ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ କରି ନ ଥିବା ବେଳେ ଭାଜପା ଏହି କ୍ଷେତ୍ରରେ ନିଜ ପୂର୍ବ ଘୋଷିତ ପ୍ରାର୍ଥୀ ପରିବର୍ତ୍ତନ କରିଛି। ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀରୁ ୨୦୧୯ ନିର୍ବାଚନରେ ବିଜେଡିର ପିତମ ପାଢ଼ୀ ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କ ପରିବର୍ତ୍ତେ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଭରସା କରିଛି। ପ୍ରଫୁଲ୍ଲ ୨୦୧୪ ନିର୍ବାଚନରେ ପଟ୍ଟାଙ୍ଗିରୁ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ କରିଥିବା ରାମଚନ୍ଦ୍ର କାଡାମ ଜଣେ ପୁରୁଖା ନେତା ରୂପେ ପରିଚିତ। କଂଗ୍ରେସରୁ ସେ ୧୯୯୫ ଓ ୨୦୦୯ରେ ୨ ଥର ବିଧାୟକ ହୋଇଥିଲେ। ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ଦଳ ପକ୍ଷରୁ ସେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ। ଏପରି ସ୍ଥଳେ ୬ମାସ ତଳେ ଭାଜପାରେ ସାମିଲ ହୋଇଥିବା ଚୈତନ୍ୟ ନନ୍ଦବାଲି ଏହି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ହୋଇଛନ୍ତି। ସେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ମୁକାବିଲା କରିବେ। ଚୈତନ୍ୟ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୮,୨୩୮ଖଣ୍ଡ ଭୋଟ ପାଇଥିଲେ। ସେହିପରି ଗତ ନିର୍ବାଚନରେ ଉକ୍ତ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୫୧ ହଜାରରୁ ଊଦ୍ଧର୍‌ବ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ୪୬ ହଜାରରୁ ଅଧିକ ଭୋଟ ପାଇଥିଲା। ଏସବୁକୁ ଆକଳନ କଲେ ଏହି ନିର୍ବାଚନମଣ୍ଡଳୀରେ ପୁରୁଣାଙ୍କ ସହ ନୂଆ ମୁହଁର ଲଢ଼େଇ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାଜପା ପ୍ରଥମେ ଚୈତନ୍ୟ ହନ୍ତାଳଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଥିଲା। ପରେ ତାଙ୍କୁ ପରିବର୍ତ୍ତନ କରି ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ନନ୍ଦନ ମହାନନ୍ଦ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସନ୍ତୋଷ ଖଟୁଆଙ୍କୁ ଦେଲା ଟିକେଟ୍‌

ଭୁବନେଶ୍ୱର,୩।୫: ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ।...

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri