ଚା’ ଦୋକାନରେ ଚଢ଼ାଉ କଲେ ତହସିଲଦାର

ଶେରଗଡ଼,୧୨ା୭(ଡି.ଏନ୍‌.ଏ.) : ଦିନକୁ ଦିନ ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅଦ୍ୟାବଧି ବ୍ଲକର ୨୦ରୁ ଅଧିକ ଗ୍ରାମରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।
ବ୍ଲକ ସୂତ୍ରରୁ ପ୍ରକାଶ, ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ସୁସ୍ଥ ହୋଇ ଫେରିଲେଣି। ତଥାପି ପ୍ରତିଦିନ ରୋଗୀ ସଂଖ୍ୟା ବାହାରିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ରବିବାର ସକାଳେ ତହସିଲଦାର ବିଭିନ୍ନ ଚା’ଦୋକାନରେ ଚଢ଼ାଉ କରିଛନ୍ତି। ବ୍ଲକର ବରମୁଣ୍ଡଳୀ, କରଡ଼ାକନା, ବନ୍ଧାଗୁଡା ଗ୍ରାମର ଛକରେ ଥିବା ଚା’ ଦୋକାନକୁ ବନ୍ଦ କରିଛନ୍ତି। ପରେ ତହସିଲଦାର ଗୋଟିଏ ପରିବାରର ଟ୍ରାଭେଲ୍‌ ହିଷ୍ଟ୍ରି ସହ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି। ଗ୍ରାମର ଜଣେ ପିଜଟିଭ୍‌ ବାହାରିବା ପରେ ତହସିଲଦାର ଏହି ଚଢ଼ାଉ କରିଛନ୍ତି। ଗ୍ରାମରେ ସାମାଜିକ ଦୂରତ୍ୱ ମାନିବା, ମାସ୍କ ପିନ୍ଧିବା, ହାତକୁ ସାବୁନରେ ଦିନକୁ ୪ଥର ଧୋଇବାକୁ ପରାମର୍ଶ ଦେଇଛନ୍ତି। ଏହା ପରେ ଶେରଗଡ଼ ଚାରିଛକକୁ ଆସି ଆମାନିଆମାନଙ୍କୁ ତାଗିଦ୍‌ କରିଥିଲେ। ଉକ୍ତ କାର୍ଯ୍ୟରେ ତହସିଲଦାର ଡ. ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ମନୋଜ କୁମାର ନାହାକଙ୍କ ସମେତ ଶେରଗଡ଼ ପୋଲିସ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘେରିବନ୍ଧ କାଟିଦେଲା ତୈଳ ବିଶୋଧନାଗାର : ଧାନକ୍ଷେତରେ ଲହଡ଼ି ମାରୁଛି ପାଣି

ବାଲିକୁଦା,୧୯ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଖରାଦିନେ ପାରାଦୀପ ତୈଳ ବିଶୋଧନାଗାର ପାଇପ ଲାଇନ କାମ...

ଟେନ୍‌ସନ୍‌ ବଢ଼ୁଛି, ପାରିଶ୍ରମିକ ନାହିଁ

ନୟାଗଡ଼ ଅଫିସ,୨୯।୧୨: ନଭେମ୍ବର ୨୧ରୁ ଭୁବନେଶ୍ୱରରେ ଅଙ୍ଗନୱାଡି କର୍ମୀ ଅଲ ଓଡ଼ିଶା ଲେଡିଜ ୱାର୍କରସ ଆସୋସିଏଶନ ନେତୃତ୍ୱରେ ୮ ଦଫା ଦାବି ପୂରଣ ନେଇ କାର୍ଯ୍ୟବନ୍ଦ...

ସନ୍ଧ୍ୟାରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ ଅଫିସ, ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା...

ଶ୍ରମିକଙ୍କୁ ହତ୍ୟା ସନ୍ଦେହ

ଭୁବନ, ୧।୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଦେଇ ନିର୍ମାଣ ଚାଲିଥିବା ଅନୁଗୋଳ-ସୁକିନ୍ଦା ନୂତନ ରେଳ ଲାଇନ୍‌ କାର୍ଯ୍ୟସ୍ଥଳରୁ ସୋମବାର ଭୋର୍‌ରେ ଜଣେ ଦିନ ମଜୁରିଆଙ୍କ ମୃତଦେହ...

ଭାଜପାର ଦୋମୁହାଁ ନୀତିକୁ ନେଇ ଚର୍ଚ୍ଚା

କେନ୍ଦୁଝର,୨୪ା୧(ସ୍ବ.ପ୍ର.): ସମାଜିକକର୍ମୀ ନୈନା ସାହୁ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନମୋଡ଼ ନେଉଛି। ପ୍ରଥମେ ଦୁର୍ଘଟଣା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏନେଇ...

ବାଉଁଶ ଦେଉଛି ସୁରକ୍ଷା

ଚମ୍ପୁଆ,୧ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ଗାନ୍ଧୀଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଅସୁରକ୍ଷିତ ଅବସ୍ଥାରେ ରହିଛି। ଉପର ମହଲାର ସୁରକ୍ଷା ବାଡ଼ ଭାଙ୍ଗିଯାଇଥିବା ବେଳେ ସାହାରା ପାଇଁ...

ମାସ୍କ, ସାବୁନ ବାଣ୍ଟିଲା ଜନଜାଗରଣ ମଞ୍ଚ

ଖଇରା,୧୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଜନକଲ୍ୟାଣ ସେବାକୁ ବ୍ରତ ଭାବେ ଗ୍ରହଣ କରି ଆସିଥିବା ଜନଜାଗରଣ ମଞ୍ଚ ପୁଣିଥରେ ଅସହାୟଙ୍କୁ...

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ଅଭିଯୋଗ ଆଣିଲେ ବାପଘର ଲୋକେ

ଆଳି, ୨୫।୯ (ଡି.ଏନ୍‌.ଏ.):ଆଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ବେଣୁଧର ସ୍ବାଇଁ ବୋହୂ ସୁନୀତା ନାୟକ(୨୮)ଙ୍କୁ ଶାଶୂଘର ଲୋକେ ଯୌତୁକ ପାଇଁ ହତ୍ୟା କରିଛନ୍ତି। ଏ...

Advertisement
Archives

Model This Week