ଗଞ୍ଜାମରେ ଆଉ ୮ କୋଭିଡ୍‌ କେୟାର, ହେଲ୍‌ଥ ସେଣ୍ଟର ଖୋଲାଯିବ: ଜିଲାପାଳ

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ୮ଟି କୋଭିଡ୍‌ କେୟାର ସେଣ୍ଟର(ସିସିସି) ଓ କୋଭିଡ୍‌ ହେଲଥ ସେଣ୍ଟର (ଡିସିଏଚ୍‌ସି) ଖୋଲିବ ସରକାରୀ ଓ ଘରୋଇ ଅନୁଷ୍ଠାନ କୋଠାରେ ଏହା ଚାଲିବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସହ ଡାକ୍ତର ଓ ଷ୍ଟାଫ୍‌ ଆଇସୋଲେଶନରେ ଏଠାରେ ରହିବେ। ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଉ କୋଭିଡ୍‌ କେୟାର ଓ ହେଲଥ ସେଣ୍ଟରର ଆବଶ୍ୟକତା ପଡ଼ିଛି। ନୂଆ ମଧ୍ୟରେ ୫ କୋଭିଡ୍‌ କେୟାର ସେଣ୍ଟର ଓ ୩ଟି କୋଭିଡ୍‌ ହେଲ୍‌ଥ ସେଣ୍ଟର ରହିଛି। ଏଠାରେ ମୋଟ୍‌ ୧୧୫୦ଟି ଶଯ୍ୟା ରହିଛି। ସେଗୁଡିକ ମଧ୍ୟରେ ବ୍ରହ୍ମପୁର ବିପିଏଚ୍‌ କଲେଜ ଓ ହସ୍ପିଟାଲର ଆଇପିଡିରେ ସିସିସି (୫୦ ଶଯ୍ୟା), ବ୍ରହ୍ଣପୁର ବିଜୁ ପଟ୍ଟନାୟକ ହୋମିଓପାଥି କଲେଜର ଗାର୍ଲସ ହଷ୍ଟେଲର ଡିସିଏଚ୍‌ସି(୫୦), ବ୍ରହ୍ମପୁରର ଗେଟ୍‌ବଜାର ସ୍ଥିତ ଅମିତ ହସ୍ପିଟାଲରେ ଡିସିଏଚ୍‌ସି (୧୦୦), ଆସିକା ଉପଖଣ୍ଡ ହସ୍ପିଟାଲରେ ଡିସିଏଚ୍‌ସି(୧୦୦), ପାତ୍ରପୁର ଓ ସାନଖେମୁଣ୍ଡି ଓବିଏଭିରେ ସିସିସି (୧୦୦), ବ୍ରହ୍ମପୁର ନୀଳକଣ୍ଠେଶ୍ୱର ନଗରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ବାଳିକା ଓ ବାଳକ ହଷ୍ଟେଲରେ ସିସିସି (୫୦୦), ଆସିକା ଲେପ୍ରୋସି ହସ୍ପିଟାଲ ବିଲଡିଂରେ ସିସିସି (୧୫୦ ଶଯ୍ୟା) ରହିଛି। ଏହାର ସୁପରିଚାଳନା ପାଇଁ ନୋଡାଲ ଅଫିସର, ନୋଡାଲ ପ୍ରଶାସନିକ ଅଫିସର ଓ ହସ୍ପିଟାଲ ମ୍ୟାନେଜରଙ୍କୁ ଜିଲାପାଳ ଉକ୍ତ ସିସିସି ଓ ଡିସିଏଚ୍‌ସିରେ ନିଯୁକ୍ତି ଦେଇଛନ୍ତି। ଏବେ ଜିଲାର ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲ ଓ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟର, ହିଞ୍ଜିଳି ଓ ଭଞ୍ଜନଗରରେ କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଜିଲାର ଶିତଳାପଲି ସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲକୁ ଆଉ ନୂଆ ଭେଣ୍ଟିଲେଟର ଅଣାଯିବ। ପ୍ରତି ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ ଖୋଲିବ। ଏଥିରେ ମୋଟ ୫ ହଜାର ଶଯ୍ୟା ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri