ଆଉ ଫେରିବେନି

ଭାରତରୁ ଛାତ୍ରମାନେ ବିଦେଶ ଯାଇ ପଢ଼ିବାର ଧାରା ପୂର୍ବ ଶତାବ୍ଦୀଗୁଡ଼ିକରୁ ଲାଗିରହିଛି। ମହାମତ୍ା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବି.ଆର୍‌.ଆମ୍ବେଡ୍‌କର, ଜବାହରଲାଲ ନେହେରୁ ଏବଂ ଅମର୍ତ୍ତ୍ୟ ସେନ୍‌ଙ୍କ ପର୍ଯ୍ୟନ୍ତ ବହୁ ଭାରତୀୟ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ । ଏପରି କି ଓଡ଼ିଶାରୁ ସାରଙ୍ଗଧର ଦାସ ୧୯୦୭ରେ ଜାପାନ ଯାଇ ଟୋକିଓ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜିରେ ପଢ଼ିଥିଲେ। ସେତେବେଳେ ଏହି ସଂଖ୍ୟା ସୀମିତ ରହୁଥିବାବେଳେ ବର୍ତ୍ତମାନ ଏହା ଅନେକ ଗୁଣ ବୃଦ୍ଧି ପାଇଛି। ବିଶେଷକରି ଆମେରିକା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ସେଠାରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୁଇଗୁଣ ବଢ଼ିଛି। ଅନ୍ୟପଟେ ସେଠାରେ ଚାଇନାର ଛାତ୍ରୀଛାତ୍ର ସଂଖ୍ୟା ଅଧିକ ଥିଲା ବୋଲି ଯାହା କୁହାଯାଇଆସୁଥିଲା ତାହା ଏବେ ହ୍ରାସ ହୋଇଥିବା ଜଣାପଡ଼ିଛି। ନିକଟରେ ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ହୋମ୍‌ଲାଣ୍ଡ ସିକ୍ୟୁରିଟି ତଥ୍ୟ ଅନୁଯାୟୀ, ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଆମେରିକାରେ ୩,୨୦,୦୦୦ରୁ ଅଧିକ ଭିଜାଧାରୀ ଭାରତୀୟ ଛାତ୍ରୀଛାତ୍ର ଥିବାବେଳେ ଚାଇନାର ଏହି ସଂଖ୍ୟା ୨,୫୪,୦୦୦ ।
ଗତ ଦଶନ୍ଧିରେ ମୋଟ ୧୮ ଲକ୍ଷ ଭାରତୀୟ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଯୋଗଦେଇଛନ୍ତି। ଗତବର୍ଷ ୬୪,୩୦୦ ଭାରତୀୟ ଛାତ୍ରୀଛାତ୍ର ଆମେରିକା ଯାଇଥିବାବେଳେ ଚାଇନାରୁ ଯାଇଛନ୍ତି ୨୪,୭୯୬ ବୋଲି ରିପୋର୍ଟ ସ୍ପଷ୍ଟ କରିଛି। ଆମେରିକା ବ୍ୟତୀତ ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡ଼ା ଏବଂ ଆୟର୍ଲାଣ୍ଡକୁ ଭାରତୀୟ ଛାତ୍ରୀଛାତ୍ରମାନେ ଅଧିକ ସଂଖ୍ୟାରେ ପଢ଼ିବାକୁ ଯାଉଛନ୍ତି। ମହାମାରୀ ପୂର୍ବରୁ ପାଖାପାଖି ୮ ଲକ୍ଷ ଛାତ୍ରୀଛାତ୍ର ବିଦେଶରେ ପଢୁଥିଲେ ଓ ସେମାନେ ବିଦେଶ ଅର୍ଥ ବ୍ୟବସ୍ଥାରେ ୨୪ ବିଲିୟନ ଡଲାର ବ୍ୟୟ କରିଥିଲେ, ଯାହା ଭାରତ ଜିଡିପିର ୧% ଏବଂ ଏହି ପ୍ରତିଶତ ଏବେ ବୃଦ୍ଧି ପାଇବା ସ୍ବାଭାବିକ। ଭାରତରେ ଚାହିଦା ମୁତାବକ ଗୁଣବତ୍ତା ଶିକ୍ଷାର ଅଭାବ ସହିତ ବିଦେଶରେ ନାମ ଲେଖାରେ ସହଜ ପ୍ରକ୍ରିୟା, ଗବେଷଣା ପାଇଁ ବିଭିନ୍ନ ବିକଳ୍ପ, ମେଧାବୃତ୍ତି ଉପଲବ୍ଧତା ଏବଂ ଉଚ୍ଚ ବେତନର ଚାକିରି ସମ୍ଭାବନା ବିଦେଶରେ ଉଚ୍ଚଶିିକ୍ଷା ଲାଗି ଛାତ୍ରୀଛାତ୍ରଙ୍କୁ ପ୍ରେରିତ କରୁଥାଇପାରେ।
ଚିନ୍ତାଜନକ ବିଷୟ ହେଉଛି, ଭାରତରେ ଅତୀତରୁ ଏଯାବତ୍‌ ଯେଉଁସବୁ ଶିକ୍ଷାନୀତି ଗ୍ରହଣ କରାଯାଇଆସୁଛି ତାହା ସଫଳ ହେବା ଦେଖାଯାଇନାହିଁ। ଅନ୍ୟପକ୍ଷରେ ଶିକ୍ଷାର ଘରୋଇକରଣ ବ୍ୟାପକ ହୋଇଥିଲେ ମଧ୍ୟ ବିଦେଶ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ଶିକ୍ଷା ଓ ଗବେଷଣାରେ ସମକକ୍ଷ ହୋଇପାରିନାହାନ୍ତି। ୨୫ ବର୍ଷରୁ କମ୍‌ ବୟସ୍କଙ୍କ ସଂଖ୍ୟା ଭାରତ ଜନସଂଖ୍ୟାର ଅଧାରୁ ଅଧିକ ବୋଲି କୁହାଯାଉଛି। କିନ୍ତୁ ଶିକ୍ଷାର ମାନକୁ ଦେଖିଲେ ବିଶ୍ୱସ୍ତରୀୟ ଶୀର୍ଷ ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ଗୋଟିଏ ମଧ୍ୟ ନାହିଁ। ଆମର ବାହାବା ନିଆଯାଉଛି ଯେ, ପୃଥିବୀର ଏକ ଯୁବଦେଶ ଭାବେ ଭାରତ ଅନ୍ୟତମ। କେବଳ ବୟସରେ ଯୁବକ ହେଲେ ହେବନାହିଁ, ସେଥିପାଇଁ ଶିକ୍ଷାର ମାନ ଏବଂ ଶିକ୍ଷା ପାଇବାର ସୁବିଧା ଯୁବପିଢ଼ିଙ୍କୁ ମିଳିବା ଦରକାର। ତାହାର ଘୋର ଅଭାବ ଭାରତରେ ଦେଖାଯାଉଛି। ମନେହେଉଛି, ଯେପରି ଏଠାରେ ଉଚ୍ଚ ଶିକ୍ଷିତ ଯୁବପିଢ଼ି ପାଇଁ ଜାଗା ଛାଡ଼ିବାକୁ ବ୍ୟବସ୍ଥା ଅନିଚ୍ଛୁକ। ଏହାଫଳରେ ପହ୍ଲେ ଗୁଣ୍ଡାଶ୍ରେଣୀର କିମ୍ବା ଅକାମୀ ଯୁବପିଢ଼ି ଏହି ଦେଶରେ ରହିଯିବେ ଏବଂ ଯେଉଁମାନେ କୌଣସି କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିପାରିବେ, ସେମାନେ ଦେଶଛାଡ଼ି ଯିବେ। ଏହି ସମସ୍ୟାର ପ୍ରଭାବ ତତ୍‌କ୍ଷଣାତ୍‌ ପଡ଼ିବ ନାହିଁ, କିନ୍ତୁ ଆସନ୍ତା କେତୋଟି ଦଶନ୍ଧିରେ ଏହାର କୁପ୍ରଭାବ ସମସ୍ତଙ୍କୁ ଜଣାପଡ଼ିବ। କିନ୍ତୁ ଏହାଠାରୁ ଅଧିକ ଗୁରୁତ୍ୱ ଧାରଣ କରୁଛି ଭାରତୀୟ ଅଭିଭାବକମାନଙ୍କର ଏବକାର ମାନସିକ ଚିନ୍ତା। ଏହି ଦେଶରେ ଉଚ୍ଚଶିକ୍ଷିତ ଏବଂ ଉଚ୍ଚ ଅର୍ଥନୈତିକ ଶ୍ରେଣୀର ନାଗରିକ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି। ସବୁ ମାସରେ ଖବର ପଢ଼ିବାକୁ ମିଳୁଛି, ଯେଉଁଥିରେ ଉଲ୍ଲେଖ ରହିଛି ପୂର୍ବ ମାସରେ କେତେ ହଜାର ଧନୀ କୋଟିପତି ଭାରତୀୟ ବିଦେଶରେ ବସବାସ କରିବା ପାଇଁ ଦେଶ ଛାଡ଼ୁଛନ୍ତି। ଭାରତରେ ବ୍ୟବସାୟ କରିବା ଅଧିକରୁ ଅଧିକ କଷ୍ଟକର ହୋଇପଡ଼ୁଛି। ଏହା ବ୍ୟତୀତ ଭାରତୀୟ ଟିକସ ଆଇନ ମଧ୍ୟ ଅତ୍ୟନ୍ତ ଜଟିଳ ହୋଇପଡ଼ିବାରୁ ମଧ୍ୟଶ୍ରେଣୀର ବ୍ୟବସାୟୀ ଏବଂ ଶିଳ୍ପୋଦ୍ୟୋଗୀ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ପ୍ରଚ୍ଛଦପଟରେ ଦେଖିଲେ ଭାରତରୁ ପାଠପଢ଼ା ଆଳରେ ଯେଉଁ ଛାତ୍ରୀଛାତ୍ର ବିଦେଶ ଯାଉଛନ୍ତି ସେମାନେ ନିଜ ଦେଶକୁ ଫେରିବାର କୌଣସି ଉଦ୍ଦେଶ୍ୟ ରଖୁନାହାନ୍ତି। ଏଥିରୁ ବୁଝିବାକୁ ହେବ ଯେଉଁ ପରିବାର ନିଜ ପିଲାଙ୍କୁ ବିଦେଶରେ ପଢ଼ାଇବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ, ସେମାନେ ସମସ୍ତେ ପିଲାଙ୍କର ଭବିଷ୍ୟତକୁ ଦେଖି ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଗୋଷ୍ଠୀ ହୁଏତ ରାଜନୈତିକ ଆଲୋଚନାରେ ମତଦେବା ପାଇଁ ଆଗେଇ ଆସନ୍ତି ନାହିଁ। କିନ୍ତୁ ସମସ୍ତେ ଭାରତର ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତିକୁ ଭଲ ଭାବେ ବୁଝିପାରୁଛନ୍ତି। ଅଶାନ୍ତ ଦେଶରେ ରହି ତାଙ୍କର ପିଲାମାନେ ସୁଖରେ ଜୀବନ ବିତେଇପାରିବେ ବୋଲି ବିଶ୍ୱାସ ହରାଇ ବସିଲେଣି ଏହି ମାତାପିତା।

କେବଳ ବୟସରେ ଯୁବକ ହେଲେ ହେବନାହିଁ, ସେଥିପାଇଁ ଶିକ୍ଷାର ମାନ ଏବଂ ଶିକ୍ଷା ପାଇବାର ସୁବିଧା ଯୁବପିଢ଼ିଙ୍କୁ ମିଳିବା ଦରକାର। ତାହାର ଘୋର ଅଭାବ ଭାରତରେ ଦେଖାଯାଉଛି। ମନେହେଉଛି, ଯେପରି ଏଠାରେ ଉଚ୍ଚ ଶିକ୍ଷିତ ଯୁବପିଢ଼ି ପାଇଁ ଜାଗା ଛାଡ଼ିବାକୁ ବ୍ୟବସ୍ଥା ଅନିଚ୍ଛୁକ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?