ନାଁକୁ କଟକଣା: ଉପରଠାଉରିଆ ଭାବେ ଚାଲିଛି ଯାଞ୍ଚ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ସାରା ବିଶ୍ୱରେ କରୋନାର ଭୟାବହତାକୁ ନେଇ ସ୍ଥିତି ଖରାପ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରଶାସନିକ ଅଧିକାରୀମାନେ ନୂଆ ନିୟମ ଅନୁପାଳନ କରି ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। କରୋନା ଯେପରି ସାଧାରଣରେ ସଂକ୍ରମଣ ନ ହେବ ସେଥିଲାଗି ଗତ ଦୁଇ ସପ୍ତାହ ତଳେ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂହ ପ୍ରତ୍ୟେକ ଶନିବାର ଓ ରବିବାର ଜିଲାକୁ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ଏଥିରେ ଆଗାମୀ କିଛିଦିନ ପର୍ଯ୍ୟନ୍ତ ପୁରୀ ଜିଲାକୁ ଅନ୍ୟ କୌଣସି ଜିଲାର ଲୋକେ ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଲଗାଯାଇଥିଲା। ଏସବୁ ନିୟମ ଭିତରେ ରବିବାର ଶଟ୍‌ଡାଉନ୍‌ ନିୟମ ପାଳନ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ତେବେ ଜିଲା ଭିତରକୁ ଆସୁଥିବା କାର୍‌ ଗୁଡ଼ିକ ପିପିଲି ଟୋଲ୍‌ ଗେଟ୍‌ଠାରେ ଅଟକାଇ ସେମାନଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥିଲେ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଉଛି। ହେଲେ ସେହି ରାସ୍ତା ଦେଇ ଯାଉଥିବା ବାଇକ୍‌ଗୁଡ଼ିକୁ ଯାଞ୍ଚ କରାଯାଉନାହିଁ। ଫଳରେ ବାଇକ୍‌ରେ ଯାଉଥିବା ସମସ୍ତ ଯାତ୍ରୀ ଗେଟ୍‌ ଦେଇ ଜିଲା ଭିତରକୁ ପ୍ରବେଶ କରୁଛନ୍ତି। ଏଠାରେ ଶଟ୍‌ଡାଉନ୍‌ ନିୟମ କେତେ ମାତ୍ରାରେ ସଫଳ କରାଯିବାକୁ ଚେଷ୍ଟା କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଇକ୍‌ ଯାଞ୍ଚ କରାଯାଉ ନ ଥିବା ଘଟଣାକୁ ପୁରୀ ଏସ୍‌ପି ଭୁଲ ଦର୍ଶାଉଥିବା ବେଳେ ସ୍ଥାନୀୟ ଚେକିଂ ପଏଣ୍ଟରେ ଉପସ୍ଥିତ ଥିବା ଅଧିକାରୀ କିନ୍ତୁ ଓଲଟା କଥା କହୁଛନ୍ତି। ସେମାନଙ୍କୁ ଏନେଇ ପଚରାଯିବାରେ ଉପର ଅଧିକାରୀ ଯାହା କହୁଛନ୍ତି, ଆମେ ତାହା ପାଳନ କରୁଛି। କେବଳ କାର୍‌ ଯାଞ୍ଚ କରିବାକୁ କୁହାଯାଇଛି। ବାଇକ୍‌ ନୁହେଁ ବୋଲି କହିଛନ୍ତି। ଅନ୍ୟପଟେ ଏହାକୁ ନେଇ କିଛି ଯାତ୍ରୀ ପ୍ରଶ୍ନ ଉଠାଇବା ପରେ ତରବରିଆ ଭାବେ ନିୟମକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା। ହେଲେ ଚେକିଂ ହେଉଥିବା ସ୍ଥାନରୁ ଲୋକଙ୍କୁ ଫେରାଇ ଦିଆଯାଉଥିବା ବେଳେ ଅନ୍ୟ ଦଶ ପ୍ରକାର ଗଳାବାଟରେ ବାହାରି ପୁରୀ ଯାଉଛନ୍ତି। ସେମାନଙ୍କୁ ରୋକିବା ପାଇଁ ପ୍ରଶାସନ କୌଣସି ଚେଷ୍ଟା କରୁ ନ ଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପୁରୀରେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri