲ ଛକ ନିଶାନୀ ଦେବୀ ମନ୍ଦିର ନିକଟରେ ମାଓବାଦୀ ବ୍ୟାନର ଲାଗି ଥିବା ଶନିବାର...

ଜାଗର ପାଇଁ ପୋଲିସ ସଜାଗ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୧୦ ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ...

Advertisement
Archives

Model This Week