ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଫକୀର ମୋହନ ସେନାପତି, ବିପ୍ଳବୀ ଚକ୍ରଧର ବେହେରା, ମୁରଲୀଧର ଜେନା, ନୀଳମଣି ରାଉତରାୟ, ମଧୁସୂଦନ ଦାସ, ବାଞ୍ଛାନିଧି ମହାନ୍ତି, କମଳା ପ୍ରସାଦ କର ଓ ଅନେକ କ୍ରାନ୍ତିକାରୀ ଭାରତ ସ୍ବାଧୀନତା ସଂଗ୍ରାମର ଜଣେ ଜଣେ ବୀର ସୈନିକ ଥିଲେ। ଏମାନଙ୍କର ବିଚାରଧାରା ସ୍ବଚ୍ଛ, ନିର୍ମଳ ଓ ଜାତୀୟତାଭାବ। ଏମାନେ ପଦପଦବୀର ଊର୍ଦ୍ଧ୍ୱରେ ରହି ଦେଶ ମାତୃକାର ମୁକ୍ତି ପାଇଁ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ।
ଏଭଳି ଜଣେ କାନ୍ତିକାରୀ ତଥା ଜାତୀୟବାଦୀ ବାଞ୍ଛାନିଧି ମହାନ୍ତି ୨୦ ଏପ୍ରିଲ ୧୮୯୭ରେ ଇରମ ଚକଡାରେ ଜନ୍ମିଥିଲେ। ସେ ରେଭେନ୍‌ଶାରୁ ବି.ଏ. ପାସ୍‌ କରିବା ସହିତ ‘ଲ’ ମଧ୍ୟ ପାସ୍‌ କରିଥିଲେ। ୧୯୧୬ରେ ତାଙ୍କ ଅନିଚ୍ଛା ସତ୍ତ୍ୱେ ଅନନ୍ତପୁର ଜମିଦାର ରାଧାଶ୍ୟାମ ଦାସ ପଟ୍ଟନାୟକଙ୍କ ଝିଅ ହେମଲତାଙ୍କ ସହିତ ବିବାହ ହୋଇଥିଲା। ସେ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ଜମିଦାରଙ୍କ ସବୁ ଯୌତୁକକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ମାତ୍ର ବହୁ ଅନୁରୋଧ ପରେ ୨୦୦ ଟଙ୍କା ନେଇଥିଲେ, ଯାହାକୁ ସେ ତାଙ୍କ ଥିଏଟର ଓ ଯାତ୍ରାପାର୍ଟିର ବିଭିନ୍ନ ସରଞ୍ଜାମ କିଣାରେ ଖର୍ଚ୍ଚ କରିଥିଲେ।
ବାଞ୍ଛାନିଧି ବାବୁଙ୍କ ହୃଦୟରେ ଦେଶମାତୃକାର ମୁକ୍ତିର ଲେଲିହାନ୍‌ ବହ୍ନି ପ୍ରଜ୍ୱଳିତ ହୋଇଥିଲା ଜାଲିଆନାୱାଲାବାଗ ନରସଂହାର, ଯେଉଁଥିରେ ୪୦୦ ନିରୀହ ଲୋକ ପ୍ରାଣବଳି ଦେବା ସହିତ ଅନେକ ହଜାର ଲୋକ ଆହତ ହୋଇ ବଞ୍ଚତ୍ବା ପାଇଁ ଚିତ୍କାର କରୁଥିଲେ। ଏହି ସମୟରେ ମହାତ୍ମା ଗାନ୍ଧୀ ଆଫ୍ରିକାରୁ ଆସି ଭାରତରେ ପହଞ୍ଚତ୍ଥିଲେ ଓ ସ୍ବାଧୀନତା ଆନ୍ଦୋଳନକୁ ଆଗେଇ ନେଇଥିଲେ। ମହାତ୍ମା ଗାନ୍ଧୀ ଅହିଂସା ମାର୍ଗରେ ୧୯୨୧ରେ ଭାରତରେ ବ୍ରିଟିଶରଙ୍କ ବିରୋଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ଓଡ଼ିଶାରୁ ବାଞ୍ଛାନିଧି ବାବୁଙ୍କ ସହିତ ଅନେକ କ୍ରାନ୍ତିକାରୀ ସକ୍ରିୟ ଯୋଗ ଦେଇ ଏହି ଆନ୍ଦୋଳନକୁ ଗତିଶୀଳ କରିଥିଲେ।
ବାଞ୍ଛାନିଧି ବାବୁ ୧୯୧୯ରୁ ୧୯୩୮ ଏହି ପ୍ରାୟ ୨୦ବର୍ଷ ସ୍ବାଧୀନତା ଆନ୍ଦୋଳନ, କନିକା ପ୍ରଜା ଆନ୍ଦୋଳନ, ଲବଣ ଆନ୍ଦୋଳନ, ଓଡ଼ିଆ ଭାଷା ଓ ଓଡ଼ିଶା ପ୍ରଦେଶ ଏକତ୍ରୀକରଣ ଆନ୍ଦୋଳନରେ ସକ୍ରିୟ ସହଯୋଗୀ ଥିଲେ। ସେ ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରି ଆନ୍ଦୋଳନରେ ଯୋଗଦେବା ପାଇଁ ସାଇକେଲରେ ହାରମୋନିୟମ ଧରି ସୁମଧୁର ଜାତୀୟ ସଙ୍ଗୀତ ଗାଇ ଲୋକଙ୍କ ମନ ଜିତୁଥିଲେ। ଶିକ୍ଷିତ ଓ ଧନୀ ଲୋକଙ୍କୁ ଗୋଲାମି ଚାକିରି ଛାଡ଼ି ସ୍ବାଧୀନତା ଆନ୍ଦୋଳନରେ ଯୋଗଦେବା ପାଇଁ ସଙ୍ଗୀତ ମାଧ୍ୟମରେ ପ୍ରେରିିତ କରୁଥିଲେ। ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରି ସ୍ବାଧୀନତା ଆନ୍ଦୋଳନରେ ଯୋଗଦାନ କରିବା ନିଶ୍ଚୟ ତାଙ୍କର ଦେଶପ୍ରେମ ବିଚାରଧାରା ଥିଲା। ତାଙ୍କର ଏହି ସବୁ ଆନ୍ଦୋଳନରେ ସକ୍ରିୟ ଯୋଗଦାନ ପାଇଁ – ବିପ୍ଳବୀ ଚକ୍ରଧର ବେହେରା ବନ୍ଦୀର ବିଳାପରେ ଲେଖିଥିଲେ-
ବାଞ୍ଛାନିଧି ବାବୁ ଇରମ ସନ୍ତାନ – ଦୁଃଖିନୀ କନିକା ସହୋଦର ପ୍ରାଣ,
ମର୍ତ୍ତ୍ୟେ ଥିବା ଯାଏ ଚନ୍ଦ୍ର ଛାୟା ପତି – ଗାଇବ କନିକା ତୁମ ଯଶ ଗୀତି।
ସେ ଜଣେ କର୍ମଯୋଗୀ ଥିଲେ। ମାତ୍ର ୪୧ ବର୍ଷ ବୟସରେ ୧୯୩୮ ଏପ୍ରିଲ୍‌ ୧୯ରେ କାଳୀ ବସନ୍ତ ରୋଗରେ ପୀଡ଼ିତ ହୋଇ ଇହଧାମ ତ୍ୟାଗ କରିଥିଲେ। ହେ! ବରେଣ୍ୟ, ଦରଦୀ ହୃଦୟ ତୁମ ଅମ୍ଳାନ ସ୍ମୃତି ସଦାସର୍ବଦା ଏ ଆଙ୍କୁଡ଼ା ଓ କନିକା ମାଟିରେ ଚିର ଜୀବନ୍ତ ଥାଉ। ଏ ମାଟି ତୁମ ପାଇଁ ଥିଲା ମର୍ତ୍ତ୍ୟ ବୈକୁଣ୍ଠ। ଆମ ବିପଦ ଆପଦରେ ତୁମର ସେହି ସାହାଯ୍ୟର ହାତ ଓ ସ୍ବର କେଉଁ ଅଜଣା ରାଇଜରୁ ଶୁଭୁଥାଉ ସୃଷ୍ଟିର ଶେଷ ଦିଗନ୍ତ ଯାଏ।
ମହାତ୍ମା ଗାନ୍ଧୀଙ୍କ ଡାକରାରେ ସାରା ଭାରତବର୍ଷରେ ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାଥିଲା ଶେଷ ସ୍ବାଧୀନତା ଆନ୍ଦୋଳନ ‘କର ବା ମର’ ଅର୍ଥାତ୍‌ ମରିବା ପଛେ, ବିଦେଶୀଙ୍କୁ ଭାରତ ମାଟିରୁ ବିଦା କରିବା, ଆମ ମା’ଙ୍କୁ ମୁକ୍ତ କରିବା, ଆମ ଦେଶ ହେବ ସ୍ବାଧୀନ। ଯେହେତୁ ବାଞ୍ଛାନିଧିବାବୁ ନ ଥିଲେ, ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ତାଙ୍କ ମୁଖ୍ୟ ସହକର୍ମୀ କମଳା ପ୍ରସାଦ କର (ଶଙ୍ଖାରୁ, ବାରାପୁର)। ୧୯୪୨ ସେପ୍ଟେମ୍ବର ୨୮ରେ ସେ ଡାକିଥିଲେ ଏକ ସଭା, ଏହା ଇରମ, ଚକଡ଼ା ମେଳଣ ପଡ଼ିଆରେ ଆରମ୍ଭ ହୋଇଥିଲା।
ସଭା ହେବା ଖବର ଇରମର ଜମିଦାର ପୋଲିସଙ୍କୁ ଆଗରୁ ଜଣାଇ ଦେଇଥିଲେ। ତେଣୁ ପୋଲିସ ସେପ୍ଟେମ୍ବର ୨୭ ରାତିରେ ଆସି ଜମିଦାରଙ୍କ ଘରେ ରହିଯାଇଥିଲେ। ସକାଳେ ସକାଳେ ହଜାର ହଜାର ସ୍ବାଧୀନତାଲିପ୍‌ସୁ ଉତ୍ସାହୀ ଜନତା ମେଳଣ ପଡ଼ିଆରେ ରୁଣ୍ଡ ହୋଇଥିଲେ। ପୋଲିସ ଆସି ସେମାନଙ୍କୁ ସଭା ନ କରିବା ପାଇଁ ବାରଣ କଲା। ମାତ୍ର କମଳାବାବୁ, ଗଣେଶବାବୁଙ୍କ ନେତୃତ୍ୱରେ ଲୋକମାନେ ସେମାନଙ୍କ ବାରଣ ମାନିଲେ ନାହିଁ। ଆଗକୁ ମାଡ଼ି ଚାଲିଲେ। ପ୍ରଥମେ ଫାଙ୍କା ଗୁଳିଚାଳନା ହେଲା, ଜନତା ନାରା ଦେଲେ ଡେସ୍‌ରୁ ଗୁଳି ଶେଷ। ତା’ପରେ ହେଲା ପ୍ରକୃତ ଗୁଳିଚାଳନା। ଏଥିରେ ସଭାସ୍ଥଳରେ ୨୯ଜଣ ପ୍ରାଣ ହରାଇଥିଲେ, ହଜାର ହଜାର ଲୋକ ଖଣ୍ଡିଆଖାବରା ହୋଇଥିଲେ। ଏହି ଗୁଳିକାଣ୍ଡରେ ପଢୁଁଆରୁ ସର୍ବାଧିକ ଲୋକ ପ୍ରାଣ ହରାଇଥିଲେ। ୧୨ବର୍ଷର ପିଲା ବିଜୁଳି ଓ ହରିଜନ ମହିଳା ପରି ବେୱା ମଧ୍ୟ ପ୍ରାଣ ହରାଇଥିଲେ। ଏହା ଥିଲା ଦ୍ୱିତୀୟ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ଆଜି ଏଠାରେ ବଳିଦାନର ସ୍ମାରକୀ ରକ୍ତତୀର୍ଥ ଇରମ ଶହୀଦ ସ୍ତମ୍ଭ ନିର୍ମାଣ ହୋଇଛି। ଜାତୀୟ କବି, ସ୍ବାଧୀନତା ସଂଗ୍ରାମୀ ବାଞ୍ଛାନିଧି ମହାନ୍ତିଙ୍କ ୧୨୭ ତମ ଜୟନ୍ତୀ ଅବସରରେ ରକ୍ତତୀର୍ଥ ଇରମ ଓ ଭୁବନେଶ୍ୱର ସ୍ମୃତି ସଂସଦର ବିନମ୍ର ଶ୍ରଦ୍ଧାଞ୍ଜଳି।
– ନିଶାକର ରାଉତ
ମୋ : ୭୦୦୮୨୩୯୪୫୪

Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri