ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୧।୮ : ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିନାହିଁ। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ମାସ ୩୧ ଯାଏ ବାତିଲ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଡିଜିସିଏ ଅନୁମତିରେ ପରିଚାଳିତ ବିମାନ କମ୍ପାନୀଗୁଡିକ ଲାଗି ଏହି ନିୟମ କାର୍ଯ୍ୟକାରୀ ହେବ। ନିର୍ଦ୍ଦେଶରେ କୁହାଯାଇଛି ଯେ, ବିଦେଶକୁ ପ୍ରାୟ ୨୫୦୦ ଉଡାଣକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଦେଶ ମଧ୍ୟକୁ ଫେରାଇ ଆଣିବା ଏବଂ ଭାରତରେ ଫସି ରହିଥିବା ଲୋକମାନଙ୍କୁ ବିଦେଶ ପଠାଇବା ଲାଗି ପଦକ୍ଷେପ ନିଆଯାଇଛି।
ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଚଳିତ ବର୍ଷ ୬ମେଠାରୁ ୩୦ ଜୁଲାଇ ମଧ୍ୟରେ ୨.୬୭ ଲକ୍ଷ ଯାତ୍ରୀଙ୍କୁ ବିଦେଶରୁ ଭାରତକୁ ଆଣିଛି। ସେହିଭଳି ଅନ୍ୟ ବିମାନ କମ୍ପାନୀଗୁଡିକ ୪.୮୬ ଲକ୍ଷ ଲୋକଙ୍କୁ ଏଭଳି ସେବା ଯୋଗାଇ ଦେଇଛନ୍ତି। ଯାତ୍ରୀ ସୁବିଧା ଲାଗି ଭାରତ, ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ଦେଶ ସହ ବବଲ୍‌ ଏଗ୍ରିମେଣ୍ଟ କରିଛି।
ନିକଟରେ କେନ୍ଦ୍ର ସରକାର କୁଏତ ସହ ପରିବହନ ବବଲ୍‌ ଏଗ୍ରିମେଣ୍ଟ କରିଛନ୍ତି। ଏହାଦ୍ୱାରା ସେଠାରେ ଫସି ରହିଥିବା ଲୋକଙ୍କୁ ଭାରତ ଫେରାଇ ଆଣିବାକୁ ଯୋଜନା ହାତକୁ ନିଆଯାଇଛି। ଭାରତରେ ରହିଥିବା ଲୋକଙ୍କୁ ମଧ୍ୟ କୁଏତ ପଠାଇବା ଲାଗି ବ୍ୟବସ୍ଥା କରାଯାଇଛି। ଫସି ରହିଥିବା ଲୋକଙ୍କୁ ଦେଶକୁ ଆଣିବା ତଥା ପଠାଇବା ଲାଗି ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଡିଜିସିଏ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri