ନାଁକୁ କଟକଣା: ଉପରଠାଉରିଆ ଭାବେ ଚାଲିଛି ଯାଞ୍ଚ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ସାରା ବିଶ୍ୱରେ କରୋନାର ଭୟାବହତାକୁ ନେଇ ସ୍ଥିତି ଖରାପ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରଶାସନିକ ଅଧିକାରୀମାନେ ନୂଆ ନିୟମ ଅନୁପାଳନ କରି ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। କରୋନା ଯେପରି ସାଧାରଣରେ ସଂକ୍ରମଣ ନ ହେବ ସେଥିଲାଗି ଗତ ଦୁଇ ସପ୍ତାହ ତଳେ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂହ ପ୍ରତ୍ୟେକ ଶନିବାର ଓ ରବିବାର ଜିଲାକୁ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ଏଥିରେ ଆଗାମୀ କିଛିଦିନ ପର୍ଯ୍ୟନ୍ତ ପୁରୀ ଜିଲାକୁ ଅନ୍ୟ କୌଣସି ଜିଲାର ଲୋକେ ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଲଗାଯାଇଥିଲା। ଏସବୁ ନିୟମ ଭିତରେ ରବିବାର ଶଟ୍‌ଡାଉନ୍‌ ନିୟମ ପାଳନ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ତେବେ ଜିଲା ଭିତରକୁ ଆସୁଥିବା କାର୍‌ ଗୁଡ଼ିକ ପିପିଲି ଟୋଲ୍‌ ଗେଟ୍‌ଠାରେ ଅଟକାଇ ସେମାନଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥିଲେ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଉଛି। ହେଲେ ସେହି ରାସ୍ତା ଦେଇ ଯାଉଥିବା ବାଇକ୍‌ଗୁଡ଼ିକୁ ଯାଞ୍ଚ କରାଯାଉନାହିଁ। ଫଳରେ ବାଇକ୍‌ରେ ଯାଉଥିବା ସମସ୍ତ ଯାତ୍ରୀ ଗେଟ୍‌ ଦେଇ ଜିଲା ଭିତରକୁ ପ୍ରବେଶ କରୁଛନ୍ତି। ଏଠାରେ ଶଟ୍‌ଡାଉନ୍‌ ନିୟମ କେତେ ମାତ୍ରାରେ ସଫଳ କରାଯିବାକୁ ଚେଷ୍ଟା କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଇକ୍‌ ଯାଞ୍ଚ କରାଯାଉ ନ ଥିବା ଘଟଣାକୁ ପୁରୀ ଏସ୍‌ପି ଭୁଲ ଦର୍ଶାଉଥିବା ବେଳେ ସ୍ଥାନୀୟ ଚେକିଂ ପଏଣ୍ଟରେ ଉପସ୍ଥିତ ଥିବା ଅଧିକାରୀ କିନ୍ତୁ ଓଲଟା କଥା କହୁଛନ୍ତି। ସେମାନଙ୍କୁ ଏନେଇ ପଚରାଯିବାରେ ଉପର ଅଧିକାରୀ ଯାହା କହୁଛନ୍ତି, ଆମେ ତାହା ପାଳନ କରୁଛି। କେବଳ କାର୍‌ ଯାଞ୍ଚ କରିବାକୁ କୁହାଯାଇଛି। ବାଇକ୍‌ ନୁହେଁ ବୋଲି କହିଛନ୍ତି। ଅନ୍ୟପଟେ ଏହାକୁ ନେଇ କିଛି ଯାତ୍ରୀ ପ୍ରଶ୍ନ ଉଠାଇବା ପରେ ତରବରିଆ ଭାବେ ନିୟମକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା। ହେଲେ ଚେକିଂ ହେଉଥିବା ସ୍ଥାନରୁ ଲୋକଙ୍କୁ ଫେରାଇ ଦିଆଯାଉଥିବା ବେଳେ ଅନ୍ୟ ଦଶ ପ୍ରକାର ଗଳାବାଟରେ ବାହାରି ପୁରୀ ଯାଉଛନ୍ତି। ସେମାନଙ୍କୁ ରୋକିବା ପାଇଁ ପ୍ରଶାସନ କୌଣସି ଚେଷ୍ଟା କରୁ ନ ଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପୁରୀରେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri