ଗଞ୍ଜାମରେ ଆଉ ୮ କୋଭିଡ୍‌ କେୟାର, ହେଲ୍‌ଥ ସେଣ୍ଟର ଖୋଲାଯିବ: ଜିଲାପାଳ

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ୮ଟି କୋଭିଡ୍‌ କେୟାର ସେଣ୍ଟର(ସିସିସି) ଓ କୋଭିଡ୍‌ ହେଲଥ ସେଣ୍ଟର (ଡିସିଏଚ୍‌ସି) ଖୋଲିବ ସରକାରୀ ଓ ଘରୋଇ ଅନୁଷ୍ଠାନ କୋଠାରେ ଏହା ଚାଲିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସହ ଡାକ୍ତର ଓ ଷ୍ଟାଫ୍‌ ଆଇସୋଲେଶନରେ ଏଠାରେ ରହିବେ। ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଉ କୋଭିଡ୍‌ କେୟାର ଓ ହେଲଥ ସେଣ୍ଟରର ଆବଶ୍ୟକତା ପଡ଼ିଛି। ନୂଆ ମଧ୍ୟରେ ୫ କୋଭିଡ୍‌ କେୟାର ସେଣ୍ଟର ଓ ୩ଟି କୋଭିଡ୍‌ ହେଲ୍‌ଥ ସେଣ୍ଟର ରହିଛି। ଏଠାରେ ମୋଟ୍‌ ୧୧୫୦ଟି ଶଯ୍ୟା ରହିଛି। ସେଗୁଡିକ ମଧ୍ୟରେ ବ୍ରହ୍ମପୁର ବିପିଏଚ୍‌ କଲେଜ ଓ ହସ୍ପିଟାଲର ଆଇପିଡିରେ ସିସିସି (୫୦ ଶଯ୍ୟା), ବ୍ରହ୍ଣପୁର ବିଜୁ ପଟ୍ଟନାୟକ ହୋମିଓପାଥି କଲେଜର ଗାର୍ଲସ ହଷ୍ଟେଲର ଡିସିଏଚ୍‌ସି(୫୦), ବ୍ରହ୍ମପୁରର ଗେଟ୍‌ବଜାର ସ୍ଥିତ ଅମିତ ହସ୍ପିଟାଲରେ ଡିସିଏଚ୍‌ସି (୧୦୦), ଆସିକା ଉପଖଣ୍ଡ ହସ୍ପିଟାଲରେ ଡିସିଏଚ୍‌ସି(୧୦୦), ପାତ୍ରପୁର ଓ ସାନଖେମୁଣ୍ଡି ଓବିଏଭିରେ ସିସିସି (୧୦୦), ବ୍ରହ୍ମପୁର ନୀଳକଣ୍ଠେଶ୍ୱର ନଗରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ବାଳିକା ଓ ବାଳକ ହଷ୍ଟେଲରେ ସିସିସି (୫୦୦), ଆସିକା ଲେପ୍ରୋସି ହସ୍ପିଟାଲ ବିଲଡିଂରେ ସିସିସି (୧୫୦ ଶଯ୍ୟା) ରହିଛି। ଏହାର ସୁପରିଚାଳନା ପାଇଁ ନୋଡାଲ ଅଫିସର, ନୋଡାଲ ପ୍ରଶାସନିକ ଅଫିସର ଓ ହସ୍ପିଟାଲ ମ୍ୟାନେଜରଙ୍କୁ ଜିଲାପାଳ ଉକ୍ତ ସିସିସି ଓ ଡିସିଏଚ୍‌ସିରେ ନିଯୁକ୍ତି ଦେଇଛନ୍ତି। ଏବେ ଜିଲାର ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲ ଓ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟର, ହିଞ୍ଜିଳି ଓ ଭଞ୍ଜନଗରରେ କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଜିଲାର ଶିତଳାପଲି ସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲକୁ ଆଉ ନୂଆ ଭେଣ୍ଟିଲେଟର ଅଣାଯିବ। ପ୍ରତି ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ ଖୋଲିବ। ଏଥିରେ ମୋଟ ୫ ହଜାର ଶଯ୍ୟା ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?