ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରିବା କିଛି ନୂଆ କଥା ନୁହେଁ। ଭାରତର ନିର୍ବାଚନୀ ଇତିହାସରେ ବହୁ ତୁଙ୍ଗ ନେତା ଭିନ୍ନ ଅଞ୍ଚଳରେ ନିର୍ବାଚନ ଲଢ଼ି ବିଜୟୀ ହୋଇପାରିଛନ୍ତି। ଯାଜପୁର ଜିଲା ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଚଳିତ ନିର୍ବାଚନରେ ଯାଜପୁର ବାସିନ୍ଦା ତଥା ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏଥର ସମ୍ବଲପୁର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତାଙ୍କ ବିପକ୍ଷରେ ତାଳଚେର ବାସିନ୍ଦା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ଯେ, ମୁଖ୍ୟମନ୍ତ୍ରୀ ଏଥର ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ଲଢୁଥିବା ପ୍ରାର୍ଥୀ କେଉଁଠାର ମୂଳବାସିନ୍ଦା ସେ ପ୍ରସଙ୍ଗ ପରିବର୍ତ୍ତେ, ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ସମସ୍ୟା ସହିତ ତାଙ୍କ ସମ୍ପର୍କ ଏବଂ ତାଙ୍କ ଦଳର ସାଂଗଠନିକ ଶକ୍ତି ହିଁ ଭୋଟରଙ୍କ ପାଖରେ ଗ୍ରହଣୀୟ ହେଉଥିବା ଦେଖାଯାଉଛି। ହେଲେ ଆଜିକାଲି ନିର୍ବାଚନମଣ୍ଡଳୀ ସହ କୌଣସି ସମ୍ପର୍କ ନ ରଖି ଦଳୀୟ ହାଇକମାଣ୍ଡଙ୍କଠାରୁ ଟିକେଟ ଆଣି ନିର୍ବାଚନ ଲଢ଼ିବାର ଏକ ନୂଆ ଧାରା ସୃଷ୍ଟି ହୋଇଥିବାରୁ ମାଟିର ପୁଅଙ୍କୁ ଅଧିକାର ମିଳୁନାହଁି। ଏ ନେଇ ସ୍ବାଭାବିକ ଭାବରେ ଭୋଟର ଓ ଦଳୀୟ କର୍ମୀମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ନବକୃଷ୍ଣ ଚୌଧୁରୀ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହେବା ସହ ୧୯୫୦ରୁ ୧୯୫୬ ଯାଏ ପ୍ରାୟ ୬ ବର୍ଷ ଧରି ଓଡ଼ିଶା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚୌଧୁରୀ ଜଗତ୍‌ସିଂହପୁର ଜିଲାର ମୂଳବାସିନ୍ଦା ହୋଇଥିବାବେଳେ ଅନୁଗୋଳରେ ଏକ ଆଶ୍ରମ କରି ପୂର୍ବରୁ ରହୁଥିଲେ ବୋଲି ଜଣାପଡିଛି। ସେହିପରି ୧୯୫୭ରେ କଂଗ୍ରେସରୁ ଯଦୁମଣି ମଙ୍ଗରାଜ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ସେ ଉପବାଚସ୍ପତି ଭାବେ କାର୍ଯ୍ୟ ତୁଳାଇଥିଲେ। ମଙ୍ଗରାଜଙ୍କ ଘର କେନ୍ଦ୍ରାପଡ଼ା ଜିଲା ବୋଲି ଜଣାପଡ଼ିଛି। କୋରେଇ ନିର୍ବାଚନମଣ୍ଡଳୀ ପୂର୍ବରୁ ଏହା ଯାଜପୁର ପଶ୍ଚିମ ନିର୍ବାଚନମଣ୍ଡଳୀ ରହିଥିଲା। ଏହି ନିର୍ବାଚନମଣ୍ଡଳୀରେ ପ୍ରଫୁଲ୍ଲ ଘଡେଇ ୧୯୬୭ ଓ ୧୯୭୧ରେ ବିଜୟୀ ହୋଇଥିଲେ। ହେଲେ ତାଙ୍କ ଘର ଦଶରଥପୁର ବ୍ଲକ ଆନ୍ଦଳା ଗ୍ରାମରେ। ପରବର୍ତ୍ତୀ ସମୟରେ ସେ ୧୯୯୦ରୁ ସୁକିନ୍ଦା ଆସନରୁ ଲଗାତର ଭାବେ ୨୦୦୯ ପର୍ଯ୍ୟନ୍ତ ବିଜୟୀ ହୋଇଛନ୍ତି। ସେହିପରି ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇ ୨୦୦୯ରେ କୋରେଇ ଓ ୨୦୧୪ରୁ ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ଯାଜପୁର ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଅଶୋକ ଦାସ ୧୯୭୪ରୁ କୋରେଇରୁ ବିଜୟୀ ହୋଇଥିଲେ ା ସେ ୬ ଥର ଏହି ଆସନରୁ ପ୍ରତିନିଧିତ୍ୱ କରିଛନ୍ତି। କିନ୍ତୁ ବାସ୍ତବରେ ଅଶୋକଙ୍କ ଘର ଯାଜପୁର ନିର୍ବାଚନମଣ୍ଡଳୀରେ। ୨୦୦୪ରେ ଭାଜପା ଟିକେଟରେ ସଞ୍ଚିତା ମହାନ୍ତି କୋରେଇ ଆସନରୁ ବିଜୟୀ ହୋଇଥିଲେ। ତାଙ୍କ ବାପଘର ରାମବାଗ ହୋଇଥିବାବେଳେ ଶ୍ୱଶୁରଘର ବାଲେଶ୍ୱର ଜିଲାରେ। ସେହିପରି କଳ୍ପତରୁ ଦାସଙ୍କ ପୈତୃକ ଘର କୋରେଇ ନିର୍ବାଚନମଣ୍ଡଳୀର ଭୋଟକା ଗ୍ରାମରେ ହୋଇଥିବାବେଳେ ସେ ଧର୍ମଶାଳା ଆସନରୁ ୧୯୯୫ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ହୋଇ ମନ୍ତ୍ରୀପଦ ପାଇଥିଲେ। ବିଶେଷକରି ଜିଲାର କୋରେଇ, ସୁକିନ୍ଦା, ଧର୍ମଶାଳା ଓ ବଡ଼ଚଣା ନିର୍ବାଚନମଣ୍ଡଳୀରେ ବାହାର ପ୍ରାର୍ଥୀଙ୍କୁ ଗ୍ରହଣୀୟ କରାଯାଇଛି। ଏହି କ୍ରମରେ ଏବେ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ମଧ୍ୟ ଯାଜପୁର ଜିଲା ଛାଡ଼ି ସମ୍ବଲପୁର ଲୋକ ସଭା ଆସନରୁ ବିଜୟୀ ହେବାକୁ ଆଶା ରଖିଛନ୍ତି। ତାଙ୍କ ପରିବାରବର୍ଗରୁ ଜଣେ ଏବେ କୋରେଇ ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେହିପରି ବାପାଙ୍କ ପ୍ରଥା ଅନୁକରଣ କରି ପ୍ରଣବ ବଳବନ୍ତରାୟ(ଜିତୁ) ଓ ପ୍ରୀତିରଞ୍ଜନ ଘଡେଇ(ଡାନି) ନିଜ ପୈତୃକ ଘର ଅଞ୍ଚଳ ଛାଡ଼ି ଅନ୍ୟତ୍ର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ସମ୍ପ୍ରତି ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଘଟିଛି ା ଏହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ନିଜ ମାଟିର ପୁଅଙ୍କୁ ଭୋଟର କେତେ ଗୁରୁତ୍ୱ ଦେଉଛନ୍ତି ତାହା ନିର୍ବାଚନ ଫଳାଫଳ ହିଁ କହିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?