ପିଏମ୍‌ଓ ବାବୁ

Dillip Cherian

ସର୍ବକ୍ଷମତାଶାଳୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଯେକୌଣସି ନିଯୁକ୍ତିକୁ ବହୁତ ଆଗ୍ରହ ସହିତ ଦେଖାଯାଏ। ତେଣୁ ତାମିଲନାଡୁ କ୍ୟାଡର୍‌ର ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ପି. ଅମୁଧା ଯେତେବେଳେ ତାଙ୍କର ପାଞ୍ଚବର୍ଷିଆ କେନ୍ଦ୍ରୀୟ ଡେପୁଟେଶନ୍‌ର ଅବଶିଷ୍ଟ ଅବଧି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମସଚିବ ଭାବରେ ନିଯୁକ୍ତି ପାଇଲେ, ସେତେବେଳେ ପର୍ଯ୍ୟବେକ୍ଷକମାନେ ତାଙ୍କ ପ୍ରତିଭା ବିଷୟରେ ଅନୁମାନ ଲଗାଉଛନ୍ତି, ଯାହା କି ପିଏମ୍‌ଓର ଉଚ୍ଚ ମାନଦଣ୍ଡକୁ ପୂରଣ କରୁଥିବ। ଏହି ନିଯୁକ୍ତି ପୂର୍ବରୁ ଅମୁଧା ମସୂରୀରେ ଲାଲବାହାଦୁର ଶାସ୍ତ୍ରୀ ନ୍ୟାଶ୍‌ନାଲ୍‌ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନରେ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। କୌତୂହଳର ବିଷୟ ହେଉଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇବାର କେଇ ମିନିଟ୍‌ ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପାଲାନିସାମୀ ଟୁଇଟ୍‌ କରି ଉକ୍ତ ଆଇଏଏସ୍‌ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ସେ ତାଙ୍କ ସଚ୍ଚୋଟତା ଏବଂ ଦକ୍ଷତା ଦ୍ୱାରା ରାଜ୍ୟ ସରକାରଙ୍କ ଶୁଭେଚ୍ଛା ଓ ରାଜ୍ୟବାସୀଙ୍କ ଭଲପାଇବା ଅର୍ଜନ କରିଛନ୍ତି। ଅମୁଧା ଜଣେ ପ୍ରଭାବଶାଳୀ କ୍ଷେତ୍ର ଅଧିକାରୀ ଏବଂ ଶୀଘ୍ର ନିଷ୍ପତ୍ତି ନେଇପାରୁଥିବା ଅଫିସର ଭାବରେ ସୁନାମ ଅର୍ଜନ କରିଛନ୍ତି। ୨୦୧୫ରେ ସେ ସ୍ବତନ୍ତ୍ର ମୌସୁମୀ ରିଲିଫ୍‌ ଅଧିକାରୀ ଥିବାବେଳେ ହୋଇଥିବା ଚେନ୍ନାଇ ବନ୍ୟା ସମୟରେ ସେ ଯେପରି ଦକ୍ଷତାର ସହ ରିଲିଫ କାର୍ଯ୍ୟର ପରିଚାଳନା କରିଥିଲେ ତାକୁ ତାଙ୍କ ସାଥୀମାନେ ମନେପକାଇଛନ୍ତି। ତାଙ୍କର ଏହି ଗୁଣଗୁଡିକ ହୁଏତ ପିଏମ୍‌ଓକୁ ପ୍ରଭାବିତ କରିଥାଇପାରେ, ଯେଉଁଥିପାଇଁ ତାଙ୍କୁ ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ ସବୁଠାରୁ ଅଧିକ ପୁରସ୍କାରପ୍ରଦ ଏବଂ ଆହ୍ବାନମୂଳକ କାର୍ଯ୍ୟର ଦାୟିତ୍ୱ ଥିବା ପଦବୀ ଦିଆଯାଇଛି।

ଆର୍‌ବିଆଇର ଡେପୁଟି ଗଭର୍ନର
କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ନେତୃତ୍ୱରେ ଗଠିତ ଏକ ସର୍ଚ୍ଚ କମିଟି ଅଗଷ୍ଟ ୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦ ପାଇଁ ପ୍ରାର୍ଥୀମାନଙ୍କର ସାକ୍ଷାତ୍‌କାର ନେବେ ବୋଲି ଜଣାପଡ଼ିଛି। ଏହା ଜୁଲାଇ ୨୩ରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କୌଣସି ସ୍ପଷ୍ଟୀକରଣ ବିନା ଏହାକୁ ବନ୍ଦ କରିଦିଆଯାଇଥିଲା। ବରିଷ୍ଠତମ ଡେପୁଟି ଗଭର୍ନର ଏନ୍‌.ଏସ୍‌. ବିଶ୍ୱନାଥନ୍‌ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ତିନିମାସ ପୂର୍ବରୁ ଗତ ମାର୍ଚ୍ଚମାସରେ ଅଫିସ୍‌ ଛାଡିବା ପରଠାରୁ ଉକ୍ତ ପଦଟି ଖାଲି ପଡ଼ିଛି। ଗୌବାଙ୍କ ବ୍ୟତୀତ ଏହି କମିଟିରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ, ଆର୍ଥିକ ସେବା ସଚିବ ଦେବାଶିଷ ପଣ୍ଡା ଏବଂ ଦୁଇଜଣ ସ୍ବାଧୀନ ସଦସ୍ୟ ଅଛନ୍ତି। ସାକ୍ଷାତ୍‌କାରରୁ ମନୋନୀତ ନାମ ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟ ଥିବା କ୍ୟାବିନେଟ ନିଯୁକ୍ତି କମିଟି ନିକଟକୁ ପଠାଯିବ। ପ୍ୟାନେଲ ଏହି ପଦବୀ ପାଇଁ ଆଠଜଣ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରିଥିବା ଜଣାପଡ଼ିଛି। ଆର୍‌ବିଆଇ ଅଧିନିୟମ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କରେ ଚାରିଜଣ ଡେପୁଟି ଗଭର୍ନର ରହିବା କଥା- ଦୁଇଜଣ ର଼୍ୟାଙ୍କ ଭିତରର, ଜଣେ ବ୍ୟବସାୟିକ ବ୍ୟାଙ୍କର ଅଧିକାରୀ ହୋଇଥିବେ ଏବଂ ଅନ୍ୟ ଜଣେ ଅର୍ଥନୀତିଜ୍ଞ ମୁଦ୍ରାନୀତି ବିଭାଗର ମୁଖ୍ୟ ରହିବେ। ବର୍ତ୍ତମାନ, ଆର୍‌ବିଆଇର ତିନିଜଣ ଡେପୁଟି ଗଭର୍ନର ଅଛନ୍ତି- ବି.ପି. କାନୁନ୍‌ଗୋ, ଏମ୍‌.କେ. ଜୈନ ଏବଂ ମାଇକେଲ ଦେବବ୍ରତ ପାତ୍ର।

କ୍ୟାଡର ଦ୍ୱନ୍ଦ୍ୱ
ଗତବର୍ଷ ଅଗଷ୍ଟ ମାସରେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ପରିଣତ କରାଯିବା ପରେ ସର୍ବଭାରତୀୟ ସେବାର ଜମ୍ମୁ-କଶ୍ମୀର କ୍ୟାଡର୍‌ରେ ନୂତନ ଅଧିକାରୀଙ୍କ ନିଯୁକ୍ତି ବନ୍ଦ କରି ଦିଆଯାଇଥିଲା। ଏହି ପ୍ରକ୍ରିୟା ନିକଟରେ ପୁଣି ଆରମ୍ଭ ହୋଇଥିଲା। କିନ୍ତୁ ଏହାଦ୍ୱାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ ବୋଲି ଅଧିକାରୀମାନଙ୍କ ମତାମତ ପାଇବା ପରେ ସରକାର ଏହାକୁ ପୁନଶ୍ଚ ବନ୍ଦ କରି ଦେଇଛନ୍ତି। ଜମ୍ମୁ-କଶ୍ମୀର କ୍ୟାଡର୍‌ର ଆଇଏଏସ୍‌, ଆଇପିଏସ୍‌ ଓ ଆଇଓଏଫ୍‌ଏସ୍‌କୁ AGMUT (ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ୍‌, କେନ୍ଦ୍ରଶାସିତ ଅଞ୍ଚଳ) କ୍ୟାଡର୍‌ରେ ମିଶ୍ରଣ କରିବାର ଥିଲା। ତେବେ ନିୟମାବଳୀ ଅନୁଯାୟୀ, ଜମ୍ମୁ-କଶ୍ମୀର କ୍ୟାଡର୍‌ରେ ଅଦ୍ୟାବଧି କାର୍ଯ୍ୟ କରୁଥିବା ଅଧିକାରୀମାନେ ସେହି କ୍ୟାଡର୍‌ରେ ହିଁ ରହିବେ। ସେମାନଙ୍କର କ୍ୟାଡର ବଦଳିବ ନାହିଁ। AGMUT ପାଇଁ କ୍ୟାଡର ନିୟନ୍ତ୍ରଣ କର୍ତ୍ତୃପକ୍ଷ ହେଉଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଅନ୍ୟ କ୍ୟାଡରଗୁଡ଼ିକ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦ୍ୱାରା ନିୟନ୍ତ୍ରିତ। ବୋଧହୁଏ କିଛି ଅଧିକାରୀ କେନ୍ଦ୍ରକୁ ଅଭିଯୋଗ କରିଥିଲେ ଯେ, ସମାନ ବ୍ୟାଚ୍‌ର ଦୁଇଜଣ ଅଧିକାରୀ ବିଭିନ୍ନ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଲେ ଅଧିକାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ବିଭେଦ ସୃଷ୍ଟି ହେବ। ବାବୁମାନଙ୍କ ପ୍ରତିରୋଧକୁ ଦେଖି ପ୍ରସ୍ତାବିତ କ୍ୟାଡର ମିଶ୍ରଣକୁ ବର୍ତ୍ତମାନ ପାଇଁ ଆଗକୁ ନ ନେବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। କେତେଜଣ ଅଧିକାରୀ ବିଶ୍ୱାସ କରନ୍ତି ଯେ, ବୋଧହୁଏ ଏହି କ୍ୟାଡର ମିଶ୍ରଣ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ଅଗଷ୍ଟ ୧୫ ପରେ ହିଁ ନିଆଯିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri